Posted inଜାତୀୟ

ଆସନ୍ତା ସପ୍ତାହରୁ ମିଳିବ ସ୍ପୁଟନିକ-ଭି

ନୂଆଦିଲ୍ଲୀ,୧୩।୫: ରୁଷିଆର ସ୍ପୁଟନିକ-ଭି କୋଭିଡ୍‌ ଟିକା ଆସନ୍ତା ସପ୍ତାହରୁ ଭାରତ ବଜାରରେ ଉପଲବ୍ଧ ହେବ। ଏନେଇ ଗୁରୁବାର ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍‌ ଏହି ସୂଚନା ଦେଇଛନ୍ତି। ସ୍ପୁଟନିକ-ଭିର ପ୍ରଥମ ବ୍ୟାଚ୍‌ ଭାରତରେ ପହଞ୍ଚି ଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ଟିକା ଆସିବ ବୋଲି ସେ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇରେ ଭାରତରେ ସ୍ପୁଟନିକ-ଭି ଟିକା ଉତ୍ପାଦିତ ହେବ। ୧୫.୬ କୋଟି ସ୍ପୁଟନିକ-ଭି ଟିକା ଡୋଜ ଉତ୍ପାଦନ କରିବାକୁ ଭାରତ ଲକ୍ଷ ରଖିଛି। ଭାରତରେ ସ୍ପୁଟନିକ-ଭି ହାଇଦ୍ରାବାଦର ଡାକ୍ତର ରେଡ୍ଡୀ ଲ୍ୟାବ ସହ ମିଶି ପରୀକ୍ଷଣ କରିଥିଲା। ମୋଡର୍ନା ଏବଂ ଫାଇଜର ପରେ ଏହି ଟିକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ରହିଛି। ଭାରତରେ କ୍ଲିନିକାଲ ପରୀକ୍ଷଣ ପ୍ରଥମ ପର୍ଯ୍ୟାୟରେ ଥିବା ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡାକ୍ତର ରେଡ୍ଡୀ ଲ୍ୟାବ ଫେବୃୟାରୀ ୧୯ରେ ଆବେଦନ କରିଥିଲା। ଏପ୍ରିଲ ୧ରେ ଏକ୍ସପର୍ଟ କମିଟି ଡାକ୍ତର ରେଡ୍ଡୀ ଲ୍ୟାବକୁ ପରୀକ୍ଷଣର ତଥ୍ୟ ଏବଂ ଏହା କିଭଳି ପ୍ରତିରୋଧକ ଶକ୍ତି ବଢାଉଛି ସେ ବିଷୟରେ ତଥ୍ୟ ଦେବାକୁ କହିଥିଲେ। ଡାକ୍ତର ରେଡ୍ଡୀ ଲ୍ୟାବ ସବୁ ତଥ୍ୟ ଦେବା ପରେ ଏକ୍ସପର୍ଟ କମିଟି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଏହା ପରେ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲା ଡିସିଜିଆଇ ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୧୩ା୭(ଆଇଏଏନ୍‌ଏସ୍‌): ମରାଠାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଏହି ସମ୍ପ୍ରଦାୟ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ...

୩୨ ବର୍ଷ ପରେ କଶ୍ମୀରରେ ଖୋଲିଲା ସିନେମା ହଲ୍‌

ଶ୍ରୀନଗର,୨୦।୯: କଶ୍ମୀରବାସୀ ବଡ ପରଦାରେ ଫିଲ୍ମ ଦେଖିବାର ଅପେକ୍ଷା ଏବେ ଶେଷ ହୋଇଛି। ମଙ୍ଗଳବାର ଶ୍ରୀନଗରର ସୋନମାର୍ଗଠାରେ ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ପ୍ରଥମ ମଲ୍ଟିପ୍ଲେକ୍ସ...

ଆଉ ଲାଗୁ ହେବ ନାହିଁ ଅଡ୍‌-ଇଭିନ୍‌ ନମ୍ବର: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୧୧: ରାଜଧାନୀ ଦିଲ୍ଲୀରେ ଏବେ ଆଉ ଆବଶ୍ୟକ ନାହିଁ ଅଡ୍‌-ଇଭିିନ୍‌ ନମ୍ବର। କାରଣ ଦିଲ୍ଲୀ ଆକାଶ ଏବେ ନିର୍ମଳ ଥିବା ସୋମବାର ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ...

୫ରୁ ୧୨ ବର୍ଷ ପିଲାଙ୍କୁ ମିଳିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୨୧।୪: ଦେଶରେ ଏବେ କୋଭିଡ୍‌ ସଂକ୍ରମଣ ବଢୁଛି। ଏହାରି ଭିତରେ ୫ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ୍‌ ଟିକା ଦିଆଯିବା ନେଇ ସବ୍‌ଜେକ୍ଟ ଏକ୍ସପର୍ଟ କମିଟି...

୬୦ ବର୍ଷରେ ମଜୁରିଆରୁ ମଡେଲ

କୋଝିକୋଡ, ୧୬ା୨: ବେଳେବେଳେ ଭାଗ୍ୟ ବଦଳିବାକୁ ବେଶୀ ସମୟ ଲାଗି ନ ଥାଏ। ଛୋଟ ଛୋଟ କାମରେ ମଧ୍ୟ ଜଣେ ଖୁବ୍‌ଶୀଘ୍ର ପରିଚିତି ହାସଲ କରିନେଇଥାନ୍ତି...

ଖୋଲିଲା ପ୍ରଥମ କିନ୍ନର ସାଲୁନ…

ମୁମ୍ବାଇ,୨୫।୩ : କିନ୍ନରଙ୍କୁ ଏବେ ମଧ୍ୟ ବହୁ ଭେଦଭାବର ସମ୍ମୁଖୀନ ହେବାକୁ ପଡୁଛି। ସେମାନଙ୍କର ଅସ୍ତିତ୍ୱ ଏବଂ ସମାନ ଅଧିକାର ପାଇଁ କ୍ରମାଗତ ଭାବରେ ସଂଗ୍ରାମ...

ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ପାଇଁ ଅଗ୍ନିପରୀକ୍ଷା…

ଅମରାବତୀ,୨୮।୫ : ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ସଭାପତି ଏନ. ଚନ୍ଦ୍ରାବାବୁ...

ଏଆଇଏଡିଏମ୍‌କେ ବିଧାୟକ କରୋନା ଆକ୍ରାନ୍ତ

ଚେନ୍ନାଇ, ୧୪ା୬: ତାମିଲନାଡ଼ୁରେ ଦେଶର ଦ୍ୱିତୀୟ ସର୍ବାଧିକ କରୋନା ରୋଗୀ ଥିବାବେଳେ ଶାସକ ଏଆଇଏଡିଏମ୍‌କେର ଶ୍ରୀପେରୁମ୍ବୁଦୁର ବିଧାୟକ କେ. ପାଲାନି (୫୭) ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି।...

Advertisement
Archives

Model This Week