ଶ୍ରୀମନ୍ଦିର ପୋଲିସ କର୍ମଚାରୀ ନିଲମ୍ବିତ

ପୁରୀ,୨୩ା୭(ଅଜିତ୍‌ ମହାନ୍ତି)ମହାମାରୀ କୋଭିଡ୍‌ ପରଠାରୁ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ପାଇଁ ଅନୁମତି ରହିଛି। ଫଳରେ ପୁରୀବାସୀଙ୍କଠାରୁ ଆରମ୍ଭ କରି ବାହାରୁ ଆସୁଥିବା ଭକ୍ତମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ଏବେ ବିଭିନ୍ନ ଅନୁଷ୍ଠାନଠାରୁ ଆରମ୍ଭ କରି ସେବାୟତମାନେ ଦାବି କରୁଛନ୍ତି। ଏହାରି ଭିତରେ ଭକ୍ତଙ୍କ ଭାବାବେଗ ସହ ଖେଳିଲା ପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ପୁରୀବାସୀଙ୍କୁ ସିଂହଦ୍ୱାର ବ୍ୟତୀତ ଅନ୍ୟ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ନାହିଁ, ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ପର୍ଯ୍ୟଟକଙ୍କଠାରୁ ଟଙ୍କା ନେଇ ଅନ୍ୟ ଦ୍ୱାର ଦେଇ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡୁଛନ୍ତି। ଯାହା ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରି ଘଟଣା ସାମ୍ନାକୁ ଆସିବା ପରେ ଭକ୍ତ ଓ ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଜଣେ ପୋଲିସ କର୍ମଚାରୀ ଟଙ୍କା ନେଇ ଭକ୍ତଙ୍କୁ ମନ୍ଦିର ଭିତରକୁ ଛାଡୁଥିବା ଦେଖିବାକୁ ମିଳିଛି। ଜଣେ ପର୍ଯ୍ୟଟକ ପଶ୍ଚିମଦ୍ୱାର ପଟେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବାବେଳେ ଉକ୍ତ ଦ୍ୱାର ନିକଟରେ କାର୍ଯ୍ୟରେ ନିୟୋଜିତ ଥିବା ପୋଲିସ କର୍ମଚାରୀଙ୍କୁ ସେ ତାଙ୍କ ପକେଟ୍‌ରୁ ଟଙ୍କା କାଢି ଦେଉଥିବାର ଚିତ୍ର ଭାଇରାଲ ହେବାରେ ଲାଗିଛି। ତେବେ ଏପରି ଘଟଣାକୁ ବିଭିନ୍ନ ମହଲରୁ ପୋଲିସ ପ୍ରଶାସନକୁ ସମାଲୋଚନାର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁରୀ ଏସ୍‌ପି ଡ.କେ.ବିଶାଲ ସିଂ ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ କାର୍ଯ୍ୟରତ (ଟଙ୍କା ନେଉଥିବା) ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ନିଲମ୍ବିତ କରିଛନ୍ତି। ସେ ହେଲେ ତୃତୀୟ ବାଟାଲିଆନ ଆଇଆର ବିଏନ୍‌ କୋରାପୁଟ୍‌ର ସିପାହୀ ଶୁଭାଶିଷ ଦାସ।
ତେବେ ଅନେକ ସମୟରେ ଅଭିଯୋଗ ହେଉଛି କି ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଏବଂ ପଶ୍ଚିମଦ୍ୱାର ବାଟେ ଭକ୍ତଙ୍କଠାରୁ ଟଙ୍କା ନେଇ ଶ୍ରୀମନ୍ଦିର ପରିସରକୁ ଛଡାଯାଉଛି ଏବଂ ଉକ୍ତ ଦ୍ୱାରରେ ଥିବା କାର୍ଯ୍ୟରତ ପୋଲିସ ଓ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସ ଉଭୟଙ୍କ ଜାଣତରେ ଏପରି କାର୍ଯ୍ୟ କରାଯାଉଛି। ତେଣୁ ଉକ୍ତ ଅଭିଯୋଗର ସତ୍ୟତା ଜାଣିବା ପାଇଁ ତଦନ୍ତ କରାଯାଇ ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି। ଅପରପକ୍ଷରେ ଭକ୍ତଙ୍କଠାରୁ ଟଙ୍କା ନେବା ଘଟଣା ଜଣାପଡିବା ପରେ ପୁରୀ ଏସ୍‌ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭକ୍ତଙ୍କଠାରୁ ଟଙ୍କା ନେବା ଅଭିଯୋଗରେ ଏସ୍‌ପି ଶୁଭାଶିଷଙ୍କୁ ତାଙ୍କ କାର୍ଯ୍ୟରେ ଅବହେଳା କରିବା (ଯାତ୍ରୀ ଗୁମାସ୍ତାଠୁ ଟଙ୍କା ନେବା) ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶୀଲ କୁମାର ମିଶ୍ର ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ସୁରକ୍ଷା ଅଧିକାରୀ କୈଶିକ ନାୟକଙ୍କୁ ଘଟଣାର ତଦନ୍ତ କରି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri