ଶ୍ରୀଲଙ୍କାରେ ୭.୫୦ ଘଣ୍ଟା ବିଦ୍ୟୁତ୍‌କାଟ୍‌

କଲମ୍ବୋ,୨ା୩(ପି.ଟି): ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ବୁଧବାର ୭.୫ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହୋଇଛି। ୧୯୯୬ ପରେ ଏହା ସବୁଠୁ ଦୀର୍ଘ ସମୟ ବିଦ୍ୟୁତ୍‌ କାଟ୍‌। ବିଦ୍ୟୁତ୍‌ ପ୍ଲାଣ୍ଟ ଚଳାଇବା ଲାଗି ଆବଶ୍ୟକ ଇନ୍ଧନ ଆମଦାନୀ ବିଲ୍‌ ଭରିବାକୁ ସରକାର ସମର୍ଥ ନୁହନ୍ତି। ଫଳରେ ଦିନରେ ୫.୫ ଘଣ୍ଟା ଏବଂ ରାତିରେ ୨ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ଲାଗି ନିଷ୍ପତ୍ତି ନିଆଯାଇଥିବା ଶ୍ରୀଲଙ୍କାର ପବ୍ଲିକ୍‌ ୟୁଟିଲିଟିଜ୍‌ କମିଶନ୍‌ର ଅଧିକାରୀ ଜନକ ରତ୍ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ୩ଟି ଜାହାଜରେ ଆସିଥିବା ତେଲ ବିଲ୍‌ ପୈଠ କରିବାରେ ସରକାର ସହାୟତା କରିବାକୁ ଦେଶର ଇନ୍ଧନ ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି। ବିଦ୍ୟୁତ୍‌ ସେକ୍ଟର ଅଧିକାରୀଙ୍କ କହିବା ଅନୁଯାୟୀ ଅନାବୃଷ୍ଟି ଯୋଗୁ ଜଳଭଣ୍ଡାରରେ ଜଳସ୍ତର ଯଥେଷ୍ଟ ହ୍ରାସ ପାଇଛି। ତେଣୁ ଜଳବିଦ୍ୟୁତ୍‌ ମଧ୍ୟ କମ୍‌ ଉତ୍ପାଦନ ହେଉଛି। ସରକାରଙ୍କ ପାଖରେ ଅର୍ଥାଭାବ ଦେଖାଦେଇଛି। ତେଣୁ ବିଦ୍ୟୁତ୍‌ କାଟ୍‌ ପରି ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରହୁଥିବା ଠିକଣା କହିଲେ ଜେଲେନ୍‌ସ୍କି, ଶେୟାର କଲେ ଲୋକେଶନ୍‌

କ୍ୱିଭ୍‌, ୭ା୩: ୟୁକ୍ରେନ୍‌ ଉପରେ୧୩ ଦିନ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଉନାହାନ୍ତି।...

ବ୍ରିଟେନ: ଅନ୍ୟ ସମୁଦାୟଠାରୁ ଭାରତୀୟ ଅଧିକ ପ୍ରଭାବିତ

ଲଣ୍ଡନ,୨୪ା୪: କରୋନା ଭୂତାଣୁ ସଂକ୍ରମଣରେ ବ୍ରିଟେନରେ ଗୁରୁବାର ସୁଦ୍ଧା ୧୮,୭୩୮ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୧ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ...

ଗୁଗୁଲ ମ୍ୟାପ ଦେଖି କାଦୁଅରେ ଫସିଗଲେ ଶହେ ଗାଡି

ଓ୍ବାଶିଂଟନ,୩୦।୬: ଗୁଗୁଲ ସବୁବେଳେ ସଠିକ୍‌ ତଥ୍ୟ ଦେଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ହେଲେ ଆମେରିକାର କିଛି ଲୋକ ଏହା ଉପରେ ବିଶ୍ୱାସ କରି ଏବେ...

ଏହି ଲ୍ୟାବ୍‌ରେ କରୋନା ସମ୍ବନ୍ଧିତ ଡାଟା ଲୁଚାଇଛି ଚାଇନା

ଓ୍ବାଶିଂଟନ,୩।୩: ଚାଇନାର ଉହାନ ସହରରେ ସର୍ବପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ମାତ୍ର ଚାଇନା ଏକଥାକୁ ମାନିବାକୁ ନାରାଜ। ତଥାପି ସମ୍ପୂର୍ଣ୍ଣ ଅସ୍ବୀକାର ବି କରୁନି।...

ନ୍ୟୁଜ ଚ୍ୟାନେଲରେ ରାଷ୍ଟ୍ରପତି‌ଙ୍କ ଅଧା କଟା ଫଟୋ: ସୋସିଆଲ ମିଡିଆରେ ଭାଇରାଲ

ସେଣ୍ଟପିଟର୍ସବର୍ଗ,୪।୧: ପ୍ରତିବର୍ଷ ଭଳି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆ ବର୍ଷ ଅବସରରେ ନିଜ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ତେବେ ଏକ ନ୍ୟୁଜ୍‌ ଚ୍ୟାନେଲର ଭୁଲ...

ପରମାଣୁ ଶକ୍ତି ନେଇ ଆଲୋଚନା କରୁ ଜାପାନ

ଟୋକିଓ,୧।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ଉପରେ ବିଶ୍ୱବାସୀଙ୍କ ନଜର ଥିବାବେଳେ ଜାପାନର ପୂର୍ବତନ ପ୍ରଧାନ ମନ୍ତ୍ରୀ ସିଞ୍ଜୋ ଆବେଙ୍କ ବୟାନ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ଥାନୀୟ...

ଭାରତକୁୁ ଶୁଭେଚ୍ଛା ଜଣାଇଲା ବିଶ୍ୱସ୍ବାସ୍ଥ୍ୟ ସଂଗଠନ

ଜେନେଭା,୩।୧: ଭାରତରେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଟିକାର ସାର୍ବଜନୀକ ବ୍ୟବହାର ପାଇଁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ଦିଆଯାଇଛି। ଏନେଇ...

ଟିକା ନେବାକୁ ମନା କଲେ ପୁଟିନ

ସେଣ୍ଟପିଟର୍ସବର୍ଗ,୧୩।୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ନିଜ ଦେଶରେ କରୋନା ଟିକାର ପ୍ରଶଂସା କରୁଥିବା ବେଳେ ନିଜେ ଟିକା ନେବାକୁ ମନା କରିଛନ୍ତି। ସେ କହିଛନ୍ତି...

Advertisement
Archives

Model This Week