Posted inଖେଳ

ପାଣ୍ଡ୍ୟା ଛାଡ଼ିବେ ମୁମ୍ବାଇ କ୍ୟାପ୍‌ଟେନ୍‌ ପଦ? କିଏ ହେବେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ…

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ରେ ଏଯାବତ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ୫ ଥର ଟୁର୍ନାମେଣ୍ଟ ଜିତିଥିବା ଟିମ୍‌ ପ୍ରାରମ୍ଭିକ ୩ ମ୍ୟାଚ୍‌ରେ ପରାଜିତ ହୋଇଛି। ଦଳ ଚଳିତ ସିଜନରେ ନୂଆ ଅଧିନାୟକ ସହ ମଇଦାନକୁ ଓହ୍ଲାଇଥିଲା। ଟିମ୍‌ ମ୍ୟାନେଜମେଣ୍ଟ ରୋହିତ ଶର୍ମାଙ୍କ ସ୍ଥାନରେ ଗୁଜରାଟ ଟାଇଟନ୍ସରୁ ଟ୍ରେଡ୍‌ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଥିଲେ।ପାଣ୍ଡ୍ୟା ଯୁବ କ୍ରିକେଟର ହୋଇଥିବାରୁ ଦଳରେ ନୂଆ ଉର୍ଜା ଆଣିବେ ବୋଲି ମ୍ୟାନେଜମେଣ୍ଟ ଚିନ୍ତା କରିଥିଲା। ଗୁଜରାଟର ଅଧିନାୟକ ଭାବେ ପାଣ୍ଡ୍ୟାଙ୍କ ରେକର୍ଡ ପ୍ରଶଂସନୀୟ ଥିଲା। ହେଲେ ଏବେ ନୂଆ ଟିମ୍‌ର ନେତୃତ୍ୱ ନେବାରେ ସେ ଫେଲ୍‌ ହେବା ପରି ମନେ ହେଉଛନ୍ତି।

ହଠାତ୍‌ ରୋହିତଙ୍କ ବଦଳରେ ପାଣ୍ଡ୍ୟାଙ୍କୁ ନେତୃତ୍ୱ ଦିଆଯିବାକୁ ନେଇ ଖୁସି ନାହାନ୍ତି ମୁମ୍ବାଇ ପ୍ରଶଂସକ। ଏବେ ଲଗାତର ପରାଜୟ ପ୍ରଶଂସକଙ୍କୁ ଆହୁରୀ ଖପ୍ପା କରିଛି। ସୋସିଆଲ ମିଡିଆରେ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି ହେଉଛି। ଯଦି ପାଣ୍ଡ୍ୟା ଫେଲ ହୁଅନ୍ତି, ଚାପକୁ ଠିକ୍‌ ଭାବେ ତୁଲାଇପାରନ୍ତେ ନାହିଁ ତେବେ ସେ ଅଧିନାୟକ ପଦ ଛାଡ଼ିପାରନ୍ତି। ନଚେତ ମ୍ୟାନେଜମେଣ୍ଟ ମଧ୍ୟ ତାଙ୍କୁ ହଟାଇପାରେ। ଏଭଳି ସ୍ଥିତିରେ ତାଙ୍କ ସ୍ଥାନରେ ମୁମ୍ବାଇର ଅଧିନାୟକ କିଏ ହେବ ତାହାକୁ ନେଇ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ପଦ ଲାଗି କିଛି ଦାବିଦାର ବାହାରିଛନ୍ତି,ଯିଏ ବିଜେତା ଟିମ୍‌ର ନେତୃତ୍ୱ ନେଇପାରିବେ।

-ରୋହିତ- ମୁମ୍ବାଇର ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ସେ। ସେ ୫ ଥର ଦଳକୁ ଟୁର୍ନାମେଣ୍ଟରେ ବିଜେତା କରାଇଛନ୍ତି। ଏଣୁ ଯଦି ହାର୍ଦ୍ଦିକ ଫେଲ ହୁଅନ୍ତି ତେବେ ପୁଣିଥରେ ରୋହିତଙ୍କୁ ନେତୃତ୍ୱ ମିଳିପାରେ ବୋଲି କୁହାଯାଉଛି।

-ଜସପ୍ରିତ ବୁମ୍‌ରା: ବୁମ୍‌ରା ରୋହିତଙ୍କ ପରେ ମୁମ୍ବାଇର ସର୍ବଠାରୁ ପୁରୁଣା ଖେଳାଳି। ଆଇପିଏଲ୍‌ ୨୦୨୪ରେ ଟିମ୍‌ର ଉପଅଧିନାୟକ ମଧ୍ୟ ସେ ଅଛନ୍ତି। ସେ ଭଲ ବୋଲିଂ ସହ ନେତୃତ୍ୱ ନେବାର ଅନୁଭବ ରଖିଛନ୍ତି। ଏମିତିରେ ପାଣ୍ଡ୍ୟା ପଦ ଛାଡ଼ିଲେ ବୁମ୍‌ରା ତାଙ୍କ ସ୍ଥାନ ନିମନ୍ତେ ପ୍ରଥମ ପସନ୍ଦ ହୋଇପାରନ୍ତି।

-ତିଳକ ବର୍ମା: ତିଳକ ଯୁବ କ୍ରିକେଟର ଭାବେ ନିଜର ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଏବେ ସେ ମୁମ୍ବାଇ ବ୍ୟାଟିଂରେ ପ୍ରମୁଖ ଭୂମିକା ତୁଲାଉଛନ୍ତି। ଏମ୍‌ଆଇର ମ୍ୟାନେଜମେଣ୍ଟ ଯଦି ଚେନ୍ନାଇ ଭଳି ଜଣେ ଯୁବ ଖେଳାଳିଙ୍କୁ ଦାୟିତ୍ୱ ଦେବା କଥା ବିଚାର କରେ ତେବେ ତିଳକ ସେହି ଭୂମିକାରେ ଫିଟ୍‌ ସାବ୍ୟସ୍ତ ହେବେ ବୋଲି କୁହାଯାଉଛି।

-ସୂର୍ଯ୍ୟକୁମାର ଯାଦବ: ସୂର୍ଯ୍ୟକୁମାର ଟି୨୦ର ସବୁଠାରୁ ଅନୁଭବ ଖେଳାଳି। ସେ ସବୁଦିଗରୁ ଶଟ୍‌ ମାରିବାକୁ ସକ୍ଷମ। ଏବେ ସେ ଏନ୍‌ସିଏରେ ଫିଟ୍‌ ସାର୍ଟିଫିକେଟ ପାଇବାକୁ ଅପେକ୍ଷା କରିଛନ୍ତି। ଏଯାବତ ସେ ଗୋଟିଏ ବି ମ୍ୟାଚ୍‌ ଖେଳିନାହାନ୍ତି। ହେଲେ ଗତ ବର୍ଷ ସେ ଦଳର ନେତୃତ୍ୱ ନେଇଛନ୍ତି। ଏମିତିରେଯଦି ସେ ଫିଟ୍‌ ହୋଇଯାଆନ୍ତି ତେବେ ମୁମ୍ବାଇ ତାଙ୍କୁ ଅଧିନାୟକ କରିବା ଉପରେ ବିଚାର କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri