Posted inଖେଳ

ସନ୍ନ୍ୟାସକୁ ନେଇ ରୋହିତଙ୍କ ବଡ଼ ଖୁଲାସା, ୩ ବର୍ଷ ପରେ…

ନୂଆଦିଲ୍ଲୀ, ୧୨।୪: ଗତ କିଛି ମାସ ଧରି ଜବରଦସ୍ତ ବ୍ୟାଟିଂ କରୁଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ରୋହିତ ଶର୍ମା। ପ୍ରତିଟି ଫର୍ମାଟରେ ରୋହିତ ଲଗାତର ଭାବେ ରନ୍‌ ବର୍ଷା କରୁଛନ୍ତି। ଏବେ ସେ ଆଇପିଏଲ୍‌ର ୧୭ତମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। ତେବେ ବୟସ ଏବଂ ସନ୍ନ୍ୟାସକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ରୋହିତଙ୍କ ଏଭଳି ପ୍ରଦର୍ଶନ ସମାଲୋଚକଙ୍କ ମୁହଁ ବନ୍ଦ କରୁଛି। ସେ ନିଜେ ମଧ୍ୟ ଏନେଇ କ’ଣ ଚିନ୍ତା କରନ୍ତି କହିଛନ୍ତି। ଗୋଟିଏ ସ୍ବପ୍ନ ଏଯାଏ ପୂରଣ ହୋଇ ନ ଥିବାରୁ ଆଗାମୀ କିଛି ବର୍ଷ ସେ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି।

ଏପ୍ରିଲ ୩୦ରେ ୩୭ ବର୍ଷର ହେବେ ରୋହିତ। ଗତ ବର୍ଷ ସେ ଭାରତୀୟ ଟିମ୍‌କୁ ବିଶ୍ୱକପ୍‌ ଜିତାଇବା ଯାଏ ନେଇଥିଲେ। ଏବେ ବି ସେ ଆଶା ଛାଡ଼ି ନାହାନ୍ତି। ଦେଶ ପାଇଁ ସେ ଦିନିକିଆ ବିଶ୍ୱକପ୍‌ ଜିତିବାକୁ ଚାହୁଁଛନ୍ତି।

ଏକ ସାକ୍ଷାତକାରରେ ନିଜର ସ୍ବପ୍ନ ଏବଂ କ୍ରିକେଟରେ ଭବିଷ୍ୟତ ବିଷୟରେ ରୋହିତ କହିଛନ୍ତି, ଏବେ ମୁଁ ସନ୍ନ୍ୟାସ ବିଷୟରେ ଚିନ୍ତା କରିନାହିଁ। ବର୍ତ୍ତମାନ ସମୟରେ ଭଲ ଖେଳୁଛି। ଏଥିଲାଗି କିଛି ବର୍ଷ ଆଉ ଖେଳିବାକୁ ଚାହୁଁଛି। ୨୦୨୭ ବିଶ୍ୱକପ୍‌ ଜିତିବା ମୋର ବଡ଼ ସ୍ବପ୍ନ।

୨୦୧୧ରେ ଭାରତ ଦିନକିଆ ବିଶ୍ୱକପ୍‌ ଜିତିଥିଲେ। ହେଲେ ରୋହିତ ଶର୍ମା ଦଳରେ ସାମିଲ ନ ଥିଲେ। ଏହାପରେ ୨୦୧୫ ଏବଂ ୨୦୧୯ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଟୁର୍ନାମେଣ୍ଟ ଜିତିପାରି ନ ଥିଲେ। ୨୦୨୩ରେ ଫାଇନାଲରେ ପ୍ରବେଶ କରି ମଧ୍ୟ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲେ। ଏବେ ଆଗାମୀ ବିଶ୍ୱକପ୍‌ ୨୦୨୭ରେ ସେ ୪୦ ବର୍ଷର ହୋଇଥିବେ। ଏଣୁ ସେ ଦଳ ସହ ଟୁର୍ନାମେଣ୍ଟ ଖେଳି ପାରିବେ କି ନା ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?