ଋଣ ଜାଲରେ ଶ୍ରୀଲଙ୍କା

କଲମ୍ବୋ, ୧୩ା୧: ‘ଦେଶ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯିବ। ଲୋକଙ୍କୁ ଭୟଭୀତ କରିବାକୁ ଉଦ୍ଦେଶ୍ୟ ନାହିଁ। କିନ୍ତୁ ଏଭଳି ଆର୍ଥିକ ସଙ୍କଟ ଜାରି ରହିଲେ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଆଇଟି ସିଷ୍ଟମ ଠପ୍‌ ହୋଇଯିବ। ଏପରି କି ଗୁଗଲ ମ୍ୟାପ୍‌ ବ୍ୟବହାର କରିବା ସମ୍ଭବ ହେବନାହିଁ। କାରଣ ଏଥିପାଇଁ ଅର୍ଥ ଖର୍ଚ୍ଚ କରିବା ସ୍ଥିତିରେ ମଧ୍ୟ ରହିବୁ ନାହିଁ’। ଏହା ହେଉଛି ଶ୍ରୀଲଙ୍କାର ବିରୋଧୀ ଦଳ ନେତା ତଥା ଅର୍ଥନୀତିଜ୍ଞ ହର୍ଷ ଡେ ସିଲ୍‌ଭା ପାର୍ଲାମେଣ୍ଟ ଅଧିବେଶନରେ ଦେଇଥିବା ବିବୃତିର କିଛି ଅଂଶ। ଶ୍ରୀଲଙ୍କାରେ ଦେଖାଦେଇଥିବା ମୁଦ୍ରାସ୍ଫୀତି ତଥା ଆର୍ଥିକ ସଙ୍କଟ କେତେ ଗମ୍ଭୀର ତାହା ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଅନୁମେୟ। ରାଜନୈତିକ ଦୁର୍ନୀତି ସହ ଋଣଜାଲରେ ଫସିଥିବା ଶ୍ରୀଲଙ୍କା ଚଳିତ ବର୍ଷ ଦେବାଳିଆ ହେବାର ଦ୍ୱାରଦେଶରେ ରହିଛି। ଆଗାମୀ ଦିନରେ ସେଠାରେ ମାନବୀୟ ସଙ୍କଟ ଗମ୍ଭୀର ହୋଇପାରେ ବୋଲି ଆଶଙ୍କା ଦେଖାଦେଇଛି।

ଶ୍ରୀଲଙ୍କାରେ ଗମ୍ଭୀର ହୋଇଛି ଆର୍ଥିକ ସଙ୍କଟ। କିଛି ମାସ ହେଲା ଦେଶରେ ଦରଦାମ୍‌ ଦ୍ରୁତଗତିରେ ବଢ଼ି ଚାଲିଥିଲେ ହେଁ ତାହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଆକାଶ ଛୁଆଁ ହୋଇଛି ଖାଦ୍ୟ ସାମଗ୍ରୀ ଦର। ଲୋକଙ୍କୁ ଲଙ୍କା କିଲୋ ୭ ଶହ, ଆଳୁ କିଲୋ ୨ ଶହ ଟଙ୍କାରେ କିଣିବାକୁ ପଡ଼ୁଛି। ଆଗାମୀ ୨ ମାସ ଭିତରେ ଦେଶରେ ଖାଦ୍ୟ ସଙ୍କଟ ସ୍ଥିତି ଉପୁଜିବ ବୋଲି କୃଷିବିତ୍‌ମାନେ ଚେତାଇଛନ୍ତି। ଦେଶ ଚଳାଇବାକୁ ବଜେଟ ନିଅଣ୍ଟ ପଡ଼ୁଥିବାବେଳେ ବୋଝ ଉପରେ ନଳିତା ବିଡ଼ା ହୋଇଛି ଋଣ। ଏଥିରୁ ମୁକୁଳିବାକୁ ସରକାର ଅଧିକରୁ ଅଧିକ ମୁଦ୍ରା ଛାପିବାରେ ଲାଗିଛନ୍ତି। ସେପଟେ ମୁଦ୍ରାସ୍ଫୀତି ଯୋଗୁ ଶ୍ରୀଲଙ୍କା ମୁଦ୍ରା ମୂଲ୍ୟ ହ୍ରାସ ପାଉଛି। ପ୍ରାୟ ୧୦ ବର୍ଷ ହେଲାଣି ଦେଶରେ ଅର୍ଥ ଏବଂ ବାଣିଜ୍ୟ କାରବାରର ଅଭାବ ଲାଗି ରହିଛି। ପର୍ଯ୍ୟଟନ ଶିଳ୍ପ ଉପରେ ଦେଶର ୫ ଲକ୍ଷ ଲୋକ ସିଧାସଳଖ ନିର୍ଭର କରୁଥିବାବେଳେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ପରୋକ୍ଷ ଭାବେ ଏଥିରୁ ଉପକୃତ ହୋଇଥାନ୍ତି। ହେଲେ କରୋନା ଯୋଗୁ ଏହି ସେକ୍ଟର ଗମ୍ଭୀର ଭାବେ ପ୍ରଭାବିତ ହୋଇଛି। ଏଥିଯୋଗୁ ଦେଶର ପ୍ରମୁଖ ଆୟ ଉତ୍ସ ଏକ ପ୍ରକାର ବନ୍ଦ ହୋଇଯାଇଛି। ଫଳରେ ଦେଶ ଚଳାଇବା ପାଇଁ ଶ୍ରୀଲଙ୍କା ଚାଇନା ସମେତ ବିଭିନ୍ନ ଦେଶରୁ ଋଣ ଆଣିବା ଜାରି ରଖିଛି। ୨୦୧୪ ପରଠାରୁ ଏହା ଉପରେ ବିଦେଶୀ ଋଣ ହାର ବଢ଼ି ଚାଲିଛି। ଏ ପର୍ଯ୍ୟନ୍ତ ଶ୍ରୀଲଙ୍କା କରିଥିବା ଋଣ ଜିଡିପିର ପ୍ରାୟ ଅର୍ଦ୍ଧାଧିକ ଭାଗ ହୋଇଥିବାରୁ ତାହାକୁ ଶୁଝିବା ଏବେ କାଠିକର ପାଠ ହୋଇଛି। ଫଳରେ ୨୦୨୨ରେ ହିଁ ଦେଶ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇପାରେ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଦେଶକୁ ଋଣ ଜାଲରେ ଫସାଇ ନିଜର ସ୍ବାର୍ଥ ହାସଲ ନିମନ୍ତେ ଚାଇନା କରୁଥିବା ଫାନ୍ଦରେ ଫସିଛି ଶ୍ରୀଲଙ୍କା। କୌଣସି ଦେଶ ଋଣ ଶୁଝି ନ ପାରିଲେ ସେଠାରେ ଆଧିପତ୍ୟ ବିସ୍ତାର କରି ଚାଇନା ନିଜ ମନ୍ଦ ଉଦ୍ଦେଶ୍ୟ ସାଧିତ କରିବାକୁ ଚକ୍ରାନ୍ତ କରୁଥିବାବେଳେ ଏବେ ଏଥିରେ ଶ୍ରୀଲଙ୍କାର ପାଳି ପଡ଼ିଛି। ରିପୋର୍ଟ ଅନୁସାରେ, ଗତ ନଭେମ୍ବର ସୁଦ୍ଧା ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରାଭଣ୍ଡାର ମାତ୍ର ୧.୬ ବିଲିୟନ ଡଲାର (ପ୍ରାୟ ୧୨ ହଜାର କୋଟି ଟଙ୍କା) ରହିଥିଲା। କିନ୍ତୁ ଦେଶକୁ ଆସନ୍ତା ୧୨ ମାସ ଭିତରେ ୭.୩ ବିଲିୟନ ଡଲାର (ପ୍ରାୟ ୫୪ ହଜାର କୋଟି ଟଙ୍କା) ଋଣ ଶୁଝିବାକୁ ପଡ଼ିବ। ଏହା ମଧ୍ୟରେ ୫ ଶହ ମିଲିୟନ ଇଣ୍ଟରନ୍ୟାଶନାଲ ସୋଭେରିନ୍‌ ବଣ୍ଡ୍‌ ପେମେଣ୍ଟ ମଧ୍ୟ ଅନ୍ତର୍ଭୁକ୍ତ। ଋଣର ପ୍ରାୟ ୬୮ ପ୍ରତିଶତ ବା ୫ ବିଲିୟନ ଡଲାର (ପ୍ରାୟ ୩୭ ହଜାର କୋଟି ଟଙ୍କା) କେବଳ ଚାଇନାକୁ ଦେବାକୁ ପଡ଼ିବ। ପୂର୍ବରୁ ଚାଇନାର ଋଣ ଶୁଝି ପାରି ନ ଥିବାବେଳେ ଗତ ବର୍ଷ ଶ୍ରୀଲଙ୍କା ପୁଣି ଏହି ଦେଶଠାରୁ ଅତିରିକ୍ତ ୧ ବିଲିୟନ ଡଲାର (ପ୍ରାୟ ୭ ହଜାର କୋଟି ଟଙ୍କା) ନେଇଥିଲା, ଯାହା ଶ୍ରୀଲଙ୍କାର ସ୍ଥିତିକୁ ଆହୁରି ଗମ୍ଭୀର କରିଛି। ସେପଟେ ଦେଶର ୫୪% ଗଚ୍ଛିତ ସୁନା ବିକ୍ରି ସରିଛି। ଜାନୁୟାରୀ ଶେଷ ସୁଦ୍ଧା ବଳକା ସୁନା ମଧ୍ୟ ଶେଷ ହୋଇଯିବ ବୋଲି ଡେ ସିଲ୍‌ଭା କହିଛନ୍ତି। ୨୦୨୨ ଫେବୃୟାରୀରୁ ଅକ୍ଟୋବର ମଧ୍ୟରେ ଶ୍ରୀଲଙ୍କା କିପରି ପ୍ରାୟ ୪.୮ ବିଲିୟନ ଡଲାର ବିଦେଶୀ ଋଣ ଶୁଝିବ ତାହା ଏବେ ଏହି ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଭାରତକୁ ମାଗିଲା ୧ ବିଲିୟନ ଡଲାର

ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଶ୍ରୀଲଙ୍କା ପୁଣି ପଡ଼ୋଶୀଙ୍କଠାରୁ ସହାୟତା ଆଶା କରିଛି। ସାମଗ୍ରୀ ଆମଦାନୀ ପାଇଁ ଶ୍ରୀଲଙ୍କା ଭାରତକୁ ୧ ବିଲିୟନ ଡଲାର ଋଣ ମାଗିଛି। ଏ ନେଇ ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନର ଅଜିତ ନିବାର୍ଡ କାବ୍ରାଲ୍‌ ବୁଧବାର ସୂଚନା ଦେଇଛନ୍ତି। ଏଥିସହ ପଡ଼ୋଶୀ ଚାଇନାକୁ ମଧ୍ୟ ଶ୍ରୀଲଙ୍କା ପୁଣି ଋଣ ମାଗିଛି। ତେବେ କେତେମାତ୍ରାରେ ଋଣ ଶ୍ରୀଲଙ୍କା ଚାଇନାଠାରୁ ଆଣିବ ତାହା ସ୍ଥିର ହୋଇନାହିଁ। ଗତ ସପ୍ତାହରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟିଙ୍କୁ ଭେଟି ଋଣ ପରିଶୋଧରେ କୋହଳ ନୀତି ଆପଣାଇବା ପାଇଁ ଅନୁରୋଧ କରିଛନ୍ତି। ଏହା ଭିତରେ ସରକାର ୧.୨ ବିଲିୟନ ଡଲାରର ଆର୍ଥିକ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି।

ଖାଇବା କମାଇଛନ୍ତି ଲୋକେ

ନଭେମ୍ବରରେ ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିବା ପରେ ରାଷ୍ଟ୍ରପତି ରାଜପାକ୍ସେ ଦେଶରେ ଆର୍ଥିକ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହା ପରେ ଖାଦ୍ୟ ସମେତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍‌ ଆକାଶଛୁଆଁ ହୋଇଛି। ଦ୍ୱୀପ ଦେଶ ହୋଇଥିବାରୁ ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ଶ୍ରୀଲଙ୍କା ମୁଖ୍ୟତଃ ଆମଦାନୀ ଉପରେ ନିର୍ଭରଶୀଳ। ଏବେ ଆମଦାନୀ ପ୍ରଭାବିତ ହୋଇଥିବାରୁ ଏବେ ଖାଦ୍ୟ ସାମଗ୍ରୀ ଦର ବଢ଼ିଛି। ଫଳରେ ୨.୨ କୋଟି ଜନସଂଖ୍ୟାର ଏହି ଦେଶର ଅଧିକାଂଶ ଲୋକ ୩ ଓଳି ଖାଇବା ଯୋଗାଡ଼ କରିପାରୁନାହାନ୍ତି। ବାଧ୍ୟ ହୋଇ ସେମାନେ ଗୋଟିଏ ଓଳିର ଖାଦ୍ୟ କମାଇଛନ୍ତି। ରନ୍ଧନ ଗ୍ୟାସ୍‌ ମୂଲ୍ୟ ୮୫ ପ୍ରତିଶତ ବଢ଼ିଛି। ମାସକ ମଧ୍ୟରେ ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ପ୍ରାୟ ୨୨ ପ୍ରତିଶତ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?