ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଠାଇଲେ…

ଭୁବନେଶ୍ୱର,୨୭।୮: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୩୭ ବର୍ଷୀୟ ଜଗମୋହନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ୨୦୧୩ ବ୍ୟାଚ୍‌ ଆଇପିଏସ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ପାଇଁ ସେ ଚାକିରି ଛାଡୁଥିବା କଥା ଉଲ୍ଲେଖ କରିଥିଲେ।

ଜଗମୋହନ ପୂର୍ବରୁ କଟକ ଡିସିପି, ଅନୁଗୋଳ ଓ ଗଞ୍ଜାମ ଏସ୍‌ପି ଭାବେ କାମ କରିଥିଲେ। ୨୦୨୫ ଫେବୃଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ। ୨୦୧୩ରେ ଆଇପିଏସ ପାଇବା ପରେ ସେ କଳାହାଣ୍ଡି ଜିଲାର କେସିଙ୍ଗା ଏସ୍‌ଡିପିଓ ଭାବେ କାମ ଆରମ୍ଭ କରିଥିଲେ। କାମ କରିବା ସମୟରେ ସେ ଏକାଧିକ ପୁରସ୍କାର ପାଇଛନ୍ତି। କଟକ ବାରବାଟୀ କିକ୍ରେଟ ମ୍ୟାଚ ହେଉ ଅବା ଭୁବନେଶ୍ୱର ଭିଆଇପି ଡ୍ୟୁଟି, ଲ’ ଆଣ୍ଡ ଅର୍ଡରକୁ ସୁଚାରୁରୂପେ ତୁଲାଇଥିଲେ। କିନ୍ତୁ ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ପରେ ସେ ବିବାଦୀୟ ହୋଇପଡ଼ିଥିଲେ। ସୌମ୍ୟଙ୍କୁ ଲୋକ ପିଟୁଥିବାବେଳେ ସେଠାରେ ବାଲିଅନ୍ତା ପୋଲିସ ଏବଂ ପିସିଆର ଭ୍ୟାନ ଉପସ୍ଥିତ ଥାଇ ମଧ୍ୟ ନୀରବଦ୍ରଷ୍ଟା ପାଲଟିଥିଲେ। ଆଉ ଏହି ସମୟରେ ଡିସିପି ଜଗମୋହନ ଥାନା ଅଧିକାରୀ ଏବଂ ଏସିପିଙ୍କୁ ନେଇ କ୍ରାଇମ ମିଟିଂ କରୁଥିଲେ। ଥାନା ଅଧିକାରୀ ଡିସିପି ଜଗମୋହନଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ ମଧ୍ୟ ସେ ଥାନାଧିକାରୀଙ୍କୁ ଲଞ୍ଚ କରି ଯିବାକୁ କହିଥିଲେ। ଏହି ଘଟଣାରେ ସୌମ୍ୟଙ୍କ ମା’ ଡିସିପିଙ୍କୁ ଦାୟୀ କରିବା ସହ ଏନଏଚଆରସିଙ୍କୁ କହିଥିଲେ। ଯେଉଁଥି ପାଇଁ ଡିସିପିଙ୍କ ଉପରେ ସରକାର କ୍ଷୁବ୍ଧ ଥିଲେ, ଯେଉଁଥିପାଇଁ ଡିସିପି ଜଗମୋହନ ଚାପରେ ଆସି ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

କେମିତି ଗ୍ରହଣ ହୁଏ ଆଇପିଏସ ଅଧିକାରୀଙ୍କ ଇସ୍ତଫା
ଜଣେ ଆଇପିଏସଙ୍କ ଇସ୍ତଫାପତ୍ର ଗ୍ରହଣରେ ବହୁତ ଜଟିଳ ପ୍ରକ୍ରିୟା ଥାଏ। ଏଥିଲାଗି କେନ୍ଦ୍ରରୁ ଅନୁମତି ଆବଶ୍ୟକ ହୋଇଥାଏ। ଇସ୍ତଫାପତ୍ର ସ୍ପଷ୍ଟ, ସର୍ତ୍ତବିହୀନ ଏବଂ ଲିଖିତ ଆକାରରେ ହେବା ଜରୁରୀ। ଆଇପିଏସ ନିଜର ଇସ୍ତଫାପତ୍ର ଡିଜିପିଙ୍କ ଜରିଆରେ ମୁଖ୍ୟ ସଚିବଙ୍କ ପାଖକୁ ପଠାଇଥାନ୍ତି। ଯଦି ସେ କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବେ, ତେବେ ସମ୍ପୃକ୍ତ ମନ୍ତ୍ରଣାଳୟ ସଚିବଙ୍କୁ ଇସ୍ତଫାପତ୍ର ଦେବେ। ନିଜ ମତାମତ ସହ ସମ୍ପୃକ୍ତ ରାଜ୍ୟ କ୍ୟାଡରକୁ ପଠାଇବେ। ରାଜ୍ୟ ସରକାର ଇସ୍ତଫା ଗ୍ରହଣ କରିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଯାଞ୍ଚ କରନ୍ତି। ରାଜ୍ୟ ସରକାରଙ୍କ କୌଣସି ବକେୟା ଅର୍ଥ ଅଧିକାରୀଙ୍କ ଉପରେ ବାକି ଅଛି କି ନାହିଁ ଯାଞ୍ଚ କରାଯାଏ। ଆହୁରି ମଧ୍ୟ କୌଣସି ବିଭାଗୀୟ ତଦନ୍ତ, ଭିଜିଲାନ୍ସ, ସିବିଆଇ ମାମଲା ରହିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଏ। ଦୁର୍ନୀତି ଅଭିଯୋଗ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବାକି ଅଛି କି ନାହିଁ ଦେଖାଯାଏ। ଗମ୍ଭୀର ମାମଲା ଥିଲେ ଆଇପିଏସ ଅଧିକାରୀଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଏ ନାହିଁ। କୌଣସି ସର୍ଭିସ ବଣ୍ଡ ରହିଛି କି ନାହିଁ ତାହା ଯାଞ୍ଚ କରାଯାଏ। ସବୁ କିଛି ଯାଞ୍ଚ କରିବା ପରେ ଇସ୍ତଫା ଗ୍ରହଣ କରିବାର ସର୍ବୋଚ୍ଚ କର୍ତ୍ତୃପକ୍ଷ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟକୁ ପଠାଇଥାନ୍ତି। ଇସ୍ତଫା ଗ୍ରହଣ କରିବା ବା ନ କରିବା ସରକାରଙ୍କ ଇଚ୍ଛାଧୀନ। ଇସ୍ତଫାପତ୍ର ଗ୍ରହଣ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ନ ଥାଏ। ସବୁ କିଛି ପ୍ରକ୍ରିୟା ସରିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଗ୍ରହଣ କରିଥାଏ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?