Posted inଖେଳ

ମୟଙ୍କଙ୍କୁ ନେଇ ବିସିସିଆଇକୁ ଚେତାଇଲେ ଓ୍ବାଟସନ୍‌

କୋଲକାତା,୬।୪: ଅଷ୍ଟ୍ରେଲିଆର ଦୁଇଥରର ବିଶ୍ୱକପ୍‌ ବିଜେତା ଅଲରାଉଣ୍ଡର ଶେନ୍‌ ଓ୍ବାଟସନ୍‌ ବିସିସିଆଇକୁ ଚେତାଇଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ପ୍ରଭାବୀ ବୋଲିଂକୁ ନେଇ ଚର୍ଚ୍ଚାରେ ଥିବା ମୟଙ୍କ ଯାଦବଙ୍କୁ ଟେଷ୍ଟ କ୍ରିକେଟରେ ଖେଳାଇବାକୁ ତତ୍ପରତା ପ୍ରକାଶ ନ କରିବାକୁ ସେ କହିଛନ୍ତି। ତେବେ ଏହି ୨୧ ବର୍ଷୀୟ କ୍ରିକେଟର ଲଗାତର ଭାବେ ମ୍ୟାଚ୍‌ରେ ବିଜୟୀ ପ୍ରଦର୍ଶନ କରୁଛନ୍ତି।

ଜିଓସିନେମାକୁ ଓ୍ବାଟସନ୍‌ କହିଛନ୍ତି, ନିଶ୍ଚିତ ଭାବେ ମୟଙ୍କ ଯାଦବଙ୍କ ବିଷୟରେ ଅନେକ ଚର୍ଚ୍ଚା ହେଉଛି। ତାଙ୍କର ବୋଲିଂ ବିଶ୍ୱସ୍ତରୀୟ ଏବଂ ସେ ସେଭଳି କୌଶଳ ଦେଖାଉଛନ୍ତି। ଲକ୍ଷ୍ନୌ ଟିମ୍‌ ଭାଗ୍ୟଶାଳୀ ଯେ ତାଙ୍କ ପାଖରେ ଏଭଳି ଖେଳାଳି ଅଛନ୍ତି। ବଡ଼ ଟୁର୍ନାମେଣ୍ଟରେ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ପ୍ରଦର୍ଶନ କରିବା ଏବଂ ତାଙ୍କ ଉପରେ ଚାପ ପକାଇବାରେ ସଫଳ ହେବା ସ୍ବତନ୍ତ୍ର।

ତେବେ କ’ଣ ସେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ପ୍ରସ୍ତୁତ ପ୍ରଶ୍ନରେ ଓ୍ବାଟସନ କହିଛନ୍ତି, ଦଳ ବର୍ଷ ଶେଷ ଆଡ଼କୁ ଅଷ୍ଟ୍ରେଲିଆରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳିବ। ନିଶ୍ଚିତ ଭାବେ ସେଥିରେ ମୟଙ୍କଙ୍କୁ ଖେଳାଇବାକୁ ବିସିସିଆଇ ଚାହିଁବ। ହେଲେ ବୋଲର ଭାବେ ଏହା ତାଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ହୋଇପାରେ। କାରଣ ଗୋଟିଏ ଦିନରେ ଦ୍ରୁତ ଗତିରେ ୧୫ରୁ ୨୦ ଓଭର ବୋଲିଂ କରିବାର ଚାପକୁ ସହିବା କଷ୍ଟକର। ଏବେ ତାଙ୍କ ଶରୀରକୁ ସେହି ସୀମା ଯାଏ ପହଞ୍ଚାଇବା ଠିକ୍‌ ବୋଲି ଭାବୁନାହିଁ। କହିବାକୁ ଗଲେ ଏବେ ତାଙ୍କୁ ଟେଷ୍ଟ କ୍ରିକେଟରେ ଖେଳାଇବା ବିଲକୁଲ୍‌ ବୁଦ୍ଧିମତାର କାମ ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?