
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରାୟତଃ ଗୁଣ୍ଡୁଚିମୂଷା ମଣିଷଙ୍କୁ ଦେଖି କିମ୍ବା ତାଙ୍କ ଆଭାସ ପାଇ ଦୌଡ଼ି ପଳାନ୍ତି। ମାତ୍ର ଏଥିରେ ଏକ ଗୁଣ୍ଡୁଚିମୂଷା ମଣିଷ ହାତରୁ କଦଳୀ ଖାଉଥିବା ଦେଖିବାକୁ ମିଳୁଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ରିଟୁଇଟ କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Be kind to all creatures
This is the true religion.The Buddha pic.twitter.com/Cv6OkZ2eeG
— Susanta Nanda IFS (@susantananda3) September 20, 2020