Posted inଜାତୀୟ

ଅର୍ଣ୍ଣବଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ଲିକ୍‌କୁ ନେଇ ଝଡ଼

ନୂଆଦିଲ୍ଲୀ, ୧୮।୧: ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଟେଲିଭିଜନ ରେଟିଂ ସଂସ୍ଥା ବିଏଆର୍‌ସିର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍‌ ଚାଟିଂର ସ୍କ୍ରିନ୍‌ଶଟ୍‌ ସୋସିଆଲ ମିଡିଆରେ ଲିକ୍‌ ଘଟଣାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଅର୍ଣ୍ଣବଙ୍କ ଚାଟ୍‌ ଲିକ୍‌ ଭିତିରି ଷଡ଼ଯନ୍ତ୍ର ଓ ଦେଶର ନିରାପତ୍ତା ସମ୍ପର୍କିତ ତଥ୍ୟ ପ୍ରଘଟ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ଭାଜପାର ଚ୍ୟାନେଲଗୁଡ଼ିକ ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି।
ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଦୁଇ ତିନି ଦିନ ପୂର୍ବରୁ ଅର୍ଣ୍ଣବ ଓ ଦାସଗୁପ୍ତାଙ୍କ ମଧ୍ୟରେ ଏ ସମ୍ପର୍କରେ ପୂର୍ବରୁ ସେମାନେ ଚାଟିଂ କରିଥିଲେ ବୋଲି ଜଣାପଡ଼ିଛି। ସେହିପରି ଅନୁଚ୍ଛେଦ ୩୭୦ ଉଚ୍ଛେଦ ସମ୍ପର୍କରେ ଚାଟିଂ ହୋଇଥିଲା। ଏଥିରେ ପିଏମ୍‌ଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ସମ୍ପର୍କରେ ଏକାଧିକ ଥର ଉଲ୍ଲେଖ କରାଯାଇଥିବାରୁ ବିରୋଧୀ ଦଳ ଏହାର ତଦନ୍ତ ଦାବି କରିଛି। ଟିଆର୍‌ପି ଦୁର୍ନୀତି ମାମଲାରେ ମୁମ୍ବାଇ ପୋଲିସ ଦାଖଲ କରିଥିବା ୩,୬୦୦ ପୃଷ୍ଠାର ଅତିରିକ୍ତ ଚାର୍ଜଶିଟ୍‌ରେ ହ୍ବାଟ୍ସଆପ୍‌ ଚାଟିଂ ସମ୍ପର୍କରେ ଉଲ୍ଲେଖ ରହିଛି। ଘଟଣାର ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ତଦନ୍ତ କରିବା ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଏବଂ କଂଗ୍ରେସ ଏମ୍‌ପି ମନୀଷ ତିଓ୍ବାରୀ ଆହ୍ବାନ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଯଦି ସତ୍ୟ ହୋଇଥାଏ, ତେବେ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଏବଂ ୨୦୧୯ ସାଧାରଣ ନିର୍ବାଚନ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ନିର୍ବାଚନ ଉଦ୍ଦେଶ୍ୟରେ ଜାତୀୟ ନିରାପତ୍ତାକୁ ବିପନ୍ନ କରାଯାଇଥିଲା କି ବୋଲି ତିଓ୍ବାରୀ ଟୁଇଟ୍‌ କରିବା ସହ ଏହାର ଜେପିସି ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି। ଏହି ପ୍ରସଙ୍ଗରେ ଚିଦାମ୍ବରମ୍‌ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଟାର୍ଗେଟ କରିଛନ୍ତି। ଯଦି ବାଲାକୋଟ ଆକ୍ରମଣ ଘଟଣାକୁ ରାଜନାଥଙ୍କ ବନ୍ଧୁ ତଥା ସାମ୍ବାଦିକ ୩ ଦିନ ପୂର୍ବରୁ ଜାଣିଥିବା ଠିକ୍‌, ତେବେ ସେମାନଙ୍କ ସୂତ୍ର ଏହି ତଥ୍ୟକୁ ପାକିସ୍ତାନ ପାଇଁ କାର୍ଯ୍ୟ କରୁଥିବା ସୂଚନାଦାତାଙ୍କୁ ଯେ ଜଣାଇ ନ ଥିବ ଏହାର କ’ଣ ଗ୍ୟାରେଣ୍ଟି ଅଛି ବୋଲି ଚିଦାମ୍ବରମ୍‌ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri