ଋଣ ଜାଲରେ ଶ୍ରୀଲଙ୍କା

କଲମ୍ବୋ, ୧୩ା୧: ‘ଦେଶ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯିବ। ଲୋକଙ୍କୁ ଭୟଭୀତ କରିବାକୁ ଉଦ୍ଦେଶ୍ୟ ନାହିଁ। କିନ୍ତୁ ଏଭଳି ଆର୍ଥିକ ସଙ୍କଟ ଜାରି ରହିଲେ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଆଇଟି ସିଷ୍ଟମ ଠପ୍‌ ହୋଇଯିବ। ଏପରି କି ଗୁଗଲ ମ୍ୟାପ୍‌ ବ୍ୟବହାର କରିବା ସମ୍ଭବ ହେବନାହିଁ। କାରଣ ଏଥିପାଇଁ ଅର୍ଥ ଖର୍ଚ୍ଚ କରିବା ସ୍ଥିତିରେ ମଧ୍ୟ ରହିବୁ ନାହିଁ’। ଏହା ହେଉଛି ଶ୍ରୀଲଙ୍କାର ବିରୋଧୀ ଦଳ ନେତା ତଥା ଅର୍ଥନୀତିଜ୍ଞ ହର୍ଷ ଡେ ସିଲ୍‌ଭା ପାର୍ଲାମେଣ୍ଟ ଅଧିବେଶନରେ ଦେଇଥିବା ବିବୃତିର କିଛି ଅଂଶ। ଶ୍ରୀଲଙ୍କାରେ ଦେଖାଦେଇଥିବା ମୁଦ୍ରାସ୍ଫୀତି ତଥା ଆର୍ଥିକ ସଙ୍କଟ କେତେ ଗମ୍ଭୀର ତାହା ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଅନୁମେୟ। ରାଜନୈତିକ ଦୁର୍ନୀତି ସହ ଋଣଜାଲରେ ଫସିଥିବା ଶ୍ରୀଲଙ୍କା ଚଳିତ ବର୍ଷ ଦେବାଳିଆ ହେବାର ଦ୍ୱାରଦେଶରେ ରହିଛି। ଆଗାମୀ ଦିନରେ ସେଠାରେ ମାନବୀୟ ସଙ୍କଟ ଗମ୍ଭୀର ହୋଇପାରେ ବୋଲି ଆଶଙ୍କା ଦେଖାଦେଇଛି।

ଶ୍ରୀଲଙ୍କାରେ ଗମ୍ଭୀର ହୋଇଛି ଆର୍ଥିକ ସଙ୍କଟ। କିଛି ମାସ ହେଲା ଦେଶରେ ଦରଦାମ୍‌ ଦ୍ରୁତଗତିରେ ବଢ଼ି ଚାଲିଥିଲେ ହେଁ ତାହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଆକାଶ ଛୁଆଁ ହୋଇଛି ଖାଦ୍ୟ ସାମଗ୍ରୀ ଦର। ଲୋକଙ୍କୁ ଲଙ୍କା କିଲୋ ୭ ଶହ, ଆଳୁ କିଲୋ ୨ ଶହ ଟଙ୍କାରେ କିଣିବାକୁ ପଡ଼ୁଛି। ଆଗାମୀ ୨ ମାସ ଭିତରେ ଦେଶରେ ଖାଦ୍ୟ ସଙ୍କଟ ସ୍ଥିତି ଉପୁଜିବ ବୋଲି କୃଷିବିତ୍‌ମାନେ ଚେତାଇଛନ୍ତି। ଦେଶ ଚଳାଇବାକୁ ବଜେଟ ନିଅଣ୍ଟ ପଡ଼ୁଥିବାବେଳେ ବୋଝ ଉପରେ ନଳିତା ବିଡ଼ା ହୋଇଛି ଋଣ। ଏଥିରୁ ମୁକୁଳିବାକୁ ସରକାର ଅଧିକରୁ ଅଧିକ ମୁଦ୍ରା ଛାପିବାରେ ଲାଗିଛନ୍ତି। ସେପଟେ ମୁଦ୍ରାସ୍ଫୀତି ଯୋଗୁ ଶ୍ରୀଲଙ୍କା ମୁଦ୍ରା ମୂଲ୍ୟ ହ୍ରାସ ପାଉଛି। ପ୍ରାୟ ୧୦ ବର୍ଷ ହେଲାଣି ଦେଶରେ ଅର୍ଥ ଏବଂ ବାଣିଜ୍ୟ କାରବାରର ଅଭାବ ଲାଗି ରହିଛି। ପର୍ଯ୍ୟଟନ ଶିଳ୍ପ ଉପରେ ଦେଶର ୫ ଲକ୍ଷ ଲୋକ ସିଧାସଳଖ ନିର୍ଭର କରୁଥିବାବେଳେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ପରୋକ୍ଷ ଭାବେ ଏଥିରୁ ଉପକୃତ ହୋଇଥାନ୍ତି। ହେଲେ କରୋନା ଯୋଗୁ ଏହି ସେକ୍ଟର ଗମ୍ଭୀର ଭାବେ ପ୍ରଭାବିତ ହୋଇଛି। ଏଥିଯୋଗୁ ଦେଶର ପ୍ରମୁଖ ଆୟ ଉତ୍ସ ଏକ ପ୍ରକାର ବନ୍ଦ ହୋଇଯାଇଛି। ଫଳରେ ଦେଶ ଚଳାଇବା ପାଇଁ ଶ୍ରୀଲଙ୍କା ଚାଇନା ସମେତ ବିଭିନ୍ନ ଦେଶରୁ ଋଣ ଆଣିବା ଜାରି ରଖିଛି। ୨୦୧୪ ପରଠାରୁ ଏହା ଉପରେ ବିଦେଶୀ ଋଣ ହାର ବଢ଼ି ଚାଲିଛି। ଏ ପର୍ଯ୍ୟନ୍ତ ଶ୍ରୀଲଙ୍କା କରିଥିବା ଋଣ ଜିଡିପିର ପ୍ରାୟ ଅର୍ଦ୍ଧାଧିକ ଭାଗ ହୋଇଥିବାରୁ ତାହାକୁ ଶୁଝିବା ଏବେ କାଠିକର ପାଠ ହୋଇଛି। ଫଳରେ ୨୦୨୨ରେ ହିଁ ଦେଶ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇପାରେ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଦେଶକୁ ଋଣ ଜାଲରେ ଫସାଇ ନିଜର ସ୍ବାର୍ଥ ହାସଲ ନିମନ୍ତେ ଚାଇନା କରୁଥିବା ଫାନ୍ଦରେ ଫସିଛି ଶ୍ରୀଲଙ୍କା। କୌଣସି ଦେଶ ଋଣ ଶୁଝି ନ ପାରିଲେ ସେଠାରେ ଆଧିପତ୍ୟ ବିସ୍ତାର କରି ଚାଇନା ନିଜ ମନ୍ଦ ଉଦ୍ଦେଶ୍ୟ ସାଧିତ କରିବାକୁ ଚକ୍ରାନ୍ତ କରୁଥିବାବେଳେ ଏବେ ଏଥିରେ ଶ୍ରୀଲଙ୍କାର ପାଳି ପଡ଼ିଛି। ରିପୋର୍ଟ ଅନୁସାରେ, ଗତ ନଭେମ୍ବର ସୁଦ୍ଧା ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରାଭଣ୍ଡାର ମାତ୍ର ୧.୬ ବିଲିୟନ ଡଲାର (ପ୍ରାୟ ୧୨ ହଜାର କୋଟି ଟଙ୍କା) ରହିଥିଲା। କିନ୍ତୁ ଦେଶକୁ ଆସନ୍ତା ୧୨ ମାସ ଭିତରେ ୭.୩ ବିଲିୟନ ଡଲାର (ପ୍ରାୟ ୫୪ ହଜାର କୋଟି ଟଙ୍କା) ଋଣ ଶୁଝିବାକୁ ପଡ଼ିବ। ଏହା ମଧ୍ୟରେ ୫ ଶହ ମିଲିୟନ ଇଣ୍ଟରନ୍ୟାଶନାଲ ସୋଭେରିନ୍‌ ବଣ୍ଡ୍‌ ପେମେଣ୍ଟ ମଧ୍ୟ ଅନ୍ତର୍ଭୁକ୍ତ। ଋଣର ପ୍ରାୟ ୬୮ ପ୍ରତିଶତ ବା ୫ ବିଲିୟନ ଡଲାର (ପ୍ରାୟ ୩୭ ହଜାର କୋଟି ଟଙ୍କା) କେବଳ ଚାଇନାକୁ ଦେବାକୁ ପଡ଼ିବ। ପୂର୍ବରୁ ଚାଇନାର ଋଣ ଶୁଝି ପାରି ନ ଥିବାବେଳେ ଗତ ବର୍ଷ ଶ୍ରୀଲଙ୍କା ପୁଣି ଏହି ଦେଶଠାରୁ ଅତିରିକ୍ତ ୧ ବିଲିୟନ ଡଲାର (ପ୍ରାୟ ୭ ହଜାର କୋଟି ଟଙ୍କା) ନେଇଥିଲା, ଯାହା ଶ୍ରୀଲଙ୍କାର ସ୍ଥିତିକୁ ଆହୁରି ଗମ୍ଭୀର କରିଛି। ସେପଟେ ଦେଶର ୫୪% ଗଚ୍ଛିତ ସୁନା ବିକ୍ରି ସରିଛି। ଜାନୁୟାରୀ ଶେଷ ସୁଦ୍ଧା ବଳକା ସୁନା ମଧ୍ୟ ଶେଷ ହୋଇଯିବ ବୋଲି ଡେ ସିଲ୍‌ଭା କହିଛନ୍ତି। ୨୦୨୨ ଫେବୃୟାରୀରୁ ଅକ୍ଟୋବର ମଧ୍ୟରେ ଶ୍ରୀଲଙ୍କା କିପରି ପ୍ରାୟ ୪.୮ ବିଲିୟନ ଡଲାର ବିଦେଶୀ ଋଣ ଶୁଝିବ ତାହା ଏବେ ଏହି ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଭାରତକୁ ମାଗିଲା ୧ ବିଲିୟନ ଡଲାର

ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଶ୍ରୀଲଙ୍କା ପୁଣି ପଡ଼ୋଶୀଙ୍କଠାରୁ ସହାୟତା ଆଶା କରିଛି। ସାମଗ୍ରୀ ଆମଦାନୀ ପାଇଁ ଶ୍ରୀଲଙ୍କା ଭାରତକୁ ୧ ବିଲିୟନ ଡଲାର ଋଣ ମାଗିଛି। ଏ ନେଇ ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନର ଅଜିତ ନିବାର୍ଡ କାବ୍ରାଲ୍‌ ବୁଧବାର ସୂଚନା ଦେଇଛନ୍ତି। ଏଥିସହ ପଡ଼ୋଶୀ ଚାଇନାକୁ ମଧ୍ୟ ଶ୍ରୀଲଙ୍କା ପୁଣି ଋଣ ମାଗିଛି। ତେବେ କେତେମାତ୍ରାରେ ଋଣ ଶ୍ରୀଲଙ୍କା ଚାଇନାଠାରୁ ଆଣିବ ତାହା ସ୍ଥିର ହୋଇନାହିଁ। ଗତ ସପ୍ତାହରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟିଙ୍କୁ ଭେଟି ଋଣ ପରିଶୋଧରେ କୋହଳ ନୀତି ଆପଣାଇବା ପାଇଁ ଅନୁରୋଧ କରିଛନ୍ତି। ଏହା ଭିତରେ ସରକାର ୧.୨ ବିଲିୟନ ଡଲାରର ଆର୍ଥିକ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି।

ଖାଇବା କମାଇଛନ୍ତି ଲୋକେ

ନଭେମ୍ବରରେ ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିବା ପରେ ରାଷ୍ଟ୍ରପତି ରାଜପାକ୍ସେ ଦେଶରେ ଆର୍ଥିକ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହା ପରେ ଖାଦ୍ୟ ସମେତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍‌ ଆକାଶଛୁଆଁ ହୋଇଛି। ଦ୍ୱୀପ ଦେଶ ହୋଇଥିବାରୁ ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ଶ୍ରୀଲଙ୍କା ମୁଖ୍ୟତଃ ଆମଦାନୀ ଉପରେ ନିର୍ଭରଶୀଳ। ଏବେ ଆମଦାନୀ ପ୍ରଭାବିତ ହୋଇଥିବାରୁ ଏବେ ଖାଦ୍ୟ ସାମଗ୍ରୀ ଦର ବଢ଼ିଛି। ଫଳରେ ୨.୨ କୋଟି ଜନସଂଖ୍ୟାର ଏହି ଦେଶର ଅଧିକାଂଶ ଲୋକ ୩ ଓଳି ଖାଇବା ଯୋଗାଡ଼ କରିପାରୁନାହାନ୍ତି। ବାଧ୍ୟ ହୋଇ ସେମାନେ ଗୋଟିଏ ଓଳିର ଖାଦ୍ୟ କମାଇଛନ୍ତି। ରନ୍ଧନ ଗ୍ୟାସ୍‌ ମୂଲ୍ୟ ୮୫ ପ୍ରତିଶତ ବଢ଼ିଛି। ମାସକ ମଧ୍ୟରେ ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ପ୍ରାୟ ୨୨ ପ୍ରତିଶତ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri