କରୋନା ରୋଗୀଙ୍କୁ କୁକୁର ସହ ତାଲା ପକାଇଲେ କର୍ମଚାରୀ

ଗାନ୍ଧିନଗର,୧୧।୭: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କେତେକ ରାଜ୍ୟରେ କରୋନା ସଙ୍କଟର ଭୟଙ୍କର ପରିସ୍ଥିତି ଉପୁଜିଛି। ପ୍ରତିଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସମୟରେ କରୋନା ରୋଗୀଙ୍କ ସହ ଦୁର୍ବବ୍ୟହାର ଓ ଅବହେଳା ହେଉଥିବାର କେତେକ ଘଟଣା ନଜିରକୁ ଆସୁଛି। ଏଭଳି ଏକ ଘଟଣା ଘଟିଛି ଗୁଜରାଟର ମୋରବି ଜିଲାରେ। ବିକାନେର ସ୍ଥିତ ଏକ ହସ୍ପିଟାଲର କର୍ମଚାରୀଙ୍କ ଦାୟିତ୍ୱହୀନତା ସାମ୍ନାକୁ ଆସିଛି। ହସ୍ପିଟାଲର କୋଭିଡ-୧୯ ଓ୍ବାର୍ଡରେ ଜଣେ କରୋନା ମହିଳା ରୋଗୀଙ୍କୁ କୁକୁର ସହ ତାଲା ପକାଇ ସେଠାରୁ ପଳାଇଯାଇଥିବା ଦେଖିବାକୁ ମିଳିଛି। ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ୧୦ଦିନ ପୂର୍ବରୁ ଉକ୍ତ ମହିଳା କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଜୁଲାଇ ୭ରେ ହସ୍ପିଟାଲର କର୍ମଚାରୀ କୋଭିଡ ଓ୍ବାର୍ଡରେ ଏହି କରୋନା ରୋଗୀଙ୍କୁ କୁକୁର ସହ ତାଲା ପକାଇ ଚାଲିଯାଇଥିଲେ। ସେ ଯେତେ ଚିତ୍କାର କଲେ ବି କେହି ଶୁଣି ନ ଥିଲେ। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ମହିଳା ଜଣଙ୍କ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ଭିଜନ ୨୦୪୭: ମନରେଗା ଦ୍ୱାରା ନିଆଯାଉ ଅଧିକ ପଦକ୍ଷେପ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୫।୧ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗୁରୁବାରଠାରୁ ଜଳ ଭିଜନ ୨୦୪୭ ବିଷୟବସ୍ତୁ ଉପରେ ଦୁଇ ଦିନିଆ ପ୍ରଥମ ଅଲ ଇଣ୍ଡିଆ ରାଜ୍ୟ ମନ୍ତ୍ରୀଙ୍କ ବାର୍ଷିକ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୫।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

‘ଚନ୍ଦ୍ରାୟାନ ୩’କୁ ନେଇ ହେବ ଫିଲ୍ମ, ଘୋଷଣା କଲେ ‘ମିଶନ ମଙ୍ଗଳ’ର ନିର୍ଦ୍ଦେଶକ ଜଗନ ଶକ୍ତି

ମୁମ୍ବାଇ: ଚନ୍ଦ୍ରାୟାନ ୩ର ସଫଳତାକୁ ନେଇ ଦେଶରେ ଖୁସିର ଆସର ଚାଲିଛି। ତେବେ ଇସ୍ରୋର ଏହି ସଫଳତାକୁ ବଡ ସ୍କ୍ରିନରେ ଦେଖାଇବା ପାଇଁ ଆଗକୁ ଆସିଛନ୍ତି...

ପଶ୍ଚିମବଙ୍ଗରେ ରହୁଥିବା ସବୁ ବାଂଲାଦେଶୀ ଭାରତୀୟ: ମମତା

କାଲିଆଗଞ୍ଜ, ୪ା୩ (ପି.ଟି.): ବାଂଲାଦେଶରୁ ଆସି ପଶ୍ଚିମବଙ୍ଗରେ ରହୁଥିବା ଓ ଏଠାରେ ଭୋଟ ଦେଇଆସୁଥିବା ଲୋକମାନେ ଭାରତୀୟ ନାଗରିକ। ସେମାନଙ୍କୁ ନାଗରିକତା ପାଇଁ ପୁଣିଥରେ ଆବେଦନ...

ରାଜ୍ୟରେ ଚିହ୍ନଟ ହେଲେ ୧୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୧୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

୨୪ରେ ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ମେୟର ନିର୍ବାଚନ ନେଇ ସୋମବାର ପୁଣି ତାରିଖ ଘୋଷଣା ହୋଇଛି। ଜାନୁଆରୀ ୨୪ରେ ମେୟର ନିର୍ବାଚନ ହେବା ନେଇ ସୂଚନା...

ଉତ୍ତର ପ୍ରଦେଶ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୫୮ ଆସନରେ ୬୦% ମତଦାନ

ଲକ୍ଷ୍ନୌ,୧୦ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ପ୍ରଥମ ପର୍ଯ୍ୟାୟରେ ୧୧ ଜିଲାର ୫୮ଟି...

ଦ୍ୱନ୍ଦ୍ୱ ଦୂର ପ୍ରୟାସ ସହ ଧମକ

ନୂଆଦିଲ୍ଲୀ,୨୦।୬: ସୈନ୍ୟବାହିନୀରେ ଠିକା ନିଯୁକ୍ତି ଯୋଜନା ଅଗ୍ନିପଥକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଦେଖାଦେବା ପରେ ଏହାକୁ ପ୍ରଶମିତ କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରୟାସ...

Advertisement
Archives

Model This Week