Posted inଖେଳ

ଈଶାନ କିଶନ ବାଦ୍‌, ଏହି ଉଇକେଟକିପରଙ୍କ ଚମକିଲା ଭାଗ୍ୟ; ଟି୨୦ ବିଶ୍ୱକପ୍‌ ଲାଗି ଚୟନ ହେବେ ଏହି ୨୦ ଖେଳାଳି

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌ ୨୦୨୪ ମଧ୍ୟରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ଆଲୋଚନା ବଢ଼ିଛି। ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ପାଇଁ ଖୁବ୍‌ଶୀଘ୍ର ଟିମ୍‌ ଇଣ୍ଡିଆ ଘୋଷଣା ହୋଇପାରେ। ଟିମ୍‌ ମ୍ୟାନେଜମେଣ୍ଟ ୨୦ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରସ୍ତୁତ କରିସାରିଛନ୍ତି। ଏଥିରେ ଈଶାନ କିଶନ ଏବଂ ତିଳକ ବର୍ମାଙ୍କ ଭଳି ଖେଳାଳିଙ୍କ ନାମ ସାମିଲ ନାହିଁ। ପିଟିଆଇ ରିପୋର୍ଟ ମୁତାବକ ଟିମ୍‌ ଇଣ୍ଡିଆ ୧୫ ଖେଳାଳି ବିଶିଷ୍ଟ ସ୍କ୍ବାର୍ଡ ଘୋଷଣା କରିବ ଏବଂ ୫ ଖେଳାଳି ଷ୍ଟାଣ୍ଡବାଇ ଭାବେ ଦଳ ସହ ରହିବେ।

ରିପୋର୍ଟ ମୁତାବକ ଟିମ୍‌ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ସ୍କ୍ବାର୍ଡରେ ମୋଟ୍‌ ୬ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍‌ ରହିବେ। ଯେଉଁଥିରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଯଶସ୍ବୀ ଜାୟସଓ୍ବାଲ, ଶୁଭମନ ଗିଲ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ ଏବଂ ରିଙ୍କୁ ସିଂ ସାମିଲ ହେବେ।

ଟି୨୦ ବିଶ୍ୱକପ୍‌ ସ୍କ୍ବାର୍ଡରେ ମୋଟ ୪ ଅଲରାଉଣ୍ଡରର୍ସଙ୍କୁ ସୁଯୋଗ ମିଳିପାରେ। ଏଥିରେ ରବିନ୍ଦ୍ର ଜାଡେଜାଙ୍କ ନାମ ପ୍ରଥମରେ ରହିଛି। ତାଙ୍କ ବ୍ୟତିତ ଅକ୍ଷର ପଟେଲ ମଧ୍ୟ ରେସ୍‌ରେ ଅଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୁଯୋଗ ମିଳିବା ନିଶ୍ଚିତ ବୋଲି କୁହାଯାଉଛି। ଶିବମ ଦୁବେ ମଧ୍ୟ ଏହି ରେସ୍‌କୁ ଆସିଛନ୍ତି।

ବିଶ୍ୱକପ୍‌ ଲାଗି ୩ ଉଇକେଟ କିପର ରହିବେ। ସେଥିରୁ ଜଣେ ହେଲେ ଋଷଭ ପନ୍ତ। ତାଙ୍କ ବ୍ୟତିତ ସଞ୍ଜୁ ସାମସନ ଏବଂ କେଏଲ୍‌ ରାହୁଲ ମଧ୍ୟ ରହିବେ। ଏହି ରେସ୍‌ରୁ ଈଶାନ କିଶନ ଆଉଟ୍‌ ବୋଲି କୁହାଯାଉଛି।

ସେହିଭଳି ବିଶ୍ୱକପ୍‌ ସ୍କ୍ବାର୍ଡରେ ୩ ସ୍ପେଶାଲିଷ୍ଟ ସ୍ପିନର ରହିବେ। କୁଲଦୀପ ଯାଦବଙ୍କ ବ୍ୟତିତ ଯୁଜବେନ୍ଦ୍ର ଚହଲ ଏବଂ ରବି ବିଶ୍ନୋଇ ମଧ୍ୟ ରହିବେ। ଦ୍ରୁତ ବୋଲରଙ୍କ ମଧ୍ୟରେ ଜସପ୍ରିତ ବୁମ୍‌ରା, ମହମ୍ମଦ ସିରାଜଙ୍କ ଚୟନ ନିଶ୍ଚିତ। ଅର୍ଶଦୀପ ସିଂଙ୍କ ବ୍ୟତିତ ଆବେଶ ଖାନ୍‌ ମଧ୍ୟ ଟିମ୍‌ ଇଣ୍ଡିଆ ସହ ବିଶ୍ୱକପ୍‌ ଖେଳିବାକୁ ଯାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri