ଅନିଶ୍ଚିତତାରୁ ସ୍ଥିରତା

Dillip Cherian

୨୦୧୪ରେ ଭାଜପା କ୍ଷମତାକୁ ଆସିବା ପରେ ମୋଦି ସରକାରଙ୍କ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ବରିଷ୍ଠ ବାବୁମାନେ ଅନିଶ୍ଚିତ କାର୍ଯ୍ୟକାଳ ଦେଖିଥିଲେ। ପ୍ରତିରକ୍ଷା, ସ୍ବରାଷ୍ଟ୍ର ଏବଂ ଅର୍ଥ ଭଳି ମନ୍ତ୍ରଣାଳୟରେ ଦୁଇ ବର୍ଷ ପାଇଁ ନିଯୁକ୍ତ ଅଧିକାରୀଙ୍କୁ କାର୍ଯ୍ୟକାଳ ପୂରିବା ପୂର୍ବରୁ ସ୍ଥାନାନ୍ତର କରାଯାଇଥିଲା। ଏକ ଦଶନ୍ଧି ପରେ ଏବେ ଏହି ଧାରା ଓଲଟିଯାଇଛି। ସଚିବ ସ୍ତରୀୟ ଅଧିକାରୀମାନେ ବର୍ତ୍ତମାନ ବର୍ଦ୍ଧିତ କାର୍ଯ୍ୟକାଳ ଉପଭୋଗ କରୁଛନ୍ତି, କେତେକେ ଏହିସବୁ ମନ୍ତ୍ରଣାଳୟରେ ତିନି-ଚାରି ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ଉଦାହରଣ ସ୍ବରୂପ, ସ୍ବରାଷ୍ଟ୍ର ସଚିବ ଅଜୟ ଭାଲାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୧୯ ଠାରୁ ୪ଥର ବୃଦ୍ଧି କରାଯାଇଛି। ସେହିପରି ଅର୍ଥ ମନ୍ତ୍ରଣାଳୟ ସଚିବ ଟି.ଭି. ସୋମନାଥନ ଏବଂ ତୁହିନକାନ୍ତ ପାଣ୍ଡେ ଯଥାକ୍ରମେ ଡିସେମ୍ବର ୨୦୧୯ ଏବଂ ଅକ୍ଟୋବର ୨୦୧୯ ଠାରୁ ନିଜ ପଦବୀରେ ରହିଛନ୍ତି। ବର୍ତ୍ତମାନର ଅର୍ଥ ସଚିବ ଅଜୟ ସେଠ୍‌ ଏବଂ ସାଧାରଣ ବ୍ୟୟ ବିଭାଗର ସଚିବ ଅଲି ରଜା ରିଜ୍‌ଭି ଏପ୍ରିଲ ୨୦୨୧ରୁ ଦାୟିତ୍ୱରେ ରହିଥିବାବେଳେ ଫାଇନାନ୍ସ ସର୍ଭିସେସ୍‌ ସଚିବ ବିବେକ ଯୋଶୀ ନଭେମ୍ବର ୨୦୨୨ରୁ କାର୍ଯ୍ୟ କରିଆସୁଛନ୍ତି। ଏଭଳି ଧାରା ଉଚ୍ଚଶିକ୍ଷା, ସ୍ବରାଷ୍ଟ୍ର, ସହରୀ ବ୍ୟାପାର ଏବଂ ପାନୀୟ ଜଳ ଓ ପରିମଳ ସମେତ ଅନ୍ୟ ସବୁ ମନ୍ତ୍ରଣାଳୟ ଓ ବିଭାଗରେ ଦେଖାଯାଇଛି। ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ଏବଂ ପ୍ରତିରକ୍ଷା ସଚିବ ଗିରିଧର ଅର୍ମାନେଙ୍କ ଭଳି ଅଧିକାରୀମାନେ ଏକ ବ୍ୟତିକ୍ରମ ଏବଂ ଏପର୍ଯ୍ୟନ୍ତ ସେମାନଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ପୂରିବାକୁ ବାକି ରହିଛି। କିନ୍ତୁ ଏହା ସ୍ପଷ୍ଟ ଯେ, ଶାସନ ଶୈଳୀରେ ଏକ ସୁଚିନ୍ତିତ ପରିବର୍ତ୍ତନ ଆସିଛି । ଅଧିକାରୀମାନଙ୍କର ଏବେ ଅଧିକ ସ୍ଥିରତା ରହିଛି। ସେମାନେ ମନ୍ତ୍ରଣାଳୟ ଓ ବ୍ୟବସ୍ଥା ମଧ୍ୟରେ ଉତ୍ତମ ସମନ୍ବୟ ସୃଷ୍ଟି କରିବା ସହ ପ୍ରକଳ୍ପ ଅନୁମୋଦନ ଏବଂ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରୁଛନ୍ତି ।

ବଦଳିକୁ ନେଇ ପ୍ରଶ୍ନବାଚୀ

ସମ୍ପ୍ରତି ଗୃହ ଓ ନଗର ବ୍ୟାପାର ସଚିବ ମନୋଜ ଜୋଶୀଙ୍କ ବଦଳି ସରକାରରେ ଅନେକ ବାବୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଜୋଶୀଙ୍କୁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଭୂସମ୍ପଦ ବିଭାଗକୁ ସ୍ଥାନାନ୍ତର କରାଯାଇଛି। ନିଧି ଖେର୍‌ଙ୍କ ସ୍ଥାନରେ ସେ ଅବସ୍ଥାପିତ ହୋଇଛନ୍ତି। ନିଧିଙ୍କୁ ଉପଭୋକ୍ତା ବ୍ୟାପାର ବିଭାଗକୁ ଅଫିସର ଅନ୍‌ ସ୍ପେଶିଆଲ ଡ୍ୟୁଟି(ଓଏସ୍‌ଡି) ଅଫିସର ଭାବେ ବଦଳି କରାଯାଇଥିଲା। ଜୋଶୀଙ୍କ ସ୍ଥାନରେ ସଡ଼କ ପରିବହନ ଏବଂ ରାଜପଥ ସଚିବ ଅନୁରାଗ ଜୈନଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଡିସେମ୍ବର ୨୦୨୧ରେ ଏମ୍‌ଓଏଚ୍‌ୟୁଏ (ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ)ସଚିବ ଭାବେ ଜୋଶୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ତାଙ୍କର ଏବକାର ବଦଳି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଯୋଶୀ ନୂତନ ସଂସଦ ଭବନ ନିର୍ମାଣ ଏବଂ ବହୁ ସରକାରୀ ଇଷ୍ଟେଟ ଓ ସଚିବାଳୟ ଭବନର ବିକାଶ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ତଦାରଖ କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅନେକଙ୍କୁ ଆଶ୍ଚର୍ଯ୍ୟ କଲାଭଳି ପେ-ଜଲ୍‌ ସର୍ବେକ୍ଷଣ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିଥିବା ଯୋଗୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା ଅନୁମାନ କରାଯାଉଛି। ଏହି ଘଟଣା ଜୋଶୀଙ୍କ ବଦଳିର ମୂଳ କାରଣ ଭାବରେ ଦର୍ଶାଯାଉଥିବାବେଳେ କେତେଜଣ ବାବୁ ପ୍ରଶ୍ନ କରିଛନ୍ତି ଯେ, ଏହା ଏକମାତ୍ର କାରଣ କି? ଯଦି ସମ୍ବେଦନଶୀଳ ସୂଚନା ପରିଚାଳନାରେ ଭୁଲ୍‌ ପଦକ୍ଷେପ ବଦଳିର କାରଣ, ତେବେ ଅନ୍ୟ ଅଧିକାରୀମାନେ ମଧ୍ୟ ସମାନ ପରିଣାମ ଭୋଗିବା ଉଚିତ। ଉଦାହରଣ ସ୍ବରୂପ, ‘ରଥ ପ୍ରଭାରୀ’ ବିଜ୍ଞପ୍ତିରେ କୃଷି ସଚିବ ମନୋଜ ଆହୁଜାଙ୍କ ଡ୍ରାଫ୍ଟ ନୋଟ୍‌ ସଂସଦରେ ସରକାରଙ୍କୁ ଲଜ୍ଜିତ କରିଥିଲା। ସେହିଭଳି, ନୀତି ଆୟୋଗ ଉପାଧ୍ୟକ୍ଷ ବି.ଭି.ଆର୍‌ ସୁବ୍ରମଣ୍ୟମ ୧୫ ତମ ଅର୍ଥ ଆୟୋଗ ସହ ଜଡିତ ବିଷୟ ଉପରେ ଆଲୋଚନା କରୁଥିବା ତାଙ୍କ ସେମିନାରର ଏକ ଅଡିଓ ରେକର୍ଡିଂ ସାମ୍ନାକୁ ଆସିବା ଘଟଣାରେ ଯାଞ୍ଚର ସମ୍ମୁଖୀନ ହୋଇଥିଲେ।

କୁମାରଙ୍କ ଅଭିଯୋଗ

ହରିୟାଣାର ୨୦୦୧ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଓ୍ବାଇ. ପୁରନ କୁମାର ରାଜ୍ୟର ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ବିରୋଧରେ ପ୍ରାୟ ଦୁଇମାସ ମଧ୍ୟରେ ନିର୍ଯାତନା ଏବଂ ଅପମାନ ଅଭିଯୋଗସବୁ ଆଣିଛନ୍ତି। ସେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ବିରୋଧରେ ୪ଟି ଅଭିଯୋଗ ଦାଖଲ କରିବା ଦ୍ୱାରା ଦୁଇ ଅଧିକାରୀଙ୍କ ମଧ୍ୟରେ ତିକ୍ତତା ବଢ଼ିଛିି। ତେବେ କୁମାରଙ୍କ ଅଭିଯୋଗଗୁଡ଼ିକର ତଦନ୍ତ ପାଇଁ ଗତ ମାସରେ ୩ଜଣ ପୂର୍ବତନ ଆଇଏଏସ୍‌ ଅଧିକାରୀଙ୍କୁ ନେଇ ଏକ କମିଟି ଗଠିତ ହୋଇଥିଲା। କୁମାରଙ୍କ ଶେଷ ଅଭିଯୋଗ ମଧ୍ୟ ଏହି କମିଟି ବିରୋଧରେ ଥିଲା। କମିଟି ଗଠନକୁ ତୀବ୍ର ବିରୋଧ କରି ଏହାକୁ ଆଇନଗତ ଅପ୍ରାସଙ୍ଗିକ ଏବଂ ସମ୍ପୂର୍ଣ୍ଣ ବେଆଇନ ବୋଲି କୁମାର ହରିୟାଣା ସରକାରଙ୍କୁ ଲେଖିଛନ୍ତି। ତଥାପି ତାଙ୍କ ଆପତ୍ତି ସତ୍ତ୍ୱେ କମିଟି ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ଏପରିକି କୁମାରଙ୍କୁ ପ୍ରମାଣ ଯୋଗାଇବା ଏବଂ କମିଟି ଦ୍ୱାରା ଦର୍ଶାଯାଇଥିବା ବିଭିନ୍ନ ପ୍ରସଙ୍ଗରେ ବିବୃତି ପ୍ରଦାନ କରିବାକୁ କମିଟି ଡାକିଛି। ସୂଚନା ମୁତାବକ, ଗତ ବର୍ଷ ଅକ୍ଟୋବରରେ କୁମାର ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏବଂ ଅନ୍ୟମାନଙ୍କ ବିରୋଧରେ ପ୍ରଥମେ ଅଭିଯୋଗ କରିବା ପରେ ସମସ୍ୟା ଆରମ୍ଭ ହୋଇଥିଲା। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ପ୍ରିଭେନ୍‌ଶନ ଅଫ୍‌ ଆଟ୍ରୋସିଟିଜ୍‌) ଅଧିନିୟମର ଉଲ୍ଲଂଘନ ସହିତ ସେ ଏକାଧିକ ଅଭିଯୋଗ ଆଣିଥିଲେ। ତଦନ୍ତ ଆଗଉଥିବାବେଳେ କମିଟିରେ ଥିବା ପୂର୍ବତନ ଆଇଏଏସ୍‌ ଅଧିକାରୀ ରାଜନ ଗୁପ୍ତା, ନବରାଜ ସାନ୍ଧୁ ଏବଂ ପି.କେ.ଦାସଙ୍କ ବିରୋଧରେ କୁମାର କ’ଣ ଅଭିଯୋଗ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

– ଦିଲୀପ ଚେରିଏନ୍‌
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri