Posted inଖେଳ

କ୍ରୀଡ଼ାବିତ୍‌, କୋଚ୍‌ ପୁରସ୍କୃତ

ଭୁବନେଶ୍ୱର,୧୦ା୭ (ତପନ ସ୍ବାଇଁ): ଓଡ଼ିଶାର ୫ କ୍ରୀଡ଼ାବିତ୍‌ ଓ କୋଚ୍‌ଙ୍କୁ ଅଷ୍ଟମ ମୁକୁନ୍ଦ ବରାଳ ସ୍ମାରକୀ କ୍ରୀଡା ପ୍ରତିଭା ଓ କ୍ରୀଡାଗୁରୁ ସମ୍ମାନ ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧିତ ହୋଇଥିବା କ୍ରୀଡାବିତମାନେ ହେଲେ ବାପି ଦାସ (କୁସ୍ତି), ଡି. ଭଗବାନ ରେଡ୍ଡି (କରାଟେ), ଶୁଭସ୍ମିତା ରାଉତ (ଫୁଟବଲ), ମହମ୍ମଦ ଅନସରୁଲ୍ଲ (ସଫ୍ଟ ଟେନିସ) ଓ ସୁସ୍ମିତା ଟିଗା (ଆଥଲେଟିକ୍ସ)। ସୁସ୍ମିତାଙ୍କୁ ଉଦୀୟମାନ ଆଥଲେଟ ପାଇଁ ପ୍ରଦାନ କରାଯାଉଥିବା ମୁକୁନ୍ଦ ବରାଳ ସ୍ମାରକୀ- ଅନୁରାଧା ବିଶ୍ବାଳ କ୍ରୀଡା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। କ୍ରୀଡାଗୁରୁ ଭାବେ ରବି ସେନାପତି (କୁସ୍ତି), ସୁଷମା ନନ୍ଦ (ଭଲିବଲ), ଅମୂଲ୍ୟ ବେହେରା (ହକି), ନୀଳମଣି ଦାସ (ଆଥଲେଟିକ୍ସ) ଓ ଗଣେଶ୍ବର ଗୋଚ୍ଛିକାର (ଯୋଗ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପୀୟୁଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଧୁଭୂଷଣ ନାୟକ, ନବରଞ୍ଜନ ପଟ୍ଟନାୟକ, ଡ. ବିଶ୍ବନାଥ ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର, ଅଲମ୍ପିଆନ ଅନୁରାଧା ବିଶ୍ବାଳ, ଶିକ୍ଷାବିତ ଡ. ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରଷ୍ଟି ନବକିଶୋର ବରାଳ, କୈବଲ୍ୟ ବରାଳ ଓ ଅଜିତ କୁମାର, ଗୌରୀଶଙ୍କର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ପୁରୀର ପ୍ରଥମ କୁସ୍ତି ଗୁରୁ ଭାବେ ପରିଚିତ ମୁକୁନ୍ଦ ବରାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଦୀୟମାନ କ୍ରୀଡାବିତ୍‌ ଓ କ୍ରୀଡାଗୁରୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀଙ୍କ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ପୂର୍ବରୁ ବାହା ହୋଇଥିବା କଥା ଲୁଚାଇ ପ୍ରଲୋଭନ ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ପରେ…

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ପୂର୍ବରୁ ବିବାହିତ ଥିବା ସତ୍ୟ ଲୁଚାଇ ଠକେଇ କରିବା ଅଭିଯୋଗରେ ଆନନ୍ଦପୁର…

‘ମା’ କ୍ଷୀର ଶିଶୁର ଅଧିକାର, ସୁସ୍ଥ ଭବିଷ୍ୟତର ମୂଳଦୁଆ‘

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁର୍ଗାମଣ୍ଡପସ୍ଥିତ ୧୨ ନମ୍ବର ୱାର୍ଡର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ପାଳନ କରାଯାଇଛି।…

ୟୁଟର୍ନ ମାରିଲେ କଙ୍ଗନା? Gen Z ଙ୍କୁ ନେଇ ଦେଲେ ପୁଣି ବଡ଼ ବୟାନ

ନୂଆଦିଲ୍ଲୀ, ୭।୮: Bjp ସାଂସଦ/ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତ କିଛି ଦିନ ହେବ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ଥିଲେ, କିନ୍ତୁ ତାଙ୍କୁ ଭଲପାଇବା…

ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ଜିଲାପାଳ କହିଲେ ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ…

ଝରିଗାଁ,୭ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ…

ସାଉଦି-ତୁର୍କି ଓ ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ପଡିପାରେ ବଡ଼ ପ୍ରଭାବ!

ନୂଆଦିଲ୍ଲୀ, ୭।୮: ସାଉଦୀ ସେନା ଏବଂ ସରକାର ସହ ଜଡ଼ିତ ସୂତ୍ରରୁ AFP ସୂଚନା ଦେଇଛି ଯେ ସାଉଦୀ ଆରବ, ତୁର୍କୀ ଏବଂ ପାକିସ୍ତାନ ଶୁକ୍ରବାର ଦିନ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ୟୁସୁଫ ପଠାନ କେଉଁ ପ୍ରମୁଖ ଦାବି କରିଥିଲେ? ଯଦି ଏହା ପୂରଣ ହୁଏ, ତେବେ…

ନୂଆଦିଲ୍ଲୀ,୭।୮: ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନ ତାଙ୍କ ନିର୍ବାଚନମଣ୍ଡଳୀ ସମ୍ପର୍କିତ ସମସ୍ୟାକୁ ନେଇ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ…

ସୁନାଗହଣା ଚୋରି ଘଟଣାର ପର୍ଦ୍ଦାଫାଶ: ପୋଲିସ ଭିଣୋଇଙ୍କୁ ଗିରଫ କରି…

ମୋହନା,୭ା୮(ମନ୍ମଥ ମିଶ୍ର): ଆର୍‌.ଉଦୟଗିରି ଥାନା ପୋଲିସ ଏକ ସୁନା ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଆର୍‌ ଉଦୟଗିରି ଖ୍ରୀଷ୍ଟିଆନ ସାହି ବାସିନ୍ଦା ଝୁମ୍ପି ରଇତ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri