Posted inଖେଳ

କ୍ରୀଡ଼ାର ଅର୍ଥ ସ୍ବଚ୍ଛତା, ସଚ୍ଚୋଟତା ଓ ସମ୍ମାନ: ପଙ୍କଜ

ଭୁବନେଶ୍ୱର, ୨୪।୧୨(କ୍ରୀଡ଼ା ପ୍ରତିନିଧି): ଭାରତର ପ୍ରମୁଖ ଫେରୋ ଆଲଏଜ ଉତ୍ପାଦନକାରୀ କମ୍ପାନୀ ଇମ୍ଫାଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୂଲ୍ୟରେ ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ପ୍ରତିଭା ସମ୍ପନ୍ନ ଅନ୍ତର୍ଜାତୀୟ ଅଭିଜ୍ଞ ସମ୍ପନ୍ନ ସାଇକ୍ଲିଷ୍ଟ ସ୍ବସ୍ତି ସିଂ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି। ୨୫ରୁ ଊର୍ଦ୍ଧ୍ୱ ସ୍ନୁକର ଓ ବିଲିୟାଲର୍‌ସ ଟାଇଟଲ ବିଜେତା ଭାରତର ‘ଗୋଲ୍ଡେନ ବୟ’ ପଦ୍ମଭୁଷଣ ପଙ୍କଜ ଆଡଭାନୀ ମୁଖ୍ୟ ଅତିଥିଭାବେ ଏବଂ ଏସିଆନ ଗେମ୍ସ ସିଲଭର ମେଡାଲିଷ୍ଟ ପ୍ରଣତି ମିଶ୍ର ସମ୍ମାନିତ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସ୍ବସ୍ତିଙ୍କୁ ଟ୍ରଫି, ମାନପତ୍ର ସହ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଇମ୍ପାକ୍ଟ ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ସମାରୋହରେ ଅନ୍ତର୍ଜାତୀୟ ମହିଳା ଫୁଟବଲର ପ୍ୟାରୀ ଖାଖା ଓ ହକି ତାରକା ଶୀଳାନନ୍ଦ ଲାକ୍ରାଙ୍କୁ ମାନପତ୍ର ସହ ୫୦,୦୦୦ ଟଙ୍କା ଲେଖାଏ ଦିଆଯାଇ ସମ୍ମାନିତ କରାଯାଇଥିଲା। ସ୍ବସ୍ତି ଓ ପ୍ୟାରୀ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିବାବେଳେ ସମ୍ପ୍ରତି ବେଙ୍ଗାଲୁରୁରେ ଭାରତୀୟ ହକି ଦଳର କ୍ୟାମ୍ପରେ ଥିବାରୁ ଶୀଳାନନ୍ଦ ଅନୁପସ୍ଥିତ ରହିଥିଲେ। ତାଙ୍କ ଭାଇ ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ୁଥିବାରୁ ଓଡ଼ିଶାକୁ ପଙ୍କଜ ପ୍ରଶଂସା କରିଥିଲେ। ”ଓଡ଼ିଶାରେ କ୍ରୀଡ଼ା ଏକ ଉତ୍ସବରେ ପରିଣତ ହୋଇଛି। କ୍ରୀଡ଼ା ଅର୍ଥ ସ୍ବଚ୍ଛତା, ସଚ୍ଚୋଟତା ଓ ସମ୍ମାନ। ମୋ ମତରେ କ୍ରୀଡ଼ାର ନୀତି କହିଲେ ଏହାକୁ ହିଁ ବୁଝାଏ। ପ୍ରଥମଥରପାଇଁ ମୁଁ ଓଡ଼ିଶା ଆସି ବହୁତ ଖୁସି ଅନୁଭବ କରୁଛି। ଓଡ଼ିଶା ସରକାର କ୍ରୀଡ଼ାପାଇଁ ବହୁତ କିଛି କରୁଛନ୍ତି। ତେଣୁ ଆଗାମୀ ଦିନରେ ଏଠାରୁ ନିଶ୍ଚିତ ଅଧିକରୁ ଅଧିକ କ୍ରୀଡ଼ାବିତ୍‌ ବାହାରିବେ“ ବୋଲି ‘ପ୍ରିନ୍ସ ଅଫ ଇଣ୍ଡିଆ’ଭାବେ ପରିଚିତ ପଙ୍କଜ ପ୍ରକାଶ କରିଥିଲେ। ପ୍ରତି ଖେଳାଳିଙ୍କ ଜୀବନରେ ଇମ୍ପାକ୍ଟର ବହୁତ ଗୁରୁତ୍ୱ ରହିଛି ବୋଲି ମୁଁ ଅନୁଭବ କରେ। ଏହା ହିଁ ସେମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥାଏ ବୋଲି କହିଥିଲେ ପଙ୍କଜ। ପ୍ରଣତି ନିଜ ଖେଳ ସମୟକୁ ମନେ ପକାଇବା ସହ ବର୍ତ୍ତମାନ ଏହା ମଧ୍ୟରେ ଆକାଶ ପାତାଳ ପ୍ରଭେଦ ଆସିଥିବା ପ୍ରକାଶ କରିଥିଲେ। ସ୍ବସ୍ତି କହିଥିଲେ ଯେ, ରାଜ୍ୟ ସରକାରଙ୍କ ସମର୍ଥନ ଯୋଗୁ ମୁଁ ଆଗକୁ ବଢ଼ିବା ସମ୍ଭବ ହୋଇପାରିଛି। ଆଗାମୀ ଦିନରେ ମୁଁ ରାଜ୍ୟ ଏବଂ ଦେଶପାଇଁ ଅଧିକରୁ ଅଧିକ ଗୌରବ ଆଣିବାକୁ ଚେଷ୍ଟା କରିବି। ଏକଲବ୍ୟ ପୁରସ୍କାର କମିଟି ଆବାହକ କିଶୋର ମହାନ୍ତି ଅତିଥିମାନଙ୍କୁ ସ୍ବାଗତ କରିଥିବାବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶୋଭନା ମିଶ୍ର। ଏହି କାର୍ଯ୍ୟକ୍ରମରେ ଏକଲବ୍ୟ ଜୁରି ସଦସ୍ୟ ଏବଂ ଅନେକ କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?