ଶ୍ରୀମନ୍ଦିର ରତ୍ନବେଦି ଫଟୋ ଭାଇରାଲ୍‌

ପୁରୀ ଅଫିସ,୩୦।୫: ପୁରୀରେ କିଛିଦିନର ବ୍ୟବଧାନ ପରେ ଶ୍ରୀମନ୍ଦିରର ଭିତର ଫଟୋ ପୁଣି ଭାଇରାଲ ହୋଇଛି। ଏଥର ଶ୍ରୀମନ୍ଦିରର ଗର୍ଭ ଗୃହ ରତ୍ନତ୍ସିଂହାସନ ଫଟୋ ଭାଇରାଲ ହେବା ନେଇ ଅଭିଯୋଗ ହୋଇଛି। ଖବର ପ୍ରଚାରିତ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଏ ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ, ପଶ୍ଚିମବଙ୍ଗ କୋଲକାତାର ପର୍ଯ୍ୟଟକ ଅରିଜିତ୍‌ ଚନ୍ଦ୍ରା ନିଜ ଫେସ୍‌ବୁକ୍‌ ପେଜରେ ଏହି ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟଟିରେ ୮ଜଣଙ୍କୁ ଟ୍ୟାଗ୍‌ ମଧ୍ୟ କରାଯାଇଛି। ସେଥିରେ ଜଣେ ବରିଷ୍ଠ ସେବାୟତଙ୍କୁ ମଧ୍ୟ ଟ୍ୟାଗ୍‌ କରାଯାଇଛି। ଏ ନେଇ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଗତ ୨୭ ତାରିଖରେ ସମ୍ପୃକ୍ତ ଫଟୋଟି ଫେସବୁକ୍‌ରେ ପୋଷ୍ଟ ହୋଇଥିଲା। ଏହା ଜଣାପଡ଼ିବା ପରେ ପ୍ରଶାସନର ଆଇଟି ବିଭାଗର ସହଯୋଗରେ ପ୍ରାଥମିକ ତଦନ୍ତ କରାଯାଇଥିଲା। ତଦନ୍ତ ପରେ ଫଟୋଟି ଗର୍ଭ ଗୃହର ହୋଇଥିବା ନେଇ ସନ୍ଦେହ ହେଉଛି। ତେଣୁ ସିଂହଦ୍ୱାର ଥାନାରେ ଅଭିଯୋଗ କରାଯାଇଛି। ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ ନିଷେଧ ଥିବାବେଳେ ପର୍ଯ୍ୟଟକ କିଭଳି ମୋବାଇଲ ଫୋନ୍‌ ନେଇ ଭିତରକୁ ଗଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ। ତେବେ ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ। ଅନ୍ୟପକ୍ଷେ ସୋସିଆଲ୍‌ ମିଡିଆରେ ଗୋଟିଏ ଗୋଷ୍ଠୀ ଫଟୋଟି ଶ୍ରୀମନ୍ଦିର ଭିତରର ବୋଲି କହି ଶ୍ରୀମନ୍ଦିର ପ୍ରଶାସନର ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା କରୁଥିବା ବେଳେ ଅନ୍ୟ କେତେଜଣ ଏହାକୁ ଏଡିଟେଡ୍‌ ଫଟୋ ବୋଲି କହୁଛନ୍ତି। ତେବେ ଫଟୋଟିରେ ଗର୍ଭଗୃହରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଅଧିଷ୍ଠିତ ହୋଇଥିବା ଦେଖିବାକୁ ମିଳୁଛି। ଶ୍ରୀମନ୍ଦିର ଭିତରକୁ କ୍ୟାମେରା କିମ୍ବା ମୋବାଇଲ ନେବାକୁ ଅନୁମତି ନ ଥିବାବେଳେ ଗର୍ଭଗୃହର ଫଟୋ କେବେ ଉଠିଲା ଓ କିଏ, କିପରି ଉଠାଇଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ଗେଲି ସାହୁ କହିଛନ୍ତି, ସମ୍ପୃକ୍ତ ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ। ମାମଲା ରୁଜୁ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ ହୋଇଛି। ଭାଜପା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ କହିଛନ୍ତି, ଶ୍ରୀମନ୍ଦିର ଭିତର ଫଟୋ ବାରମ୍ବାର ଭାଇରାଲ ହେଉଛି। ସରକାର ଏ ନେଇ କେବେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଶ୍ରୀମନ୍ଦିର ପ୍ରଶାସନ କୋହଳ ମନୋଭାବ ପୋଷଣ କରୁଛି। ପ୍ରଶାସନ ଆଇନ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉ ନାହିଁି। ଫଳରେ ଫଟୋ ଉଠାଇବା ଏବେ ଏକ ସାଧାରଣ ଘଟଣା ହେବା ଆରମ୍ଭ କଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri