Posted inଖେଳ

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ ନିର୍ଦ୍ଦେଶକ ମାଇକ ହେସନ। ଗତଥର ନିଲାମ ସମୟରେ ଭୁଲ ଆକଳନ ଯୋଗୁ ଏହି ଲେଗ୍‌ ସ୍ପିନରଙ୍କୁ ଦଳ କିଣିବାରେ ବିଫଳ ହୋଇଥିଲା। ହେଲେ ଚହଲ ଆଇପିଏଲ୍‌ରେ ୨୦୦ ଉଇକେଟ ନେଇଥିବା ପ୍ରଥମ ବୋଲର୍‌ ହୋଇ ଇତିହାସ ରଚିଛନ୍ତି।

ଜିଓ ସିନେମାକୁ ପୂର୍ବ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରବିନ ଉତ୍ଥପ୍ପାଙ୍କୁ ସାକ୍ଷାତକାର ଦେଇ ହେସନ କହିଛନ୍ତି, ଚହଲ ଏଭଳି ଜଣେ ଖେଳାଳି, ଯାହାକୁ ନେଇ ସେତେଯାଏ ନିରାଶ ରହିବି, ଯେବେଯାଏ ମୋର କ୍ୟାରିୟର ଶେଷ ନ ହୋଇଛି। ହୋଇପାରେ ତା’ ପରେ ମଧ୍ୟ। ସେ ଜଣେ ଉତ୍କୃଷ୍ଟ ବ୍ୟାଟ୍ସମ୍ୟାନ୍‌। ପ୍ରତି ଆଇପିଏଲ୍‌ରେ ଆପଣଙ୍କୁ ନିଶ୍ଚିତ କରିବାକୁ ପଡେ ଯେ ଆପଣ କାହାକୁ ରିଟେନ୍‌ କରିବାକୁ ଚାହାନ୍ତି। ଯଦି ଆପଣ କେବଳ ୩ ଖେଳାଳିଙ୍କୁ ରିଟେନ୍‌ କରନ୍ତି ତେବେ ଆପଣ ନିଲାମୀରେ ୪ କୋଟି ଅତିରିକ୍ତ ନେଇ ଯାଆନ୍ତି। ଏହାଦ୍ୱାରା ସମ୍ଭବତଃ ହର୍ଷଲ ପଟେଲ ଏବଂ ଚହଲଙ୍କୁ କିଣିବାର ସୁଯୋଗ ମିଳିଥାନ୍ତା। ଚହଲଙ୍କ ନାମ ନିଲାମ ବେଳେ ବିଳମ୍ବରେ ଆସିଥିଲା। ସେବେଯାଏ ଫ୍ରାଞ୍ଚାଇଜ୍‌ ପ୍ରଥମେ ଶ୍ରୀଲଙ୍କା ସ୍ପିନର ହସରଙ୍ଗାଙ୍କୁ କିଣିସାରିଥିଲେ। ଚହଲଙ୍କ ପରେ ଆଉ କେହି ସ୍ପିନର ନ ଥିଲେ ଯାହାଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଥିଲୁ। ହେଲେ ସେ ନ ମିଳିଲେ ଅନ୍ୟ ବିକଳ୍ପ ଭାବେ ହସରଙ୍ଗା ଥିଲେ। ଏଣୁ ତାଙ୍କ ପାଇଁ ନିଲାମ ଡ଼ାକି ଥିଲୁ। ଯେହେତୁ ହସରଙ୍ଗା ମିଳିଯାଇଥିଲେ ତେଣୁ ଚହଲଙ୍କୁ ଦଳ କିଣିପାରି ନ ଥିଲା ବୋଲି ସେ କହିଛନ୍ତି।

ଆଇପିଏଲ୍‌ରେ ୧୫୩ ମ୍ୟାଚ୍‌ରେ ୨୧.୬୦%ରେ ୨୦୦ ଉଇକେଟ ନେଇଛନ୍ତି। ଏଥିରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୪୦ ରନ୍‌ ଦେଇ ୫ ଉଇକେଟ ରହିଛି। ସେ ସୋମବାର ଜୟପୁରରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ ଇତିହାସ ରଚିଛନ୍ତି। ତେବେ ହସନ ୨୦୧୯-୨୦୨୩ ଯାଏ ବାଙ୍ଗାଲୋର ଫ୍ରାଞ୍ଚାଇଜ୍‌ ପାଇଁ କ୍ରିକେଟ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri