Posted inଖେଳ

ଖରାପ ଫିଲ୍ଡିଂ ଛଡ଼ାଇ ନେଲା ସିରିଜ୍‌ ମୂଳପୋଛ ସୁଯୋଗ

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ। କିନ୍ତୁ ଖରାପ ଫିଲ୍ଡିଂ ଭାରତ ହାତରୁ ସିରିଜ୍‌ ମୂଳପୋଛ କରିବାର ସୁଯୋଗ ଛଡ଼ାଇ ନେଲା। ଗୋଟିଏ କି ଦୁଇଟି ନୁହେଁ ଭାରତୀୟ ଫିଲ୍ଡରମାନେ ବାରମ୍ବାର କ୍ୟାଚ୍‌ ଛାଡ଼ିଥିଲେ। ତା’ ସାଙ୍ଗକୁ ଓ୍ବାଇଡ୍‌ ଓ ନୋ ବଲ ବାବଦକୁ ୩୦ ଅତିରିକ୍ତ ରନ୍‌ ଦେଇଥିଲେ ବୋଲରମାନେ। ଏହା ଭାରତ ପାଇଁ କାଳ ସାଜିଥିଲା। ଏହାସତ୍ତ୍ୱେ ୨୨୭ ରନ୍‌ର ସାଧାରଣ ବିଜୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଘରୋଇ ଶ୍ରୀଲଙ୍କାକୁ ବେଶ୍‌ ସଂଘର୍ଷ କରିବାକୁ ପଡ଼ିଥିଲା। ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌କୁ ଶ୍ରୀଲଙ୍କା ୩ ଉଇକେଟରେ ଜିତି ନେଇଛି। ଘରୋଇ ଦଳର ସାନ୍ତ୍ୱନାମୂଳକ ବିଜୟ ସତ୍ତ୍ୱେ ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ୨-୧ରେ ସିରିଜ ହାତେଇଛି। ପଦାର୍ପଣକାରୀ ଖେଳାଳିଙ୍କ ମଧ୍ୟରେ ସଞ୍ଜୁ ସାମସନ, ଚେତନ ସାକାରିୟା ଓ ରାହୁଲ ଚହରଙ୍କ ପ୍ରଭାବି ପ୍ରଦର୍ଶନ କରିଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ଆରମ୍ଭରୁ ଅଧିନାୟକ ଧାଓ୍ବନ (୧୩)ଙ୍କ ଉଇକେଟ ହରାଇଥିଲା। ଏହାପରେ ପୃଥ୍ବୀ ଶ’ ଓ ସାମସନ ଦ୍ୱିତୀୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ଯୋଡ଼ିଥିଲେ ୭୪ ରନ୍‌। ପୃଥ୍ବୀ (୪୯ ରନ୍‌, ୮ ଚୌକା) ଓ ସାମସନ (୪୬ ରନ୍‌, ୫ ଚୌକା ଓ ଗୋଟିଏ ଛକା) ଆଉଟ୍‌ ହେବା ପରେ ଆରମ୍ଭ ହୋଇଥିଲା ଉଇକେଟ ପତନ ପ୍ରକ୍ରିୟା। ଫଳରେ ଭାରତ ୨୨୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଡିଏଲ୍‌ଏସ୍‌ ମେଥଡ୍‌ରେ ଶ୍ରୀଲଙ୍କା ଆଗରେ ଧାର୍ଯ୍ୟ ହୋଇଥିଲା ୨୨୭ ରନ୍‌ର ବିଜୟ ଲକ୍ଷ୍ୟ।

ଜବାବରେ ଅଭିଷ୍କା ଫର୍ନାଣ୍ଡୋ (୭୬ ରନ୍‌, ୪ ଚୌକା ଓ ଗୋଟିଏ ଛକା) ଓ ଭାନୁକା ରାଜପାକସା (୬୫ ରନ୍‌, ୧୨ ଚୌକା )ଙ୍କ ଅର୍ଦ୍ଧଶତକୀୟ ଇନିଂସ ଘରୋଇ ଦଳର ବିଜୟ ନିଶ୍ଚିତ କରିଥିଲା। କିନ୍ତୁ ରାହୁଲ ଓ ସାକାରିୟା କ୍ରମାଗତ ବ୍ୟବଧାନରେ ଉଇକେଟ ନେଇ ମ୍ୟାଚ୍‌ରେ ଭାରତର ସମ୍ଭାବନା ସୃଷ୍ଟି କରିଥିଲେ। ଶେଷରେ ୩୯ ଓଭରରେ ୭ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଶ୍ରୀଲଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri