ପିଜି ନାମଲେଖା ପାଇଁ ସ୍ପଟ୍‌ ଆଡ୍‌ମିଶନ

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପିଜି ତଥା ସ୍ନାତକୋତ୍ତର ସିଟ୍‌ ପୂରଣ ଲାଗି ସ୍ପଟ୍‌ ଆଡ୍‌ମିଶନ ହେବ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ନାମ ଲେଖାଇ ପାରି ନ ଥିବା ଛାତ୍ରୀଛାତ୍ର ସ୍ପଟ୍‌ ନାମଲେଖା ପାଇଁ ଆବେଦନ କରିପାରିବେ। ସେହିଭଳି ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଦେଇଥିଲେ ମଧ୍ୟ କୌଣସି ପର୍ଯ୍ୟାୟରେ ଚୟନ ହୋଇ ନ ଥିବା କିମ୍ବା ପ୍ରବେଶିକା ପରୀକ୍ଷା ଦେଇ କୌଣସି କାରଣ ଲାଗି ସ୍ନାତକ ମାର୍କ ଅପ୍‌ଲୋଡ୍‌ କରି ନ ଥିବା ଛାତ୍ରୀଛାତ୍ର ମଧ୍ୟ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ତେବେ ସ୍ପଟ୍‌ ନାମଲେଖା ଲାଗି ଆସନ୍ତା ୯ ତାରିଖ ପୂର୍ବାହ୍ନ ୧୧ଟାରୁ ୧୨ ତାରିଖ ଅପରାହ୍ନ ୨ଟା ମଧ୍ୟରେ ଛାତ୍ରୀଛାତ୍ର କମନ୍‌ ଆପ୍ଲିକେଶନ ଫର୍ମ(ସିଏଏଫ୍‌) ଦାଖଲ କରିବାକୁ କୁହାଯାଇଛି। ୧୫ ତାରିଖ ପୂର୍ବାହ୍ନ ୧୧ଟାରେ ମେଧା ତାଲିକା ପ୍ରକାଶ ପାଇବ ଏବଂ ଜାନୁୟାରୀ ୧୬, ୧୮, ୧୯ ଓ ୨୦ ତାରିଖରେ ମନୋନୀତ ଛାତ୍ରୀଛାତ୍ର ବିଶ୍ବବିଦ୍ୟାଳୟ/କଲେଜରେ ରିପୋର୍ଟିଂ କରିପାରିବେ। ୨୧ ଓ ୨୨ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ, ଫି’ ଦାଖଲ ଓ ନାମଲେଖା ଅନୁଷ୍ଠିତ ହେବ। ୨୩ ତାରିଖ ଅପରାହ୍ନ ୫ଟାରେ ସାମ୍ସ ପୋର୍ଟାଲରେ ଡାଟା ଅପ୍‌ଡେଶନ ହେବ। ଏହାପରେ ସିଟ୍‌ ଖାଲି ରହିଲେ ରିପୋର୍ଟିଂରେ ସାମିଲ ହୋଇଥିବା ଅନ୍ୟ ଛାତ୍ରୀଛାତ୍ରଙ୍କ ନାମଲେଖା ଜାନୁୟାରୀ ୩୧ ମଧ୍ୟରେ କରାଯାଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ଯୋଗ୍ୟତାଭିତ୍ତିରେ କ୍ୟାରିଅର ମାର୍କ ସହ ସିପିଇଟି ମାର୍କ ଆଧାରରେ ଛାତ୍ରୀଛାତ୍ର ଚୟନ କରାଯିବ। ସ୍ପଟ୍‌ ନାମଲେଖା ଲାଗି କୌଣସି ସ୍ଲାଇଡ୍‌ ଅପ୍‌ ବିକଳ୍ପ ରହିବ ନାହିଁ। ବିଷୟ ଅନୁଯାୟୀ ଖାଲିଥିବା ପଦବୀର ତିନିଗୁଣା ମେଧାବୀ ତାଲିକା ପ୍ରସ୍ତୁତ ଓ ପ୍ରକାଶିତ ହେବ। ପ୍ରାର୍ଥୀଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଅବଗତ କରାଯିବ। ସେମାନେ ଷ୍ଟୁଡେଣ୍ଟ ଲଗ୍‌ଇନ୍‌ ମାଧ୍ୟମରେ ବି ଜାଣିପାରିବେ। ଆବଶ୍ୟକ ସଂଖ୍ୟକ ସଂରକ୍ଷଣ ବ୍ୟବସ୍ଥା ଲାଗୁହେବ। ରିପୋର୍ଟ କରିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଯଦି ଆବଶ୍ୟକତା ଅନୁଯାୟୀ ସଂରକ୍ଷଣ ବର୍ଗର ପ୍ରାର୍ଥୀ ଉପଲବ୍ଧ ନ ଥିବେ ସେ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ସେମାନଙ୍କ ସ୍ତରରେ ସିଟ୍‌ ସଂରକ୍ଷଣ ବ୍ୟବସ୍ଥାକୁ ହଟାଇପାରିବେ ଓ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ। ମନୋନୀତ ଛାତ୍ରୀଛାତ୍ର ନିର୍ଦ୍ଧାରିତ ତାରିଖ ଅନୁଯାୟୀ ରିପୋର୍ଟ କରିବେ। ଯଦି ଜଣେ ପ୍ରାର୍ଥୀ ଏକାଧିକ ଶିକ୍ଷାନୁଷ୍ଠାନ ଓ ବିଷୟବସ୍ତୁରେ ମନୋନୀତ ହୁଅନ୍ତି, ତେବେ ସେ ଗୋଟିଏ ଶିକ୍ଷାନୁଷ୍ଠାନ ଓ ବିଷୟକୁ ଚୂଡାନ୍ତ କରିବେ। ନାମଲେଖାର ୭ ଦିନ ମଧ୍ୟରେ ୟୁଏଲ୍‌ସି ଓ ସିଏଲ୍‌ସି ଦାଖଲ କରିବେ। ଏହା ପରିବର୍ତ୍ତେ ମାଇଗ୍ରେଶନ ସାର୍ଟିଫିକେଟ୍‌ ମଧ୍ୟ ଗ୍ରହଣ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri