Posted inଜାତୀୟ

ପାର୍ଥ ଚାଟାର୍ଜୀ, ଅର୍ପିତା ମୁଖାର୍ଜୀଙ୍କୁ ମିଳୁନି ଆଶ୍ୱସ୍ତି, ୩୧ ଅଗଷ୍ଟ ପର୍ଯ୍ୟନ୍ତ ରହିବେ ନ୍ୟାୟିକ ହେପାଜତରେ

କୋଲକାତା,୧୮ ।୮: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାର ଯାଞ୍ଚ ଏବେବି ଜାରି ରହିଛି । ଏହି ମାମଲାରେ ଫସିଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସମ୍ପର୍କୀୟା ଅର୍ପିତା ମୁଖାର୍ଜୀଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳୁନହିଁ । ଉଭୟଙ୍କ ନ୍ୟାୟିକ ହେପାଜତ ବା ଜୁଡିସିଆଲ କଷ୍ଟୋଡିକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଶିକ୍ଷକ ଭର୍ତ୍ତି ମାମଲା ଘୋଟାଲାରେ ଗୁରୁବାର ଉଭୟ କୋର୍ଟରେ ହାଜର ହୋଇଥିଲେ । ଉଭୟଙ୍କ ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିଲା । କୋର୍ଟରେ ହାଜର ହେବା ପରେ ପୁଣିଥରେ ଏମାନଙ୍କ ଜୁଡିସିଆଲ କଷ୍ଟୋଡିକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ସ୍ପେଶାଲ ପିଏମଏଲଏ କୋର୍ଟ ସ୍କୁଲ ସେବା ଆୟୋଗ ନିଯୁକ୍ତି ଘୋଟାଲାରେ ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସମ୍ପର୍କୀୟା ଅର୍ପିତା ମୁଖାର୍ଜୀଙ୍କୁ ୧୪ ଦିନିଆ ଜୁଡିସିଆଲ କଷ୍ଟୋଡିରେ ପଠାଇ ଦେଇଥିଲେ । ଏବେ ପୁଣିଥରେ ଏମାନଙ୍କୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜୁଡିସିଆଲ କଷ୍ଟୋଡିକୁ ପଠାଇ ଦିଆଯାଇଛି । ସୂଚନା ମୁତାବକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ପଚାଉଚରା ସମୟରେ ଅର୍ପିତାଙ୍କ ନିକଟରୁ ଅନେକ ତଥ୍ୟ ମିଳିଛି । ଉଭୟଙ୍କ ପଚରା ଉଚରାର ରେକର୍ଡିଂ ବି କରାଯାଇଛି । ତେବେ ଅର୍ପିତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ପାର୍ଥଙ୍କର ବୋଲି ସେ କହିଥିବା ବେଳେ ଅର୍ପିତାଙ୍କୁ ଉକ୍ତ କୋଠରିକୁ ପ୍ରବେଶ ଅନୁମତି ନ ଥିବା ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ପିଟ୍‌ ବୁଲ ଆକ୍ରମଣ କରିବାରୁ ମାଲିକ ଗିରଫ

ଗୌତମ ବୁଦ୍ଧ ନଗର,୧୮।୧: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲାର ସାଦୋପୁର ଗ୍ରାମରେ ସୋମବାର ଏକ ପିଟ୍‌ ବୁଲ ଆକ୍ରମଣରେ ଜଣେ ନାବାଳକ ଗୁରୁତର ହୋଇଛି।...

ଉଦ୍ଧବ ଠାକ୍‌ରେଙ୍କୁ ଆଉ ଏକ ଝଟ୍‌କା: ଘନିଷ୍ଠ ନେତାଙ୍କ ପୁଅ ଭୂଷଣ ଦେଶାଇ ଶିନ୍ଦେ ଗୋଷ୍ଠୀରେ ସାମିଲ

ମୁମ୍ବାଇ,୧୩।୩: ଶିବସେନାର ନାମ ଏବଂ ନିର୍ବାଚନ ପ୍ରତୀକ ହରାଇବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମସ୍ୟା ଥମିବାର ନାମ ନେଉନି। ବର୍ତ୍ତମାନ ଉଦ୍ଧବଙ୍କୁ...

ବିଦେଶୀ ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ ଲାଗି ୩୧ ଜିଲାପାଳଙ୍କୁ କ୍ଷମତା

ନୂଆଦିଲ୍ଲୀ,୮।୨(ପି.ଟି.): ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ (ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍ସି ଏବଂ ଖ୍ରୀଷ୍ଟିଆନ) ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ଆଇନ ଅନୁଯାୟୀ ଭାରତର...

ରାଜ୍ୟ ସଭା ନିର୍ବାଚନ, ୫୭ ଆସନ ନେଇ ଅଙ୍କକଷା…

ନୂଆଦିଲ୍ଲୀ, ୨୮।୫ : ରାଜ୍ୟ ସଭାର ୫୭ ଟି ଆସନ ପାଇଁ ନିର୍ବାଚନ ଜୁନ ୧୦ରେ ହେବ। ଏଥିଲାଗି ନାମାଙ୍କନ ପାଇଁ ମେ ୩୧ ଶେଷ...

‘କରୋନା ଏକ ଜୀବ, ତା’ର ବି ବଞ୍ଚିବାର ଅଧିକାର ରହିଛି’

ଲକ୍ଷ୍ନୌ,୧୪।୫: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏବେ ଚର୍ଚ୍ଚାରେ ଅଛନ୍ତି। କରୋନା ଜୀବାଣୁ ଏକ ଜୀବ, ତାର ମଧ୍ୟ ବଞ୍ଚିବାର ମଧ୍ୟ ଅଧିକାର...

ଚତୁର୍ଥ ଦିନରେ ବି ଇଡି ଘେରରେ ରାହୁଲ, ବାଚସ୍ପତିଙ୍କୁ ଭେଟିଲେ କଂଗ୍ରେସ ନେତା, ସାରା ଦେଶର ରାଜଭବନରେ ଘେରାଉ

ନୂଆଦିଲ୍ଲୀ,୧୬ ।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ଚତୁର୍ଥ ଦିନରେ ବି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧଙ୍କୁ ପଚରାଉଚରା କରାଯାଉଛି । ଏହାକୁ ବିରୋଧ କରି...

ଟୁଲ୍‌କିଟ୍‌ ମାମଲା: ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ

ବେଙ୍ଗାଲୁରୁ,୧୪।୨: ପରିବେଶକର୍ମୀ ଗ୍ରେଟା ଥନବର୍ଗ ଟୁଲକିଟ୍‌ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବେଙ୍ଗାଲୁରୁରୁ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛନ୍ତି। ଫେବୃୟାରୀ ୪ରେ...

୨୭ ମାସ ପରେ ଜେଲରୁ ମୁକୁଳିଲେ ଆଜମ ଖାଁ

ନୂଆଦିଲ୍ଲୀ,୨୦ ।୫: ଏକ ଠକେଇ ମାମଲାରେ ଜେଲ ଯାଇଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାଁ ଶୁକ୍ରବାର ସୀତାପୁର ଜେଲରୁ ବାହାରିଛନ୍ତି । ୨୭ ମାସ...

Advertisement
Archives

Model This Week