Posted inଖେଳ

‘କ୍ରୀଡ଼ା ଏକତା ସୂତ୍ରରେ ବାନ୍ଧିଥାଏ’

ଭୁବନେଶ୍ୱର, ୧୮ା୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ବଢ଼ିବାରେ ଲାଗିଛି। ରାଜ୍ୟ ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ କରିଛନ୍ତି। କେବଳ ସେତିକି ନୁହେଁ, ଏହାକୁ ଯେଭଳିଭାବେ ଆୟୋଜନ କରିଛନ୍ତି ତାହା ଉଦାହରଣ ପାଲଟିଯାଇଛି। ରାଜ୍ୟ ସରକାରଙ୍କ ବ୍ୟତୀତ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱସ୍ତରୀୟ ଭିତ୍ତିଭୂମିମାନ ଉପଲବ୍ଧ କରାଇଛନ୍ତି। ଏଠାରେ ଯେଭଳି ଭିତ୍ତିଭୂମି ଉପଲବ୍ଧ ହୋଇଛି ତାହା ସମ୍ଭବତଃ ବିଶ୍ୱର ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟରେ ନାହିଁ। ଯୁବପିଢ଼ି ଏହାର ସଦୁପଯୋଗ କରିବା ଉଚିତ। କ୍ରୀଡ଼ା ହିଁ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିଥାଏ। ଆଗକୁ ବଢ଼ିବାକୁ ସୁଯୋଗ ସୃଷ୍ଟି କରିଥାଏ। ଫଳସ୍ବରୂପ ଏଠାରୁ ୭ ଅଲିମ୍ପିଆନ ବାହାରି ପାରିଛନ୍ତି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଯୁବବର୍ଗଙ୍କୁ ସମର୍ଥନ କରିବାର ଏହା ପ୍ରତିଫଳନ। ତେଣୁ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବା ସମ୍ଭାବନା ଅଛି ବୋଲି ଶୁକ୍ରବାର ‘କ୍ରୀଡ଼ା ମାଧ୍ୟମରେ ଯୁବବର୍ଗଙ୍କୁ ଗଢ଼ିବା’ ଜାତୀୟ ସେମିନାରରେ ଅଂଶଗ୍ରହଣ କରି ଅଲିମ୍ପିଆନ ତଥା ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଟେନିସ ତାରକା ଲିଆଣ୍ଡର ପେସ୍‌ ପ୍ରକାଶ କରିଛନ୍ତି। ୭ଟି ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ରେକର୍ଡ କରିଥିବା ଲିଆଣ୍ଡର ଏହି ଅବସରରେ ନିଜ ଖେଳ ଜୀବନ ଏବଂ କିଛି ସ୍ମରଣୀୟ ସ୍ମୃତିକୁ ଉଜ୍ଜୀବିତ କରିଥିଲେ।
ଉକ୍ତ ସେମିନାରରେ ଅଂଶଗ୍ରହଣ କରି ରଗ୍‌ବୀ ଇଣ୍ଡିଆ ସଭାପତି ତଥା ପୂର୍ବତନ ଭାରତୀୟ ରଗ୍‌ବୀ ଖେଳାଳି ରାହୁଲ ବୋଷ କହିଲେ ଯେ, ଓଡ଼ିଶା ହେଉଛି ରଗ୍‌ବୀ ପାଇଁ ଦ୍ୱିତୀୟ ଘର। ରଗ୍‌ବୀରୁ ଅନେକ କିଛି ଶିଖିବାକୁ ମିଳିଥାଏ। କୌଣସି ଜଣେ ଖେଳାଳି ଆଗକୁ ବଢ଼ିଲେ ଆଘାତପ୍ରାପ୍ତ ହେବା ସ୍ବାଭାବିକ। ତେଣୁ ସମସ୍ତଙ୍କୁ ନେଇ ଯେ ଆଗକୁ ବଢ଼ିବା ଉଚିତ ଏହା ରଗ୍‌ବୀ ଖେଳରୁ ହିଁ ଶିକ୍ଷା ମିଳେ। ହକି ଇଣ୍ଡିଆ ସଭାପତି ତଥା ପୂର୍ବତନ ଭାରତୀୟ ହକି ଅଧିନାୟକ ଦିଲୀପ ତିର୍କୀ କହିଲେ ଯେ, କିଟ୍‌ ଓ କିସ୍‌ ପରିସରରେ ଖେଳ ପାଇଁ ଯେପରି ବାତାବରଣ ସୃଷ୍ଟି କରାଯାଇଛି ତାହା ବିଶ୍ୱରେ ବିରଳ। ଗୋଟିଏ ବିଶ୍ୱବିଦ୍ୟାଳୟ ପରିସରରେ ଏତେ ସଂଖ୍ୟକ ଭିତ୍ତିଭୂମି ଥିବା ମୁଁ କେବେ ଶୁଣିନାହିଁ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓଡ଼ିଶାରେ ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେଇ ଚାଲିଛନ୍ତି। ତେଣୁ ମୋ ମତରେ ଏ ଦୁହେଁ ହେଉଛନ୍ତି ରୋଲ ମଡେଲ। ଅଚ୍ୟୁତ ସର୍ବଦା ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେଇ ଆସିଛନ୍ତି। ୨୦୧୩ରେ ଦୂତୀ ଚାନ୍ଦଙ୍କୁ ସମର୍ଥନ କରି ନ ଥିଲେ ହୁଏତ ଆଜି ଦୂତି ଏହି ସ୍ତରରେ ପହଞ୍ଚତ୍ପାରି ନ ଥାନ୍ତେ। ସେହିପରି ୭ ଥର ଅଲିମ୍ପିକ୍‌ ଖେଳିଥିବା ଲିଆଣ୍ଡର ପେସ୍‌ଙ୍କଠାରୁ ଅନେକ କିଛି ଶିଖିବାର ଅଛି। ଯୁବପିଢ଼ି ତାଙ୍କଠାରୁ ପ୍ରେରଣା ନେବା ଉଚିତ। ସର୍ବଭାରତୀୟ ଚେସ୍‌ ଫେଡେରେଶନ ସମ୍ପାଦକ ଭରତ ସିଂ ଚୌହାନ ମଧ୍ୟ ଓଡ଼ିଶା ଏବଂ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଉପଲବ୍ଧ କରାଯାଇଥିବା ଭିତ୍ତିଭୂମିକୁ ଉଚ୍ଚ ପ୍ରଶଂସା କରିଥିଲେ। ଭାରତର ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ କହିଥିଲେ ଯେ, ଦିନଥିଲା ମୁଁ କିଟ୍‌କୁ ଗର୍ବିତ କରୁଥିଲି, ମାତ୍ର ଏବେ ଏହି ବିଶ୍ୱବିଦ୍ୟାଳୟ ମୋତେ ଗର୍ବିତ କରୁଛି। ମୋ ନାମରେ ଷ୍ଟାଡିୟମକୁ ନାମିତ କରାଯାଇଛି ଅର୍ଥ ମୁଁ ବଞ୍ଚତ୍ଥାଉଥାଉ ସ୍ବର୍ଗ ଦର୍ଶନଭଳି ଅନୁଭବ ହେଉଛି। ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ନାମରେ ଫୁଟବଲ ଷ୍ଟାଡିୟମକୁ ନାମିତ କରାଯାଇଛି। ତେଣୁ ସେ ଅଚ୍ୟୁତଙ୍କ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ ପୁରସ୍କାରପ୍ରାପ୍ତ ସାଇକ୍ଲିଷ୍ଟ ମୀନତି ମହାପାତ୍ର, ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଏବଂ ଜାତୀୟ ଚୟନକର୍ତ୍ତା ଦେବାଶିଷ ମହାନ୍ତି ଓ ଭାରତର ଦ୍ରୁତତମ ଧାବକ ଅମିୟ ମଲିକ ଉପସ୍ଥିତ ରହି ନିଜର ମତ ରଖିଥିଲେ। ପଦ୍ମବିଭୂଷଣ ଚେସ୍‌ ତାରକା ବିଶ୍ୱନାଥନ ଆନନ୍ଦ, ପଦ୍ମଭୂଷଣ ଶୁଟର ଅଭିନବ ବିନ୍ଦ୍ରା, ଅଲିମ୍ପିଆନ ଶ୍ରାବଣୀ ନନ୍ଦ, ପାରାଲିମ୍ପିଆନ ତଥା ଖେଳରନତ୍ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ପ୍ରମୁଖ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜର ମତ ଉପସ୍ଥାପନ କରିଥିଲେ। ଅଚ୍ୟୁତ ସାମନ୍ତ ନିଜ ପିଲାବେଳର କଥାକୁ ମନେ ପକାଇବା ସହ କିଟ୍‌ ଓ କିସ୍‌ କିପରି ଖେଳାଳିଙ୍କୁ ସହାୟତା କରି ଆସୁଛି ତା’ ଉପରେ ଆଲୋକପାତ କରିଥିଲେ। ଶେଷରେ ରେଜିଷ୍ଟ୍ରାର ଜ୍ଞାନ ରଞ୍ଜନ ମହାନ୍ତି ଏବଂ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ସମସ୍ତ ଅତିଥି ଓ କ୍ରୀଡ଼ାବିତ୍‌ଙ୍କୁ ସ୍ବାଗତ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?