ଖଟିରେ ମେଣ୍ଟ ଚର୍ଚ୍ଚା

ରାଉରକେଲା,୧୫।୩ (ସଙ୍ଗୀତା ଜେନା): ବିଜେଡି ଓ ଭାଜପା ମେଣ୍ଟ ହେବା ନେଇ ଅନିଶ୍ଚିତତା ଲାଗିରହିଛି। ଏହା ହେଲେ ସୁନ୍ଦରଗଡ଼ ଜିଲାର ରାଉରକେଲା ଓ ରଘୁନାଥପାଲି ବିଧାନସଭା ଆସନ କେଉଁ ଦଳ ହାତକୁ ଯିବ, ଇସ୍ପାତ ସହରର ଛକ ଓ ଖଟି ଆସରଗୁଡ଼ିକରେ ଆଲୋଚନା ଉଙ୍କି ମାରିଛି। ଭାଜପା ୨୦୦୯ରୁ ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀରେ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଆସୁଛି। ତେଣୁ ଏଥର ରାଉରକେଲା ଆସନ ଭାଜପାକୁ ଆସୁ ବୋଲି ଦାବି କରାଯାଉଛି। ଅନ୍ୟପକ୍ଷରେ ରାଉରକେଲାରେ ୨୦୦୪ରୁ ଅଦ୍ୟାବଧି ଦେଖିଲେ ୨୦୧୪ ବ୍ୟତୀତ ବିଜେଡି ବିଧାୟକ ସାରଦା ନାୟକ ଜିତି ଆସିଛନ୍ତି। ତେଣୁ ବିଜେଡି ଖାତାରେ ଏହି ଆସନ ପଡ଼ିବା ଦରକାର ବୋଲି ଖଟିରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି।
ଆସନ ରାଜ୍ୟର ଅନ୍ୟତମ ହଟ୍‌ ସିଟ୍‌ ଭାବେ ଗଣନା କରାଯାଇଥାଏ। ୨୦୦୦ରେ ମେଣ୍ଟ ସମୟରେ ବିଜେଡି ପ୍ରାର୍ଥୀ ଅଜିତ୍‌ ଦାସ ବିଜୟୀ ହୋଇଥିଲେ। ୨୦୦୪ରେ ବିଜେଡିରୁ ସାରଦା ନାୟକ ଟିକେଟ ପାଇ ଜିତିଥିଲେ। ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଓ ଭାଜପା ପରସ୍ପର ବିପକ୍ଷରେ ଲଢ଼ିଥିଲେ। ସାରଦା ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଭାଜପା ୨୦୧୪ରେ ଦିଲୀପ ରାୟଙ୍କୁ ଦଳକୁ ନେଇ ତାଙ୍କ ପତିଆରାକୁ ବ୍ୟବହାର କରି ବିଜୟୀ ହୋଇଥିଲା। ପରେ ଦିଲୀପ ଭାଜପା ଛାଡ଼ିଦେଇଥିଲେ। ହେଲେ ଭାଜପା ଏହି ସମୟରେ ସାରଦାଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ନିଜ ପ୍ରତ୍ୟକ୍ଷ ସମର୍ଥନ ବିଜେଡିିକୁ ଦେଇ ସାରଦାଙ୍କୁ ପରବର୍ତ୍ତୀ ସମୟରେ ବିଜୟୀ କରାଇଥିଲେ ଦିଲୀପ। ତେବେ ବିଜେଡି ତୁଳନାରେ ଭାଜପା ଦିନକୁ ଦିନ ଭଲ ପ୍ରଦର୍ଶନ କରୁଥିବା ଆଲୋଚନା ହେଉଛି। ୨୦୦୯ରେ ଭାଜପା ଏହି ନିର୍ବାଚନୀମଣ୍ଡଳରେ ୨୦,୨୪୨ ଭୋଟ, ୨୦୧୪ରେ ୫୯,୬୫୩ ଭୋଟ ଓ ୨୦୧୯ରେ ଭାଜପା ପ୍ରାର୍ଥୀ ନିହାର ରାୟ ୫୦,୨୭୫ ଖଣ୍ଡ ଭୋଟ ହାସଲ କରି ବିଜୟଠାରୁ ଅଳ୍ପ ଦୂରରେ ରହିଯାଇଥିଲେ।
ଇସ୍ପାତ ନଗରୀର ଅନେକ ଅଂଶ ରଘୁନାଥପାଲି ନିର୍ବାଚନମଣ୍ଡଳୀରେ ଆସୁଥିବାରୁ ଏଠାରେ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ବିଜେଡିର ଅନ୍ୟତମ ଗଡ଼ ରଘୁନାଥପାଲି। ବିଧାୟକ ସୁବ୍ରତ ତରାଇ ଏଠାରୁ କ୍ରମାଗତ ୩ ଥର ବିଜୟୀ ହୋଇ ଏବେ ବିଧାୟକ ଅଛନ୍ତି। କିନ୍ତୁ ବିଜେଡି ଓ ଭାଜପା ମଧ୍ୟରେ ଭୋଟ ବ୍ୟବଧାନ ବର୍ଷକୁ ବର୍ଷ କମ୍‌ ହେବାରେ ଲାଗିଛି। ୨୦୧୪ରେ ବିଜେଡି ୪୯,୦୭୪ ଓ ଭାଜପା ୩୩,୦୩୩ ଭୋଟ ପାଇଥିବା ବେଳେ ୨୦୧୯ରେ ବିଜେଡି ୪୪,୮୧୫ ଓ ଭାଜପା ୪୦,୧୩୧ ଭୋଟ ପାଇଥିଲା। ଦେଖିବାକୁ ଗଲେ ବିଜେଡି ପ୍ରାର୍ଥୀ ସୁବ୍ରତ ତରାଇଙ୍କ ଜିତିବା ବ୍ୟବଧାନ କମିଆସିଥିବା ଲକ୍ଷ୍ୟ କରାଯାଇଛି। ଭାଜପାର ସଂଘର୍ଷ ଜାରି ରହିଥିବା ବେଳେ ବିଜେଡିି ନେତାଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ଆଲୋଚନା ହେଉଛି। କାରଣ ତରାଇ ନିର୍ବାଚନମଣ୍ଡଳୀଠାରୁ ବର୍ଷ ବର୍ଷ ଦୂରେଇ ରହିବା ଓ ଲୋକଙ୍କ ସହ ସମ୍ପର୍କ ରଖି ନ ଥିବାରୁ ଏବେ ସେଠାରେ ତାଙ୍କ ପ୍ରତି ଅସନ୍ତୋଷ ବଢ଼ିଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଏଥର ପ୍ରାର୍ଥୀ ପରିବର୍ତ୍ତନ ହେଲେ ଆସନ ପୁଣି ବିଜେଡି ଖାତାକୁ ଆସିବ ବୋଲି ଆଲୋଚନା ହେଉଛି।
ହେଲେ ଭାଜପା ଅଧିକ ପ୍ରଭାବିତ ହେବ ବୋଲି କୁହାଯାଉଛି। କାରଣ ଉଭୟ ସିଟ୍‌ରେ ଭାଜପାର ପ୍ରଦର୍ଶନ ଭଲ ହୋଇ ଆସୁଥିଲା। ଏବର ସ୍ଥିତି ଦେଖି ଭାଜପା ନେତାମାନେ ମେଣ୍ଟ ହେଲେ ନିଜ ହାତରୁ ଉଭୟ ଆସନ ଖସିଯିବା ନେଇ ପ୍ରମାଦ ଗଣିବାକୁ ଲାଗିଲେଣି। ଆଶଙ୍କା ସତ୍ତ୍ୱେ ବିଜେଡିର ତୁଙ୍ଗନେତାମାନେ ମାରାଥନ୍‌ ପ୍ରଚାର ପ୍ରସାରରେ ବ୍ୟସ୍ତ ରହୁଥିବା ବେଳେ ଭାଜପା ନେତାମାନେ ସ୍ଥାଣୁ ପାଲଟିଯାଇଥିବା ଖଟିରୁ ଶୁଣିବାକୁ ମିଳିଛି। ଭାଜପା କର୍ମୀ ମହଲରେ ମଧ୍ୟ ମେଣ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଉଛି। ଆଶାୟୀମାନେ ନିରୁତ୍ସାହିତ ହୋଇ ମେଣ୍ଟ ବିପକ୍ଷରେ ସମାଲୋଚନା କରୁଛନ୍ତି। ଅପରପକ୍ଷେ ଉଭୟ ନିର୍ବାଚନମଣ୍ଡଳୀରେ ଦିଲୀପ ରାୟଙ୍କ ଏକ ସ୍ବତନ୍ତ୍ର ଭୋଟ ବ୍ୟାଙ୍କ ରହିଆସିଛି। ତାଙ୍କ ସମର୍ଥନ ଉପରେ ଯେକୌଣସି ଦଳର ବିଜୟ ନିର୍ଭର କରୁଛି ବୋଲି ସାଧାରଣରେ ମଧ୍ୟ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?