ରାଜ୍ୟ ସରକାରଙ୍କୁ ରାସ୍ତାରେ ବୁଲୁଥିବା ବେଘର-ରୋଗାକ୍ରାନ୍ତଙ୍କ ରିପୋର୍ଟ ତଲବ…

ଚେନ୍ନାଇ,୧୪।୧୦: ରାସ୍ତାରେ ବୁଲୁଥିବା ବେଘର ମାନସିକ ରୋଗୀ ତଥା ରୋଗାକ୍ରାନ୍ତଙ୍କ ରିପୋର୍ଟ ସରକାରଙ୍କୁ ତଲବ କରିଛନ୍ତି ମାଡ୍ରାସ୍‌ ହାଇକୋର୍ଟ। ଏହା ସହିତ ସରକାରୀ ଆଶ୍ରୟ ଶିବିରର ନବୀକରଣ ଏବଂ ନିର୍ମାଣ ସମ୍ପର୍କିତ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କଠାରୁ ମାଗିଛନ୍ତି। ଏସବୁ ଲୋକଙ୍କୁ ଟିକାକରଣ କରାଯାଇଛି କି ନାହିଁ ତାହାର ସୂଚନା ମଧ୍ୟ କୋର୍ଟ ଲୋଡିଛନ୍ତି।

ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ବିଚାରପତି ପି.ଡି. ଅଡିକେସଭାଲୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲା (ପିଆଇଏଲ)ର ଶୁଣାଣି ସମୟରେ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇ ରାଜ୍ୟ ସରକାରଙ୍କ କୁହାଯାଇଛି ଯେ ୩୯୬ ଜଣ ରସ୍ତାରେ ବୁଲୁଥିବା ମାନସିକ ରୋଗୀଙ୍କୁ ଉଦ୍ଧାର କରାଯାଇ ରାଜ୍ୟ ଆଶ୍ରୟ ଓ ଥଇଥାନ ଗୃହ (ପୁନର୍ବାସ)ରେ ଭର୍ତ୍ତି କରାଯାଇଛି।

ଏହା ସହିତ ରାଜ୍ୟ ସରକାର ହାଇକୋର୍ଟଙ୍କୁ କହିଛନ୍ତି ଯେ ଏଭଳି ଲୋକଙ୍କର ମଧ୍ୟ ଟିକାକରଣ କରାଯାଇପାରିବ ବୋଲି ରାଜ୍ୟ ସରକାର କହିଛନ୍ତି। ଏଭଳିି ଲୋକଙ୍କ ପାଇଁ ମେଲପକ୍କାମରେ ଏକ ସରକାରୀ ପୁନର୍ବାସ ଶିବିର ରହିଛି। ଏହାକୁ ତାମିଲନାଡୁ ରାଜ୍ୟ ସରକାରଙ୍କ ୧୯୪୫ ଭିକାରୀ ନିବାରଣ ଆଇନ ଧାରା ୧୩ ଅନ୍ତର୍ଗତ ସ୍ଥାପନା କରାଯାଇଛି। ଏହି ଶିବିର ୧୯୫୪ରେ ସ୍ଥାପିତ ହୋଇଥିଲା ଏବଂ ବର୍ତ୍ତମାନ ଏହା ଭଙ୍ଗାରୁଜା ହୋଇପଡିଛି। ତେଣୁ ଏହି ଶିବିରର ନବୀକରଣ ତଥା ପୁନର୍ନିର୍ମାଣ ତଥା ଖୋଲା ଅଞ୍ଚଳରେ ନୂତନ ଆବାସ ପାଇଁ ସମସ୍ତ ଉଦ୍ୟମ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାନସିକ ରୋଗଗ୍ରସ୍ତ ଲୋକଙ୍କୁ ଏଭଳି ସ୍ଥାନରେ ସ୍ବାସ୍ଥ୍ୟକର ପରିବେଶରେ ରଖିବାକୁ କୋର୍ଟ କହିଛନ୍ତି।

ରାଜ୍ୟରେ ଥିବା ମାନସିକ ରୋଗୀଙ୍କ ସଂଖ୍ୟା ଏବଂ ସେମାନଙ୍କର ଟିକାକରଣ କରାଯାଇଥିବାର ସବିଶେଷ ତଥ୍ୟ ରିପୋର୍ଟ ଅଦାଲତ ରାଜ୍ୟ ସରକାରଙ୍କଠାରୁ ଲୋଡିଛନ୍ତି। ମାନସିକ ରୋଗୀଙ୍କ ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଯଦି ଏକ ବୈଠକ ଆୟୋଜନ କରାଯାଇ ବିଭାଗୀୟ ଅଧିକାରୀଙ୍କୁ ଭେଟିବା ପାଇଁ ଆବେଦନକାରୀଙ୍କୁ କୋର୍ଟ ସ୍ବାଧୀନତା ମଧ୍ୟ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri