Posted inଖେଳ

ଛିଡ଼ା ହୋଇ ତାଳିମାରିଲେ ଦର୍ଶକ, ୧୫ ମାସ ପରେ ପ୍ରତ୍ୟାବର୍ତ୍ତନ ପଡ଼ିଲା ଫିକା, ତଥାପି…

ଚଣ୍ଡିଗଡ଼,୨୩।୩: ଟିମ୍‌ ଇଣ୍ଡିଆର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଏହାର ୧୫ ମାସ ପରେ ସେ ମଇଦାନକୁ ଫେରିଛନ୍ତି। ଶନିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲାରେ ପନ୍ତ ୪ର୍ଥ ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ଆରମ୍ଭରୁ ଭଲ ଖେଳି ସେ ୧୨ ବଲ୍‌ରେ ୧୮ ରନ୍‌ କରିଥିଲେ। ଏହି ସମୟରେ ହର୍ଷଲ ପଟେଲ ତାଙ୍କ ଉଇକେଟ ନେଇଥିଲେ। ପନ୍ତ ନିରାଶ ନଜର ଆସିଥିଲେ ହେଁ କିଛି ସମୟ ବ୍ୟାଟିଂ ମଧ୍ୟରେ ସେ ପୁରୁଣା ଦିନକୁ ମନେ ପକାଇଥିଲେ। ତାଙ୍କୁ ଦେଖି ସେ ଏତେ ମାସ ଧରି କ୍ରିକେଟରୁ ଦୂରରେ ଥିବା ମନେ ହେଉ ନ ଥିବା ପ୍ରଶଂସକମାନେ ମତ ରଖୁଛନ୍ତି।

ଆଇପିଏଲ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିଥିଲା। ୨ ଉଇକେଟ ଯିବା ପରେ ପନ୍ତ ୯ମ ଓଭରରେ ମଇଦାନକୁ ଆସିଥିଲେ। ଏହାକୁ ଦେଖି ପୁରା ଷ୍ଟାଡିୟମ ତାଳି ମାରି ତାଙ୍କୁ ସ୍ବାଗତ କରିଥିଲା। ପନ୍ତ ଆକାଶକୁ ଚାହିଁ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲେ। ଧିରେ ଧିରେ ତାଳିର ଗୁଞ୍ଜରଣ ବଢ଼ିବାକୁ ଲାଗିଥିଲା। ଏପରିକି ପଞ୍ଜାବ ଅଧିନାୟକ ଶିଖର ଧାଓ୍ବନ ମଧ୍ୟ ତାଙ୍କ ପାଇଁ ତାଳି ବଜାଇଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌କୁ ମାଗଣାରେ ଦେଖିପାରିବେ ଦର୍ଶକ, ଡିଜ୍‌ନୀ କଲା ବଡ଼ ଘୋଷଣା…

ନୂଆଦିଲ୍ଲୀ,୮।୫: ଆଗାମୀ ଟି୨୦ ବିଶ୍ୱକପ୍‌ ନେଇ ବଡ଼ ଘୋଷଣା କରିଛି ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର। ବ୍ୟବହାରକାରୀମାନେ ଏହି ମୋବାଇଲ ଆପ୍‌ରେ ମାଗଣାରେ ବିଶ୍ୱକପ୍‌କୁ ଉପଭୋଗ କରିପାରିବେ।...

ବଳାତ୍କାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୫: ଭାରତୀୟ ମୂଳ କ୍ରିକେଟର ନିଖିଲ ଚୌଧୁରୀ ଅଷ୍ଟ୍ରେଲିଆରେ ଖେଳନ୍ତି ଏବଂ ବିଗ ବାସ ଲିଗ (ବିବିଏଲ)ରେ ଏକ ଜଣାଶୁଣା ନାମ। ୨୮ ବର୍ଷୀୟ ନିଖିଲ...

ଏହି ଭାରତୀୟ କ୍ରିକେଟର୍‌ଙ୍କୁ ପସନ୍ଦ କରନ୍ତି ଅଷ୍ଟ୍ରେଲିଆ ଅଧିନାୟକ: ନା କରିବା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୫: ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ୟାଟ କମିନ୍ସଙ୍କ ଅଧିନାୟକ ସନରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।...

ଲାଇଭ୍‌ ମ୍ୟାଚ୍‌ରେ ସଞ୍ଜୁଙ୍କ ସହ ହେଲା ଧୋକା!ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୮।୫: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଏକ ଚମତ୍କାର ଇନିଂସ ଖେଳିଥିଲେ। ତେବେ ସଞ୍ଜୁ ରାଜସ୍ଥାନକୁ ନିଜ...

ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ

ପ୍ୟାରିସ୍‌, ୮ା୫ : ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ...

ସୂର୍ଯ୍ୟ ୩ନଂ.ରେ ଖେଳିବା ଉଚିତ: ଲାରା

ନୂଆଦିଲ୍ଲୀ, ୮।୫ : ଆସନ୍ତା ମାସରେ ହେବାକୁ ଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ବ୍ୟାଟିଂ କ୍ରମରେ ୩ ନମ୍ବରରେ ଆସିବା ଉଚିତ ବୋଲି...

‘ଟି୨୦ ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ’

ମୁମ୍ବାଇ, ୮ା୫ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ୱକପ୍‌ ପୂର୍ବରୁ ବିଶ୍ରାମ ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ...

ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍‌ଡା ସାମିଲ

ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍‌ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri