ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦଖଲ କଲେ ବିକ୍ଷୋଭକାରୀ

କଲମ୍ବୋ,୧୩।୭: ଶ୍ରୀଲଙ୍କାରେ ସଙ୍କଟ ଜାରି ରହିଛି। ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶ ଛାଡି ପଳାଇବା ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ନିଯୁକ୍ତ କରାଯାଇଛି। ବୁଧବାର ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦଖଲ କରିଛନ୍ତି। ବିକ୍ଷୋଭକାରୀମାନେ କାର୍ଯ୍ୟାଳୟ ଛାତ ଉପରେ ଶ୍ରୀଲଙ୍କା ପତାକା ଉଡାଇଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏଥିରେ ପ୍ରାୟ ୩୦ ଜଣ ବିକ୍ଷୋଭକାରୀ ଆହତ ହୋଇଛନ୍ତି।
କାର୍ଯ୍ୟକାରୀ ରାଷ୍ଟ୍ରପତି ୱିକ୍ରମସିଂଘେ କହିଛନ୍ତି, ବିକ୍ଷୋଭକାରୀଙ୍କ ମୁକାବିଲା ପାଇଁ ସେନା ଏବଂ ପୋଲିସକୁ ସମସ୍ତ ସ୍ବାଧୀନତା ଦିଆଯାଇଛି। ଦେଶର ସୁରକ୍ଷା ଏଜେନ୍ସିମାନେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଫେରାଇ ଆଣିବା ପାଇଁ ଯାହା ସମ୍ଭବ ତାହା କରିବା ଉଚିତ୍‌।
ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ମାର୍ଚ୍ଚରୁ ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଦାବି କରିଆସୁଥିଲେ ବିରୋଧୀ। ମାସ ମାସ ଧରି ଆନ୍ଦୋଳନ ପରେ ବି ସେ ଗାଦି ନ ଛାଡ଼ିବାରୁ ସ୍ଥିତିକୁ ନିଜ ହାତକୁ ନେଇଯାଇଥିଲେ ଲୋକେ। ଫଳରେ ବାଧ୍ୟ ହୋଇ ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ସରକାରୀ ବାସଭବନ ଛାଡ଼ି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଜ ଉଦ୍‌ଜାନ ଚୁକ୍ତି ସ୍ବାକ୍ଷରିତ

ବର୍ଲିନ, ୩।୫: ୟୁକ୍ରେନ୍‌ ସଙ୍କଟ ଭିତରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ୟୁରୋପ ଗସ୍ତରେ ସୋମବାର ଜର୍ମାନୀରେ ପହଞ୍ଚିଛନ୍ତି। ବର୍ଲିନରେ ପହଞ୍ଚିବା ପରେ...

କାନାଡା ଯିବାକୁ ପ୍ରିନ୍ସ ହ୍ୟାରିଙ୍କୁ ଅନୁମତି ଦେଲେ ରାଣୀ

ସିଣ୍ଡ୍ରିଙ୍ଗହାମ୍‌,୧୪ା୧- ପ୍ରିନ୍ସ ହ୍ୟାରି ଓ ତାଙ୍କ ସ୍ତ୍ରୀ ମେଘାନ ମାର୍କେଲଙ୍କୁ ଅଧିକ ସ୍ବାଧୀନ ଜୀବନଯାପନ ପାଇଁ ଅନୁମତି ଦେବାକୁ ବ୍ରିଟେନ ରାଣୀ ଦ୍ୱିତୀୟ ଏଲିଜାବେଥ ରାଜି...

କ୍ଷମା ମାଗିଲେ ମୋରିସନ୍‌

କାନ୍‌ବେରା, ୮ା୨:  ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କୁ ବଳାତ୍କାର ମାମଲାରେ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମଙ୍ଗଳବାର ତାଙ୍କୁ କ୍ଷମା ମାଗିଛନ୍ତି। ପାର୍ଲାମେଣ୍ଟର ପ୍ରତିରକ୍ଷା...

କଶ୍ମୀରରେ ଆତଙ୍କବାଦ ସୃଷ୍ଟି କରୁଥିବା ଖାଲିଦ ରଜାଙ୍କୁ ପାକିସ୍ତାନରେ ଗୁଳି

ଇସଲାମାବାଦ,୨୮ ।୨: ଜମ୍ମୁ-କଶ୍ମୀରରେ ଅଲ-ବଦ୍ର ନାମକ ଆତଙ୍କବାଦୀ ସଙ୍ଗଠନର ପୂର୍ବତନ କମାଣ୍ଡର ଖାଲିଦ ରଜାଙ୍କର ପାକିସ୍ତାନର କରାଚିରେ ମୃତ୍ୟୁ ହୋଇଛି । ପାକିସ୍ତାନି ମିଡିଆର ସୂଚନା...

ଆଫଗାନିସ୍ତାନ ଫେରିଲେ ଓସାମା ବିନ୍ ଲାଦେନଙ୍କ ପୂର୍ବତନ ସହଯୋଗୀ

କାବୁଲ,୩୧ ।୮: ଆଫଗାନିସ୍ତାନରୁ ଆମେରିକା ସେନା ହଟିବା ପରେ ଏହା ସମ୍ପୂର୍ଣ୍ଣ ଭାବେ ତାଲିବାନ ହାତକୁ ଆସିଯିବା ପରେ ଏବେ କୁଖ୍ୟାତ ଆତଙ୍କବାଦୀଙ୍କ ଘର ଲେଉଟାଣି...

ଜିନପିଙ୍ଗଙ୍କ ସହିତ ଚାଇନାର ଲୋକପ୍ରିୟତା ହ୍ରାସ ପାଉଛି, ରିପୋର୍ଟ…

ଓ୍ବାଶିଂଟନ/ବେଜିଂ, ୧୨।୭ : ପୃଥିବୀରେ ଚାଇନାର ଲୋକପ୍ରିୟତା କମିବାରେ ଲାଗିଛି। ସେହିପରି ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଲୋକପ୍ରିୟତାରେ ମଧ୍ୟ ହ୍ରାସ ଘଟୁଛି। ଏସମ୍ପର୍କିତ ଏକ ରିପୋର୍ଟ...

‘ହାଉଡି ମୋଦି’ କାର୍ଯ୍ୟକ୍ରମ ପୂର୍ବରୁ ହଷ୍ଟନରେ ପ୍ରବଳ ବର୍ଷା: ସ୍କୁଲ, କଲେଜ୍‌ ବନ୍ଦ

ହଷ୍ଟନ,୨୦।୯: ଆଗାମୀ ସେପ୍ଟେମ୍ବର ୨୨ରେ ଆମେରିକାରେ ଆୟୋଜିତ ହେବ ‘ହାଉଡି ମୋଦି’ କାର୍ଯ୍ୟକ୍ରମ। ଟେକ୍ସାସର ହଷ୍ଟନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି...

ପୃଥିବୀରେ ୨ କୋଟି ୩୦ଲକ୍ଷରୁ ଅଧିକ ବାଳିକା ବଧୂ: ୟୁନିସେଫ୍‌ ରିପୋର୍ଟ

ନ୍ୟୁୟର୍କ,୮।୬: ପୃଥିବୀରେ ଶିଶୁ କନ୍ୟା ଏବେ ମଧ୍ୟ ଅବହେଳିତ। ନାନା ପ୍ରକାର ସତେଚନତା କାର୍ଯ୍ୟକ୍ରମ ପରେ ବି ବିଭିନ୍ନ ରାଷ୍ଟ୍ରରେ ବାଳିକାଙ୍କୁ ବିବାହଯୋଗ୍ୟା ବୟସ ପୂର୍ବରୁ...

Advertisement
Archives

Model This Week