Posted inଖେଳ

ପାକିସ୍ତାନ କୋଚ୍‌ ହେବାକୁ ମନା କଲେ ଏହି ଭେଟେରାନ୍‌, ପିସିବିର ବଢ଼ିଲା ଚିନ୍ତା

ଇସଲାମାବାଦ,୧୬।୩: ପାକିସ୍ତାନ କ୍ରିକେଟ ଦଳ ନୂଆ କୋଚ୍‌ ଚୟନ କରୁଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏଥିପାଇଁ ଅନେକ ନାମ ଉପରେ ବିଚାର କରୁଛି। ଏସବୁ ମଧ୍ୟରେ ବୋର୍ଡକୁ ଏକ ଝଟ୍‌କା ଲାଗିଛି। ଦଳର ମୁଖ୍ୟ ପ୍ରଶିକ୍ଷକ(କୋଚ୍‌) ଦୌଡ଼ରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଶେନ୍‌ ୱାଟସନ୍‌ ଆଗରେ ଥିଲେ। ନିଶ୍ଚିତ ଭାବେ ତାଙ୍କ ନାମରେ ମୋହର ବାଜିବ ବୋଲି କୁହାଯାଉଥିଲା। ହେଲେ ୱାଟସନ କୋଚ୍‌ ଦୌଡ଼ରୁ ଓ୍ବାଟ୍‌ସନ୍‌ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି।

ୱାଟସନ ପାକିସ୍ତାନ ସୁପର ଲିଗ (ପିସିଏଲ୍‌) ଦଳର କ୍ୱେଟା ଗ୍ଲାଡିଏଟର୍ସର କୋଚ୍‌ ଅଟନ୍ତି। ଏହି ସିଜନରେ ସେ ଦଳକୁ ପ୍ରଶିକ୍ଷଣ ଦେଇଥିଲେ। ଏଣୁ ଗତ କିଛି ସପ୍ତାହ ଧରି ପିସିବି ସହ ତାଙ୍କର ଆଲୋଚନା ହେଉଥିଲା। ବୋର୍ଡ ତାଙ୍କୁ ପାକିସ୍ତାନ ଦଳର ସୀମିତ ଓଭର ଦଳର କୋଚ୍‌ କରିବାକୁ ମଧ୍ୟ ଚାହୁଁଥିଲା। କିନ୍ତୁ ବର୍ତ୍ତମାନ ୱାଟସନ ଏଥିରୁ ଦୂରେଇ ଯାଇଛନ୍ତି।

ରିପୋର୍ଟ ଅନୁଯାୟୀ, ୱାଟ୍‌ସନ୍‌ ପାକିସ୍ତାନ ଦଳର କୋଚ ହେବାକୁ ଗୁରୁତର ସହ ବିଚାର କରୁଥିଲେ। ପାକିସ୍ତାନୀ ଖେଳାଳିଙ୍କ ସହ କାମ କରିବାକୁ ମଧ୍ୟ ଆଗ୍ରହୀ ଥିଲେ। କିନ୍ତୁ ଆଇପିଏଲ୍‌ କାରଣରୁ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ସେ କମେଣ୍ଟ୍ରି ଏବଂ କୋଚିଂ ଲାଗି ଚୁକ୍ତି ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ କମେଣ୍ଟ୍ରି ଏବଂ କୋଚିଂ ଚୁକ୍ତି ଉପରେ ଧ୍ୟାନ ଦେବାକୁ ଚାହାନ୍ତି। ଆଇପିଏଲ୍‌ଷର ସେ କମେଣ୍ଟ୍ରି କରୁଛନ୍ତି। ଏହାଛଡ଼ା ମେଜର ଲିଗ କ୍ରିକେଟରେ ସାନ ଫ୍ରାନ୍ସିସ୍କୋ ୟୁନିକର୍ନର କୋଚ ଅଟନ୍ତି। ଏହା ବ୍ୟତୀତ ସେ କ୍ୱେଟାର କୋଚ୍‌ ମଧ୍ୟ ଅଟନ୍ତି। ୨୨ ମାର୍ଚ୍ଚରୁ ଆଇପିଏଲ୍‌ ୨୦୨୪ ଆରମ୍ଭ ହେଉଛି। ସେ ପିଏସ୍‌ଏଲ୍‌ ଶେଷ ହେବା ପରେ ଆଇପିଏଲରେ କମେଣ୍ଟ୍ରି କରିବେ।

ୱାଟସନଙ୍କ ନାମ ପ୍ରତ୍ୟାହାର କଲେ ପାକିସ୍ତାନ କ୍ରିକେଟ ଦଳ ପାଇଁ ଅଡ଼ୁଆ ବଢ଼ିପାରେ। କାରଣ ଶୀଘ୍ର ଟିମକୁ ନୂତନ କୋଚ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ପଡିବ। ଯଦି କାହାକୁ ନିଯୁକ୍ତ କରାଯାଇ ନ ପାରେ ତେବେ ଦଳକୁ ବିନା କୋଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି -୨୦ ସିରିଜ ଖେଳିବାକୁ ପଡ଼ିବ। ଏହା ପରେ ତାଙ୍କୁ ମେ’ରେ ଇଂଲଣ୍ଡ ବିପକ୍ଷରେ ଟି -୨୦ ସିରିଜ ଖେଳିବାକୁ ପଡିବ। ଏହା ପରେ ଟି -୨୦ ବିଶ୍ୱକପ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri