Posted inଖେଳ

ସୁପର-୧୨ରେ ପହଞ୍ଚିଲା ଶ୍ରୀଲଙ୍କା, ନେଦରଲାଣ୍ଡ୍ସ

ଜିଲଙ୍ଗ,୨୦ା୧୦: ଆଇସିସି ଟି୨୦ ବିଶ୍ୱକପ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ। ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଦୁଇ ଦଳ ୩ ମ୍ୟାଚରୁ ଦୁଇଟି ଲେଖାଏ ବିଜୟ ସହିତ ସୁପର-୧୨ରେ ପ୍ରବେଶ କରିଛନ୍ତି। ଗୁରୁବାର ଶ୍ରୀଲଙ୍କା ଅନ୍ତିମ ମ୍ୟାଚରେ ନେଦରଲାଣ୍ଡ୍ସକୁ ୧୬ ରନ୍‌ରେ ପରାସ୍ତ କରିଥିଲା। ଅନ୍ୟପକ୍ଷେ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ନାମ୍ବିଆ ଏହାର ଅନ୍ତିମ ମ୍ୟାଚରେ ୟୁଏଇ ନିକଟରୁ ପରାଜିତ ହେବାରୁ ନେଦରଲାଣ୍ଡ୍ସ ଯୋଗ୍ୟତା ହାସଲ କରିଛି।

ଗୁରୁବାରର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ୧୬ ରନ୍‌ରେ ନେଦରଲାଣ୍ଡ୍ସକୁ ହରାଇଥିଲା। ଉଇକେଟ କିପର କୁଶାଲ ମେଣ୍ଡିସ୍‌ଙ୍କ ଲଢୁଆ ୭୯ ରନ ସହିତ ୧୬୨ ରନ୍‌ ସଂଗ୍ରହ କରିଥିଲା। ୪୪ ବଲର ଏହି ଇନିଂସରେ ୫ଟି ଲେଖାଏ ଛକା ଓ ଚୌକା ସାମିଲ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଚରିଥ୍‌ ଅସଲଙ୍କା ୩୧ ରନ୍‌ କରିଥିଲେ। ତେବେ ଦୁଇ ସ୍ପିନର ଓ୍ବନିନ୍ଦୁ ହସରଙ୍ଗା ଓ ମହୀଷ ଥିକ୍‌ସାନା ୫ ଉଇକେଟ ଅକ୍ତିଆର କରିବାରୁ ନେଦରଲାଣ୍ଡସ ୧୪୬/୯ରେ ସୀମିତ ରହିଥିଲା। ଓପନର ମ୍ୟାକ୍ସ ଓଡଡ୍‌ ଅପରାଜିତ ୭୧ ରନ୍‌ କରିଥିଲେ ହେଁ ଏହା ବିଜୟ ପାଇଁ ଯଥେଷ୍ଟ ନ ଥିଲା। କୁଶାଲମେଣ୍ଡିସଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।

ଦ୍ୱିତୀୟ ମ୍ୟାଚଟି ୟୁଏଇ ଓ ନାମ୍ବିଆ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ୟୁଏଇ ୩ ଉଇକେଟରେ ୧୪୮ ରନ୍‌ କରିଥିବା ବେଳେ ନାମ୍ବିଆ ୮/୧୪୧ରେ ସୀମିତ ରହିଥିଲା। ୟୁଏଇ ପକ୍ଷରୁ ମହମ୍ମଦ ଓ୍ବାସିମ୍‌ ୫୦ ଓ ଚନ୍ଦନଗାପୋୟିଲ ରିଜଓ୍ବାନ ୪୩ ରନ୍‌ କରିଥିଲେ। ଜବାବରେ ଡେଭିଡ୍‌ ଓ୍ବିଜଙ୍କ ୫୫ ରନ୍‌ ସତ୍ତ୍ୱେ ନାମ୍ବିଆ ବିଜୟ ଲକ୍ଷ୍ୟରୁ ୭ ରନ୍‌ ଦୂରରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨ା୭ (ପି.ଟି.)-ନିକୋଲାସ ପୁରନଙ୍କ ଲଢୁଆ ଶତକ ସତ୍ତ୍ୱେ ଚଳିତ ଆଇସିସି ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୨୩ରନରେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଛି। ୩୩୯...

ୟୁକେରେ ଚିକିତ୍ସିତ ହେବେ ସଙ୍କେତ

ବର୍ମିଂହାମ୍‌,୧ା୮: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ପଦକ ବିଜେତା ଭାରୋତ୍ତୋଳକ ସଙ୍କେତ ସର୍‌ଗର୍‌ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରେ ଚିକିତ୍ସିତ ହେବେ। ୫୫କେଜି କାଟାଗୋରିରେ ରୌପ୍ୟପଦକ...

ପ୍ରଥମ ଟେଷ୍ଟ: ଓ୍ବାଟଲିଂଙ୍କ ଅପରାଜିତ ଶତକ, ନ୍ୟୁଜିଲାଣ୍ଡ ଅଗ୍ରଣୀ

ମାଉଣ୍ଟ ମାଉନଗାନୁଇ,୨୩।୧୧(ଏଏଫପି): ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଅଗ୍ରାଣୀ ହାସଲ କରିଛି।...

ଏହି ମହିଳା କ୍ରିକେଟର୍‌ଙ୍କ ସହ ଲଞ୍ଚ୍‌ ଡେଟ୍‌ରେ ଗଲେ ସଚିନ ତେନ୍ଦୁଲକରଙ୍କ ପୁଅ

ଲଣ୍ଡନ,୨୮।୬: ଟିମ ଇଣ୍ଡିଆ ଆଜିକାଲି ଇଂଲଣ୍ଡରେ ଅଛି। ଏଠାରେ ଟେଷ୍ଟ, ଟି-୨୦ ଏବଂ ଦିନିକିଆ ସିରିଜ ଖେଳିବାକୁ ପ୍ରସ୍ତୁତି ଚାଲିଛି। ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ...

ମୟଙ୍କ ଓ ସର୍ବେଶଙ୍କ ଶତକ

ସମ୍ବଲପୁର,୨୮ା୧୧(ବ୍ୟୁରୋ): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ୧୯ବର୍ଷରୁ କମ୍‌ କୁଚବିହାର ଟ୍ରଫିି ରବିବାର ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି। ହରିୟାଣା...

ଆରଏସ୍‌ବି ଚେନ୍ନାଇ, କେରଳ ଚାମ୍ପିୟନ

ଭୁବନେଶ୍ୱର,୨୦ା୩(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ ଓ କିସ୍‌ରେ ସର୍ବଭାରତୀୟ ସିଭିଲ ସର୍ଭିସେସ୍‌ ଚେସ୍‌ ଉଦ୍‌ଯାପିତ ହୋଇଛି। ପୁରୁଷ ବର୍ଗରେ ଆରଏସ୍‌ବି ଚେନ୍ନାଇ ଓ ମହିଳା ବର୍ଗରେ କେରଳ...

ସର୍ଫରାଜଙ୍କ ଫିଟ୍‌ନେସ୍‌କୁ ଅଖତାରଙ୍କ ସମାଲୋଚନା

କାର୍ଡିଫ,୧।୬- ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଓ୍ବେଷ୍ଟଇଣ୍ଡିଜଠାରୁ ବୃହତ୍‌ ପରାଜୟବରଣ କରିଛି। ଏଥିରେ ପୂର୍ବତନ ପେସର ଶୋଏବ ଅଖତାର ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫରାଜଙ୍କ ଫିଟ୍‌ନେସ୍‌କୁ...

୨୦ ଲକ୍ଷ ଟଙ୍କାର ଖେଳାଳିଙ୍କ ପାଇଁ ୪.୮ କୋଟି ଟଙ୍କାର ଖେଳାଳିଙ୍କୁ ବିଦା କଲେ କୋହଲି

ଚେନ୍ନାଇ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି ତାଙ୍କ ନିଷ୍ପତ୍ତିରେ ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।...

Advertisement
Archives

Model This Week