କେନ୍ଦୁଝରରେ ଅନାହାର ମୃତ୍ୟୁ

କେନ୍ଦୁଝର,୪ା୧(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ଅନାହାରରୁ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ସ୍ଥିତି ଏପରି ହୋଇଥିଲା ଯେ ବିଛଣାରୁ ଉଠିବାକୁ ବଳ ପାଉ ନ ଥିଲା। ୩ ଛୁଆ ମଧ୍ୟ ଖାଦ୍ୟ ଅଭାବରୁ ରୋଗାଗ୍ରସ୍ତ ହୋଇଯାଇଥିଲେ। ଅବଶ୍ୟ ପ୍ରଶାସନ ପକ୍ଷରୁ ଉକ୍ତ ପରିବାରକୁ ସହାୟତା କରାଯାଇଥିଲା। ମାତ୍ର ଭୋକ ଉପାସ ଯୋଗୁ ରୋଗାଗ୍ରସ୍ତ ହୋଇପଡ଼ିଥିବା କେନ୍ଦୁଝର ଜିଲା ସଦର ବ୍ଲକ୍‌ ଅନ୍ତର୍ଗତ ପଦ୍ମପୁରର କୁଦୁରୁ ସାହିର ନନ୍ଦୀ ମୁଣ୍ଡାଙ୍କ ବୁଧବାର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ପଦ୍ମପୁର ଗ୍ରାମର ରାଇସମିଲ ପାଖ କୁଦୁରୁ ସାହିରେ ନନ୍ଦୀ ପରିବାର ସହ ରହୁଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଖାଦ୍ୟ ଅଭାବରୁ ନନ୍ଦୀ ବିଛଣାରେ ପଡ଼ି ଛଟପଟ ହେଉଥିଲେ। ଝିଅ ସେବତୀଙ୍କ ମଧ୍ୟ ଗୋଡ଼ ଫୁଲି ଘା ଓ ଚର୍ମ ରୋଗ ହୋଇଯାଇଥିଲା। ଏଭଳି ସ୍ଥିତିରେ ସେବତୀ ପର ଘରେ କାମ କରି ମା’ ଓ ୨ ଭାଇଙ୍କ ମୁହଁରେ ଆହାର ଯୋଗାଇବାକୁ ଚେଷ୍ଟା କରୁଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଗତ ୨୯ ତାରିଖରେ ସଦର ବ୍ଲକ୍‌ ବିଡିଓ ତିଳୋତ୍ତମା ପୃଷ୍ଟି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ମେଡିକାଲ ଟିମ୍‌ ଧରି ସାହିରେ ପହଞ୍ଚତ୍ ନନ୍ଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଅଧିକ ଚିକିତ୍ସା ଆବଶ୍ୟକତାକୁ ନେଇ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ୩୦ ତାରିଖରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜିଲା ସ୍ବାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ପୃଷ୍ଟି କହିଛନ୍ତି। ଯୁବ ଓ ଶ୍ରମ ବିକାଶ ମଞ୍ଚ ପକ୍ଷରୁ ଏ ନେଇ ଏକ ନିରବ ସଭା କରି ନନ୍ଦୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଛି। ନନ୍ଦୀଙ୍କ ପରି ଆଉ କାହାର ଭୋକ ଉପବାସରେ ଜୀବନ ନ ଯାଉ ବୋଲି ସଦସ୍ୟମାନେ କହିଥିଲେ। ଅନାଥ ପିଲାଙ୍କ ଭବିଷ୍ୟତ ବ୍ୟବସ୍ଥା ସରକାର କରିବାକୁ ଦାବି ହେଉଛି। ବିଡିଓ ତିଳୋତ୍ତମା ପୃଷ୍ଟି କହିଛନ୍ତି, ତାଙ୍କ ପାଖରେ ଖବର ନାହିଁ। ତେବେ ସରକାରଙ୍କ ନିୟମାନୁଯାୟୀ ତାଙ୍କ ପରିବାର ଓ ପିଲାଙ୍କୁ ସହାୟତା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri