ଆଧ୍ୟାତ୍ମିକ ଜୀବନ ଓ ଶାକାହାର

ଡା. ଉମେଶ ଚନ୍ଦ୍ର ପାତ୍ର

ଖାଦ୍ୟପଦାର୍ଥର ସ୍ବାଦ ଜାଣିବା ପାଇଁ ଜିହ୍ବା ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ସୁସ୍ବାଦୁ ଖାଦ୍ୟ ଗ୍ରହଣ କରିବା ପାଇଁ ଏହା ମନକୁ ପ୍ରଭାବିତ କରିଥାଏ।
ଫଳରେ ଅନିୟନ୍ତ୍ରିତ ମନର ପ୍ରଭାବରେ ଅଧିକ ପରିମାଣରେ ସୁସ୍ବାଦୁ ଖାଦ୍ୟ ଗ୍ରହଣ କରିବାରୁ ଶରୀର ରୋଗାକ୍ରାନ୍ତ ହୋଇଥାଏ। ଅଧିକ ଚର୍ବି ଜାତୀୟ ଖାଦ୍ୟ, ତେଲ ଘିଅ ଓ ଶ୍ୱେତସାର ଖାଇବା ଦ୍ୱାରା ଶରୀରର ସ୍ଥୂଳତା ବୃଦ୍ଧି ପାଏ। ଅଧିକ ମସଲା, ରାଗ, ଚା, କଫି ଓ ମଦ୍ୟପାନ ପାକସ୍ଥଳୀ ଓ ଅନ୍ତଃନଳୀରେ ପ୍ରଦାହ ସୃଷ୍ଟି କରେ। ନିୟମିତ ଭାବେ ଖାଦ୍ୟ ଗ୍ରହଣର ବ୍ୟବଧାନ ଉପରେ ଦୃଷ୍ଟିରଖି ଖାଦ୍ୟ ଗ୍ରହଣ କଲେ ପାଚନ କ୍ରିୟା ସ୍ବାଭାବିକ ହେବା ସହ ଶରୀର କାର୍ଯ୍ୟକ୍ଷମ ରହେ।
ଖାଦ୍ୟର ପରିମାଣ ଓ ଗୁଣାତ୍ମକମାନ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିଥାଏ। ବିଭିନ୍ନ ଖାଦ୍ୟ ଗ୍ରହଣ ଦ୍ୱାରା ଶରୀର ମଧ୍ୟରେ ଉପତ୍ନ୍ନ ହେଉଥିବା ଭିନ୍ନ ଭିନ୍ନ ପ୍ରକାରର ଶକ୍ତି ଦେହ ଓ ମନକୁ ବିଭିନ୍ନ ଭାବରେ ପରିଚାଳିତ କରେ। ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେପରି ଖାଦ୍ୟ ସେପରି ମନ।
ଯେପରି ମନ ସେପରି ଚିନ୍ତା, ସେପରି ବ୍ୟବହାର ଓ କାର୍ଯ୍ୟ ଏବଂ ଯେପରି କାର୍ଯ୍ୟ ସେପରି ସ୍ବାସ୍ଥ୍ୟ, ଖାଦ୍ୟ ମନୁଷ୍ୟକୁ ଚଳଚଞ୍ଚଳ କାର୍ଯ୍ୟକ୍ଷମ, ମାନ୍ଦା, ଚିନ୍ତାଗ୍ରସ୍ତ, ବିଷାଦଚିତ୍ତ ବା ପ୍ରଫୁଲ୍ଲ ରଖେ। ଖାଦ୍ୟର ପ୍ରକାରଭେଦ ଏକାଗ୍ରତାକୁ ନିୟନ୍ତ୍ରିତ କରେ। ଖାଦ୍ୟ ପରିମାଣ ଓ ଗୁଣାତ୍ମକମାନ ଆତ୍ମସଂଯମର ହ୍ରାସ ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରିତ କରେ। ମନୁଷ୍ୟ କିନ୍ତୁ ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରଖେନାହିଁ। ଖାଦ୍ୟ ସମ୍ବନ୍ଧରେ ଗାଁଗୁଡ଼ିକରେ ଗୋଟିଏ ଲୋକପ୍ରିୟ ସତର୍କବାଣୀ ହେଲା ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ଧାଇଁଲେ ବଢ଼ଇ ବାୟୁ, ଖାଇ ବସିଲେ ବଢ଼ଇ ପେଟ ଓ ଖାଇ ଖାଇଲେ ଯମର ଭେଟ। ହିନ୍ଦୁ ଶାସ୍ତ୍ରରେ ଖାଦ୍ୟକୁ ସାତ୍ତ୍ୱିକ, ରାଜସିକ ଓ ତାମସିକ ଏହି ତିନିଭାଗରେ ବିଭକ୍ତ କରାଯାଇଛି। ବିଭିନ୍ନ ଖାଦ୍ୟ ମନୁଷ୍ୟର ଦେହ ଓ ମନରେ ଭିନ୍ନ ଭିନ୍ନ ଅବସ୍ଥା ସୃଷ୍ଟି କରିଥାଏ। ସାତ୍ତ୍ୱିକ ଖାଦ୍ୟ ମନରେ ଭାବପ୍ରବଣତା ସୃଷ୍ଟି ନ କରି ମନକୁ ନିଶ୍ଚଳ ରଖେ। ରାଜସିକ ଖାଦ୍ୟ ମନରେ ଭାବ ପ୍ରବଣତା ସୃଷ୍ଟି କରେ ଓ ତାମସିକ ଖାଦ୍ୟ ମନରେ ଉତ୍ତେଜନା, କ୍ରୋଧ, ପ୍ରତିହିଂସା, କାମୁକତା ଆଦି ଦୁର୍ଗୁଣ ସୃଷ୍ଟି କରେ। ଆଧ୍ୟାତ୍ମିକ ମାର୍ଗକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ସର୍ବଦା ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ମନ ଶାନ୍ତ, ଶିଷ୍ଟ, ନିଶ୍ଚଳ ଓ ପବିତ୍ର ରହେ। ମାଂସ ଭକ୍ଷଣ ଦ୍ୱାରା ମନରେ ହିଂସ୍ର ପ୍ରବୃତ୍ତି ଜାତ ହୁଏ। ମାଂସ ଖାଇବା ପାଇଁ ପଶୁଟିକୁ ହତ୍ୟା କଲାବେଳେ ତା’ ମନରେ ଯେଉଁ ପ୍ରତିକ୍ରିୟା ଓ ଭାବାନ୍ତର ସୃଷ୍ଟି ହୁଏ ତାହା ମାଂସଭକ୍ଷଣକାରୀ ମନ ଉପରେ ମଧ୍ୟ ପ୍ରଭାବ ପକାଇପାରେ।
ଖାଦ୍ୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇ ଚିନ୍ତାଧାରାକୁ ମଧ୍ୟ ନିୟନ୍ତ୍ରିତ କରେ।
ଶାକାହାର ଖାଦ୍ୟ ସାତ୍ତ୍ୱିକ ଓ ଆଧ୍ୟାତ୍ମିକ ଜୀବନ ପାଇଁ ସର୍ବୋତ୍କୃଷ୍ଟ। ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କେବଳ ଆମିଷ ନୁହେଁ ଖାଦ୍ୟ ବ୍ୟବସ୍ଥାରେ ପିଆଜ, ରସୁଣକୁ ବି ତ୍ୟାଗ ପାଇଁ ମାର୍ଗଦର୍ଶନ କରିଛନ୍ତି। ପାଶ୍ଚାତ୍ୟ ଦେଶରେ କଞ୍ଚା ପରିବାପତ୍ର, ଅଧାସିଝା ପରିବା କିମ୍ବା ମସଲା ଦିଆ ନ ଯାଇ ସିଝା ହୋଇଥିବା ପରିବାପତ୍ର ଖାଇଥାଆନ୍ତି।
ବେଶି ସିଝିଗଲେ ଖାଦ୍ୟପ୍ରାଣ ନଷ୍ଟ ହୋଇଯାଏ। ଆମ ଦେଶରେ ବ୍ୟଞ୍ଜନର ସ୍ବାଦୁ ବଢ଼ାଇବା ପାଇଁ ଓ ଆକର୍ଷଣୀୟ ଦେଖାଯିବା ପାଇଁ ଦିଆଯାଉଥିବା ମସଲାଯୁକ୍ତ ତରକାରିକୁ ସେମାନେ ପସନ୍ଦ କରନ୍ତି ନାହିଁ ।
କାରଣ ଏହି ଖାଦ୍ୟ ସ୍ବାସ୍ଥ୍ୟପକ୍ଷରେ ହାନିକାରକ। ସାଇବାବା କହନ୍ତି, ଉତ୍ତମ ସ୍ବାସ୍ଥ୍ୟ ପାଇଁ ବିଭିନ୍ନ ଖାଦ୍ୟପ୍ରାଣରେ ଭରପୂର କଞ୍ଚା ଖାଇ ହେଉଥିବା ଫଳ, ମୂଳ, ପନିପରିବା ଡାଲି ଜାତୀୟ ଖାଦ୍ୟ ମୁଗ, ମଟର, ବୁଟକୁ ଗଜା କରି ଭାଜି କରି ବା ଡାଲି କରି ଖାଇଲେ, ନଡ଼ିଆ ଖାଇଲେ ଓ ନଡ଼ିଆ ପାଣି ପିଇଲେ କିଛି ପରିମାଣରେ ଦହି ଖାଇଲେ ସ୍ବାସ୍ଥ୍ୟ ଭଲରହେ । ସୀମିତ ପରିମାଣର ଶ୍ୱେତସାର, ପୁଷ୍ଟିସାର ଓ ଅଳ୍ପ ସ୍ନେହସାର ଖାଦ୍ୟ ଖାଇବା ଉଚିତ। ଯଥେଷ୍ଟ ପରିମାଣରେ ପାଣି ପିଇବା ଦ୍ୱାରା ସ୍ବାସ୍ଥ୍ୟଭଲ ରହେ। ଗୋଟିଏ ଉପାଦେୟ ଲୋକକଥା ପ୍ରଚଳିତ ଅଛି। ତାହାହେଲା ଦିନରେ ଥରେ ଆହାର ଗ୍ରହଣ କରନ୍ତି ଯୋଗୀ, ଦୁଇଥର ଆହାର ଗ୍ରହଣ କରନ୍ତି ଭୋଗୀ ଓ ତିନିଥର ଆହାର ଗ୍ରହଣ କରନ୍ତି ରୋଗୀ। ଆବଶ୍ୟକତା ଅନୁଯାୟୀ ସୀମିତ ଆହାର ଗ୍ରହଣ କରି ଯୋଗୀମାନେ ଦୀର୍ଘଜୀବୀ ହେଉଥିଲେ। ଅତ୍ୟଧିକ ପରିମାଣରେ ବାରମ୍ବାର ଖାଦ୍ୟ ଖାଇ ଅକାଳ ମୃତ୍ୟୁବରଣ କରିବା ଲୋକଙ୍କର ବହୁତ ଦୃଷ୍ଟାନ୍ତ ଅଛି । ସ୍ବାସ୍ଥ୍ୟ ଭଲ ରହିବା ପାଇଁ ମଝିରେ ମଝିରେ ଉପବାସ ରହିବା ପାଇଁ ସାଇବାବା କହିଥାନ୍ତି ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ, କଟକ,
ମୋ :୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri