Posted inଖେଳ

ଶ୍ରୀଲଙ୍କା ବିଶ୍ୱକପ୍‌ କ୍ୱାଲିଫାୟର ଚାମ୍ପିୟନ

ହରାରେ,୧୦ା୭: ନେଦରଲାଣ୍ଡ୍ସକୁ ପରାସ୍ତ କରି ବିଶ୍ୱକପ୍‌ କ୍ୱାଲିଫାୟରରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଶ୍ରୀଲଙ୍କା। ରବିବାର ହରାରେ ସ୍ପୋଟର୍‌ସ କ୍ଲବରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୩୩ ରନ୍‌ କରିଥିଲା। ଜବାବରେ ନେଦରଲାଣ୍ଡ୍ସ ୧୦୫ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ପକ୍ଷରୁ ଦୁଇ ଓପନର ପାଥୁମ୍‌ ନିଶଙ୍କା ୨୩ ଓ ସମରଓ୍ବିକ୍ରମା ୧୯ ରନ୍‌ କରିଥିଲେ। ପାର୍ଟ ଟାଇମର ବିକ୍ରମଜିତ ସିଂ ଉଭୟ ଖେଳାଳିଙ୍କୁ ଆଉଟ କରିଥିଲେ। ପରବର୍ତ୍ତୀ ୩ ବ୍ୟାଟର କୁଶଲ ମେଣ୍ଡିସ୍‌ ୪୩, ସାହାନ୍‌ ଆରାଛିଗେ ୫୭ ଓ ଚରିଥ୍‌ ଅସଲଙ୍କା ୩୬ ରନ୍‌ କରିଥିଲେ। ଏକଦା ୧୮୦ ରନ୍‌ରେ ୩ ଉଇକେଟ ହରାଇଥିବା ଶ୍ରୀଲଙ୍କା ପରବର୍ତ୍ତୀ ୧୦ ରନ୍‌ରେ ୪ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ଦ୍ୱିତୀୟ ଦିନିକିଆ ଖେଳୁଥିବା ସାହାନ୍‌ ଆରାଛିଗେ ୭୧ ବଲ୍‌ ଖେଳି ୪ ଚୌକା ମାରିଥିଲେ। ଶେଷ ଆଡକୁ ଓ୍ବନିନ୍ଦୁ ହସରଙ୍ଗା ୨୯ ଓ ମହୀଷ ଥିକ୍‌ସାନା ୧୩ ରନ୍‌ କରିବାରୁ ଶ୍ରୀଲଙ୍କା ୪୭.୫ ଓଭରରେ ୨୩୩ ରନରେ ସମସ୍ତ ଉଇକେଟ ହରାଇଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଲୋଗାନ୍‌ ଭାନ୍‌ ବିକ୍‌, ର଼୍ୟାନ କ୍ଲେନ୍‌, ବିକ୍ରମଜିତ ସିଂ ଓ ସାକିବ ଜୁଲଫିକର ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
୨୩୪ ରନ୍‌ ଲକ୍ଷ୍ୟରେ ନେଦରଲାଣ୍ଡ୍ସ ଆରମ୍ଭ ବେଶ୍‌ ବିପର୍ଯ୍ୟୟପୂର୍ଣ୍ଣ ରହିଥିଲା। ଦିଲଶାନ ମଦୁଶନକା ଘାତକ ବୋଲିଂ କରିବାରୁ ନେଦରଲାଣ୍ଡ୍ସ ୪୯ ରନ୍‌ରେ ୬ ଉଇକେଟ ହରାଇଥିଲା। ଦଳ ପକ୍ଷରୁ ମାତ୍ର ୩ଜଣ ଖେଳାଳି ଦୁଇଅଙ୍କ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଓପନର ମ୍ୟାକ୍ସ ଡି ଓଡ୍‌ ସର୍ବାଧିକ ୩୩ ରନ୍‌ ସ୍କୋର କରିଥିଲେ। ମଦୁଶନକାଙ୍କ ବ୍ୟତୀତ ମହୀଷ ଥିକ୍‌ସାନା ୪ ଓ ଓ୍ବନିନ୍ଦୁ ହସରଙ୍ଗା ଦୁଇଟି ଉଇକେଟ ନେଇଥିଲେ। ଦିଲସାନ ମଦୁଶନକାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଓ ଜିମ୍ବାଓ୍ବେର ସନ୍‌ ଓ୍ବିଲିୟମ୍ସଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ୍‌ ବିବେଚନା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୪୭.୫ ଓଭରରେ ୨୩୩/୧୦ (ସାହାନ୍‌ ଆରାଛିଗେ-୫୭, କୁଶଲ ମେଣ୍ଡିସ୍‌-୪୩, ଚରିଥ୍‌ ଅସଲଙ୍କା-୩୬, ଲୋଗାନ୍‌ ଭାନ୍‌ ବିକ୍‌-୨/୪୦, ର଼୍ୟାନ କ୍ଲେନ୍‌,-୨/୪୨, ବିକ୍ରମଜିତ ସିଂ-୨/୧୨)।
ନେଦରଲାଣ୍ଡ୍ସ ୨୩.୩ ଓଭରରେ ୧୦୫/୧୦(ମ୍ୟାକ୍ସ ଡି ଓଡ୍‌-୩୩, ଲୋଗାନ୍‌ ଭାନ୍‌ ବିକ୍‌-୨୦*, ମହୀଷ ଥିକ୍‌ସାନା-୪/୩୧, ଦିଲଶାନ ମଦୁଶନକା-୩/୧୮, ଓ୍ବନିନ୍ଦୁ ହସରଙ୍ଗା-୨/୩୫)।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?