ଶ୍ରୀଦେବୀଙ୍କୁ ପ୍ରପୋଜ କରିଥିଲେ ବିବାହିତ ପୁରୁଷ, ଉତ୍ତର ମିଳିଥିଲା ଏମିତି

ଅଶୀ ଦଶକରୁ ପ୍ରାୟ ଏକ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମହଲରେ ହଇଚଇ ସୃଷ୍ଟି କରିଥିବା ଏହି ବଲିଉଡ ଅଭିନେତ୍ରୀ ଥିଲେ ଶ୍ରୀଦେବୀ। ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ସେ ଜନ୍ମ ହୋଇଥିଲେ। ୨ଜୁନ ୧୯୯୬ ମସିହାରେ ସେ ବୋନୀ କପୁରଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ଜାହ୍ନବୀ ଏବଂ ଖୁସି। ତାମିଲ, ହିନ୍ଦୀ, ତେଲୁଗୁ, ମାଲୟାଲମ ସହିତ କନ୍ନଡ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ। ଭାରତୀୟ ଫିଲ୍ମ ଜଗତର ପ୍ରଥମ ମହିଳା ସୁପରଷ୍ଟାର ରୂପେ ପରିଚିତ। ଯିଏ ୨୦୧୩ରେ ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ବିଭିନ୍ନ ସଫଳତାର ଅଧିକାରୀ ଏହି ଅଭିନେତ୍ରୀ। ଶ୍ରୀଦେବୀ ଓ ବୋନି କପୁରଙ୍କ ଲଭ ଷ୍ଟୋରି କୌଣସି ଫିଲ୍ମର କାହାଣୀଠାରୁ କମ ନୁହେଁ। ଶ୍ରୀଦେବୀଙ୍କୁ ବୋନି ଏତେ ଭଲ ପାଉଥିଲେ ଯେ ତାଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ତେବେ ଶ୍ରୀଦେବୀ ଓ ବୋନି କପୁରଙ୍କର ପ୍ରେମ କାହାଣୀ ସମ୍ପର୍କରେ ଖୁବ କମ ଲୋକ ଜାଣନ୍ତି। ବୋନି କପୁର ଯେତେବେଳେ ଶ୍ରୀଦେବୀଙ୍କୁ ପ୍ରପୋଜ କରିଥିଲେ ସେତେବେଳେ ସେ ବହୁତ ଜୋରରେ ରାଗିଯାଇଥିଲେ। କାରଣ ବୋନି ସେତେବେଳେ ବିବାହିତ ଥିଲେ। ବିବାହ ପରେ ହିଁ ସେ ଶ୍ରୀଦେବୀଙ୍କୁ ଭଲ ପାଇ ବସିଥିଲେ। ଏକ ଇଣ୍ଟରଭ୍ୟୁରେ ବୋନି କପୁର ଏହା କହିଥିଲେ। ବୋନି କହିଥିଲେ ଯେ ଶ୍ରୀଦେବୀଙ୍କୁ ସେ ଦୀର୍ଘ ଦିନ ହେବ ଭଲ ପାଉଥିଲେ। କିନ୍ତୁ ସାହାସ କରି କହିପାରିନଥିଲେ। ଥରେ ଶ୍ରୀଦେବୀ ଓ ତାଙ୍କ ମାଙ୍କୁ ବୋନି କପୁର ଓ ତାଙ୍କ ସାଙ୍ଗମାନଙ୍କ ସହ ଡିନରରେ ଯିବାର ଥିଲା। କିନ୍ତୁ ଶ୍ରୀଦେବୀଙ୍କ ମାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଏକା ହିଁ ଯିବାକୁ ପଡ଼ିଥିଲା। ଏଣୁ ଫିଲ୍ମ ର୍ନିମାତା ବୋନି ଶ୍ରୀଦେବୀଙ୍କୁ ଘରକୁ ଛାଡିବାକୁ ଆସିଥିଲେ। ସେହି ସମୟରେ ସେ ପ୍ରେମ ନିବେଦନ କରିଥିଲେ। ପ୍ରପୋଜ କରିବା ପରେ ପ୍ରାୟ ୮ ମାସ ପର୍ଯ୍ୟନ୍ତ ଶ୍ରୀଦେବୀ ବୋନିଙ୍କ ସହ କଥା କଥା ହୋଇନଥିଲେ। ୧୯୯୬ ମସିହା ଜୁନ ୨ ତାରିଖରେ ବୋନି ଓ ଶ୍ରୀଦେବୀ ପରସ୍ପରକୁ ବିବାହ କରିଥିଲେ। ତାଙ୍କର ଜାହ୍ନବୀ ଓ ଖୁସି ନାମରେ ୨ ଝିଅ ଅଛନ୍ତି। ୨୦୧୮ ଫେବୃଆରୀ ୨୪ ତାରିଖରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri