Posted inଖେଳ

୩ ଓଭର ପୂର୍ବରୁ କୋଚ୍‌ କହିଲେ-ତୁମେ ବ୍ୟାଟିଂ କରିବାକୁ ଯିବ…ପରେ ଏହି ୨୧ ବର୍ଷୀୟ କ୍ରିକେଟର ହର୍ଷଲଙ୍କୁ କନ୍ଦାଇଦେଲେ…

ଚଣ୍ଡିଗଡ଼,୨୩।୩: ଯେଉଁଠାରେ ୱାର୍ନର ବିଫଳ ହେଲେ, ମିଚେଲ ମାର୍ଶ,ଋଷଭ ପନ୍ତଙ୍କ ବ୍ୟାଟ୍‌ ଚାଲିଲା ନାହିଁ , ସେଠାରେ ଜଣେ ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ ଝଡ଼ ଭଳି ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି। ଏବେ ସମଗ୍ର ବିଶ୍ୱ ତାଙ୍କୁ ଅଭିବାଦନ ଜଣାଉଛି। ଆମେ ବାମହାତୀ ବ୍ୟାଟ୍ସମ୍ୟାନ ଅଭିଷେକ ପୋରେଲଙ୍କ ବିଷୟରେ କହୁଛୁ, ଯିଏ ଆଇପିଏଲ୍‌ ୨୦୨୪ରେ ପଞ୍ଜାବ କିଙ୍ଗ୍ସ ବୋଲରଙ୍କୁ ଘାଇଲା କରିଥିଲେ। ଅଭିଷେକ ୧୦ ବଲରେ ଅପରାଜିତ ୩୨ ରନ ସ୍କୋର କରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ୍‌ ୩୨୦ ଥିଲା। ସେ ୨ ଛକା ଓ ୪ ଚୌକା ମାରିଥିଲେ। ଯଦିଓ ପୋରେଲ ମାତ୍ର ୩୨ ରନ ସ୍କୋର କରିଥିଲେ, ହେଲେ ଏହି ରନ୍‌ ଦଳର ସ୍କୋର୍‌କୁ ୧୭୪ ରନ୍‌ରେ ପହଞ୍ଚାଇଥିଲା।

ପଞ୍ଜାବର ଘରୋଇ ମଇଦାନ ମୁଲାନପୁରରେ ଖେଳାଯାଇଥିବା ମ୍ୟାଚ୍‌ରେ ପଞ୍ଜାବର ବୋଲରମାନେ ଭଲ ବୋଲିଂ କରିଥିଲେ କରିଥିଲେ। ୧୮.୩ ଓଭର ପର୍ଯ୍ୟନ୍ତ ଦିଲ୍ଲୀ ଟିମ୍‌ ୮ ଉଇକେଟ ହରାଇ ମାତ୍ର ୧୪୭ କରିଥିଲା। ଏଭଳି ପରିସ୍ଥିତିରେ ଦିଲ୍ଲୀ ଅଭିଷେକଙ୍କୁ କ୍ରିଜକୁ ପଠାଇଥିଲା। ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଗତ ସିଜନରେ ଏହି ଖେଳାଳିଙ୍କୁ ସୁଯୋଗ ମିଳିଥିଲେ ହେଁ ସେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। କିନ୍ତୁ ଏଥର ପୋରେଲ ନିଜକୁ ପ୍ରମାଣିତ କରିଥିଲେ। ପଞ୍ଜାବର ଇନିଂସର ୨୦ ଓଭରରେ ପୋରେଲ ଦିଲ୍ଲୀର ନିଷ୍ପତ୍ତିକୁ ଠିକ୍‌ ପ୍ରମାଣ କରିଥିଲେ।

ପନ୍ତ ଏବଂ ଓ୍ବାର୍ନରଙ୍କ ଉଇକେଟ ନେଇଥିବା ହର୍ଷଲ ପଟେଲ ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ। ହେଲେ ୨୧ ବର୍ଷୀୟ ଅଭିଷେକ ହର୍ଷଲଙ୍କ ବଲ୍‌ରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ପୋରେଲ ହର୍ଷଲଙ୍କ ପ୍ରଥମ ବଲରେ ଚୌକା, ଦ୍ୱିତୀୟ ବଲରେ ଛକା, ତୃତୀୟ ବଲରେ ଚୌକା, ଚତୁର୍ଥ ବଲରେ ଚୌକା ଏବଂ ପଞ୍ଚମ ବଲରେ ଛକା ମାରିଥିଲେ। ଅର୍ଥାତ ହର୍ଷଲଙ୍କ କ୍ରମାଗତ ପାଞ୍ଚଟି ବଲରେ ପୋରେଲଙ୍କ ବ୍ୟାଟରୁ ରନ୍‌ ଆସିଥିଲା। ସେ ଶେଷ ବଲରେ ମାତ୍ର ଗୋଟିଏ ରନ ସ୍କୋର କରିପାରିଥିଲେ। ତେବେ ଏହି ବ୍ୟାଟ୍ସମ୍ୟାନ ୨୦ତମ ଓଭରରେ ୬ ବଲରେ ୨୫ ରନ୍‌ ଯୋଡିବାରେ ସଫଳ ହୋଇଥିଲେ। ଏହି କାରଣରୁ ତାଙ୍କ ଦଳ ୧୭୪ ରନ୍‌ରେ ପହଞ୍ଚିଥିଲା।

କହିରଖୁଛୁ, ଦିଲ୍ଲୀ ପ୍ରଶିକ୍ଷକ ରିକି ପଣ୍ଟିଂ ଅଭିଷେକ ପୋରେଲଙ୍କୁ ବହୁତ ପସନ୍ଦ କରନ୍ତି। ସେ ଏହି ଖେଳାଳିଙ୍କୁ ବହୁତ ଦକ୍ଷ ବୋଲି ବିବେଚନା କରନ୍ତି । ସେଥିପାଇଁ ସେ ପୋରେଲଙ୍କୁ ଏକ ପ୍ରଭାବଶାଳୀ ଖେଳାଳି ଭାବରେ ବାଛିଥିଲେ। ପୋରେଲ ତାଙ୍କ ଇନିଂସ ପରେ କହିଥିଲେ ଯେ ସେ ବ୍ୟାଟିଂ କରିବାକୁ ଯାଉଛନ୍ତି ବୋଲି ତିନି ଓଭର ଆଗରୁ ଜାଣିବାକୁ ପାଇଥିଲେ। ପୋରେଲଙ୍କ ପାଇଁ ଭଲ କଥା ହେଲା ସେ ଦଳର ଏହି ବିଶ୍ୱାସକୁ ଠିକ୍‌ ସାବ୍ୟସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

ମହିଳାଙ୍କୁ ୨ କୋଟି ଦେବ ଏହି ବଡ଼ ବ୍ୟାଙ୍କ୍‌! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍ଲୀ,୧୫।୯: ଯଦି ଆପଣ ଜଣେ ମହିଳା ଏବଂ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଛନ୍ତି କିମ୍ୱା ନିଜର ଚାଲୁଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି,…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୯: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବରରେ ଓଡ଼ିଶା ଆସିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?