ଆଧ୍ୟାତ୍ମିକ ଜୀବନ ଓ ଶାକାହାର

ଡା. ଉମେଶ ଚନ୍ଦ୍ର ପାତ୍ର

ଖାଦ୍ୟପଦାର୍ଥର ସ୍ବାଦ ଜାଣିବା ପାଇଁ ଜିହ୍ବା ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ସୁସ୍ବାଦୁ ଖାଦ୍ୟ ଗ୍ରହଣ କରିବା ପାଇଁ ଏହା ମନକୁ ପ୍ରଭାବିତ କରିଥାଏ।
ଫଳରେ ଅନିୟନ୍ତ୍ରିତ ମନର ପ୍ରଭାବରେ ଅଧିକ ପରିମାଣରେ ସୁସ୍ବାଦୁ ଖାଦ୍ୟ ଗ୍ରହଣ କରିବାରୁ ଶରୀର ରୋଗାକ୍ରାନ୍ତ ହୋଇଥାଏ। ଅଧିକ ଚର୍ବି ଜାତୀୟ ଖାଦ୍ୟ, ତେଲ ଘିଅ ଓ ଶ୍ୱେତସାର ଖାଇବା ଦ୍ୱାରା ଶରୀରର ସ୍ଥୂଳତା ବୃଦ୍ଧି ପାଏ। ଅଧିକ ମସଲା, ରାଗ, ଚା, କଫି ଓ ମଦ୍ୟପାନ ପାକସ୍ଥଳୀ ଓ ଅନ୍ତଃନଳୀରେ ପ୍ରଦାହ ସୃଷ୍ଟି କରେ। ନିୟମିତ ଭାବେ ଖାଦ୍ୟ ଗ୍ରହଣର ବ୍ୟବଧାନ ଉପରେ ଦୃଷ୍ଟିରଖି ଖାଦ୍ୟ ଗ୍ରହଣ କଲେ ପାଚନ କ୍ରିୟା ସ୍ବାଭାବିକ ହେବା ସହ ଶରୀର କାର୍ଯ୍ୟକ୍ଷମ ରହେ।
ଖାଦ୍ୟର ପରିମାଣ ଓ ଗୁଣାତ୍ମକମାନ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିଥାଏ। ବିଭିନ୍ନ ଖାଦ୍ୟ ଗ୍ରହଣ ଦ୍ୱାରା ଶରୀର ମଧ୍ୟରେ ଉପତ୍ନ୍ନ ହେଉଥିବା ଭିନ୍ନ ଭିନ୍ନ ପ୍ରକାରର ଶକ୍ତି ଦେହ ଓ ମନକୁ ବିଭିନ୍ନ ଭାବରେ ପରିଚାଳିତ କରେ। ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେପରି ଖାଦ୍ୟ ସେପରି ମନ।
ଯେପରି ମନ ସେପରି ଚିନ୍ତା, ସେପରି ବ୍ୟବହାର ଓ କାର୍ଯ୍ୟ ଏବଂ ଯେପରି କାର୍ଯ୍ୟ ସେପରି ସ୍ବାସ୍ଥ୍ୟ, ଖାଦ୍ୟ ମନୁଷ୍ୟକୁ ଚଳଚଞ୍ଚଳ କାର୍ଯ୍ୟକ୍ଷମ, ମାନ୍ଦା, ଚିନ୍ତାଗ୍ରସ୍ତ, ବିଷାଦଚିତ୍ତ ବା ପ୍ରଫୁଲ୍ଲ ରଖେ। ଖାଦ୍ୟର ପ୍ରକାରଭେଦ ଏକାଗ୍ରତାକୁ ନିୟନ୍ତ୍ରିତ କରେ। ଖାଦ୍ୟ ପରିମାଣ ଓ ଗୁଣାତ୍ମକମାନ ଆତ୍ମସଂଯମର ହ୍ରାସ ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରିତ କରେ। ମନୁଷ୍ୟ କିନ୍ତୁ ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରଖେନାହିଁ। ଖାଦ୍ୟ ସମ୍ବନ୍ଧରେ ଗାଁଗୁଡ଼ିକରେ ଗୋଟିଏ ଲୋକପ୍ରିୟ ସତର୍କବାଣୀ ହେଲା ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ଧାଇଁଲେ ବଢ଼ଇ ବାୟୁ, ଖାଇ ବସିଲେ ବଢ଼ଇ ପେଟ ଓ ଖାଇ ଖାଇଲେ ଯମର ଭେଟ। ହିନ୍ଦୁ ଶାସ୍ତ୍ରରେ ଖାଦ୍ୟକୁ ସାତ୍ତ୍ୱିକ, ରାଜସିକ ଓ ତାମସିକ ଏହି ତିନିଭାଗରେ ବିଭକ୍ତ କରାଯାଇଛି। ବିଭିନ୍ନ ଖାଦ୍ୟ ମନୁଷ୍ୟର ଦେହ ଓ ମନରେ ଭିନ୍ନ ଭିନ୍ନ ଅବସ୍ଥା ସୃଷ୍ଟି କରିଥାଏ। ସାତ୍ତ୍ୱିକ ଖାଦ୍ୟ ମନରେ ଭାବପ୍ରବଣତା ସୃଷ୍ଟି ନ କରି ମନକୁ ନିଶ୍ଚଳ ରଖେ। ରାଜସିକ ଖାଦ୍ୟ ମନରେ ଭାବ ପ୍ରବଣତା ସୃଷ୍ଟି କରେ ଓ ତାମସିକ ଖାଦ୍ୟ ମନରେ ଉତ୍ତେଜନା, କ୍ରୋଧ, ପ୍ରତିହିଂସା, କାମୁକତା ଆଦି ଦୁର୍ଗୁଣ ସୃଷ୍ଟି କରେ। ଆଧ୍ୟାତ୍ମିକ ମାର୍ଗକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ସର୍ବଦା ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ମନ ଶାନ୍ତ, ଶିଷ୍ଟ, ନିଶ୍ଚଳ ଓ ପବିତ୍ର ରହେ। ମାଂସ ଭକ୍ଷଣ ଦ୍ୱାରା ମନରେ ହିଂସ୍ର ପ୍ରବୃତ୍ତି ଜାତ ହୁଏ। ମାଂସ ଖାଇବା ପାଇଁ ପଶୁଟିକୁ ହତ୍ୟା କଲାବେଳେ ତା’ ମନରେ ଯେଉଁ ପ୍ରତିକ୍ରିୟା ଓ ଭାବାନ୍ତର ସୃଷ୍ଟି ହୁଏ ତାହା ମାଂସଭକ୍ଷଣକାରୀ ମନ ଉପରେ ମଧ୍ୟ ପ୍ରଭାବ ପକାଇପାରେ।
ଖାଦ୍ୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇ ଚିନ୍ତାଧାରାକୁ ମଧ୍ୟ ନିୟନ୍ତ୍ରିତ କରେ।
ଶାକାହାର ଖାଦ୍ୟ ସାତ୍ତ୍ୱିକ ଓ ଆଧ୍ୟାତ୍ମିକ ଜୀବନ ପାଇଁ ସର୍ବୋତ୍କୃଷ୍ଟ। ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କେବଳ ଆମିଷ ନୁହେଁ ଖାଦ୍ୟ ବ୍ୟବସ୍ଥାରେ ପିଆଜ, ରସୁଣକୁ ବି ତ୍ୟାଗ ପାଇଁ ମାର୍ଗଦର୍ଶନ କରିଛନ୍ତି। ପାଶ୍ଚାତ୍ୟ ଦେଶରେ କଞ୍ଚା ପରିବାପତ୍ର, ଅଧାସିଝା ପରିବା କିମ୍ବା ମସଲା ଦିଆ ନ ଯାଇ ସିଝା ହୋଇଥିବା ପରିବାପତ୍ର ଖାଇଥାଆନ୍ତି।
ବେଶି ସିଝିଗଲେ ଖାଦ୍ୟପ୍ରାଣ ନଷ୍ଟ ହୋଇଯାଏ। ଆମ ଦେଶରେ ବ୍ୟଞ୍ଜନର ସ୍ବାଦୁ ବଢ଼ାଇବା ପାଇଁ ଓ ଆକର୍ଷଣୀୟ ଦେଖାଯିବା ପାଇଁ ଦିଆଯାଉଥିବା ମସଲାଯୁକ୍ତ ତରକାରିକୁ ସେମାନେ ପସନ୍ଦ କରନ୍ତି ନାହିଁ ।
କାରଣ ଏହି ଖାଦ୍ୟ ସ୍ବାସ୍ଥ୍ୟପକ୍ଷରେ ହାନିକାରକ। ସାଇବାବା କହନ୍ତି, ଉତ୍ତମ ସ୍ବାସ୍ଥ୍ୟ ପାଇଁ ବିଭିନ୍ନ ଖାଦ୍ୟପ୍ରାଣରେ ଭରପୂର କଞ୍ଚା ଖାଇ ହେଉଥିବା ଫଳ, ମୂଳ, ପନିପରିବା ଡାଲି ଜାତୀୟ ଖାଦ୍ୟ ମୁଗ, ମଟର, ବୁଟକୁ ଗଜା କରି ଭାଜି କରି ବା ଡାଲି କରି ଖାଇଲେ, ନଡ଼ିଆ ଖାଇଲେ ଓ ନଡ଼ିଆ ପାଣି ପିଇଲେ କିଛି ପରିମାଣରେ ଦହି ଖାଇଲେ ସ୍ବାସ୍ଥ୍ୟ ଭଲରହେ । ସୀମିତ ପରିମାଣର ଶ୍ୱେତସାର, ପୁଷ୍ଟିସାର ଓ ଅଳ୍ପ ସ୍ନେହସାର ଖାଦ୍ୟ ଖାଇବା ଉଚିତ। ଯଥେଷ୍ଟ ପରିମାଣରେ ପାଣି ପିଇବା ଦ୍ୱାରା ସ୍ବାସ୍ଥ୍ୟଭଲ ରହେ। ଗୋଟିଏ ଉପାଦେୟ ଲୋକକଥା ପ୍ରଚଳିତ ଅଛି। ତାହାହେଲା ଦିନରେ ଥରେ ଆହାର ଗ୍ରହଣ କରନ୍ତି ଯୋଗୀ, ଦୁଇଥର ଆହାର ଗ୍ରହଣ କରନ୍ତି ଭୋଗୀ ଓ ତିନିଥର ଆହାର ଗ୍ରହଣ କରନ୍ତି ରୋଗୀ। ଆବଶ୍ୟକତା ଅନୁଯାୟୀ ସୀମିତ ଆହାର ଗ୍ରହଣ କରି ଯୋଗୀମାନେ ଦୀର୍ଘଜୀବୀ ହେଉଥିଲେ। ଅତ୍ୟଧିକ ପରିମାଣରେ ବାରମ୍ବାର ଖାଦ୍ୟ ଖାଇ ଅକାଳ ମୃତ୍ୟୁବରଣ କରିବା ଲୋକଙ୍କର ବହୁତ ଦୃଷ୍ଟାନ୍ତ ଅଛି । ସ୍ବାସ୍ଥ୍ୟ ଭଲ ରହିବା ପାଇଁ ମଝିରେ ମଝିରେ ଉପବାସ ରହିବା ପାଇଁ ସାଇବାବା କହିଥାନ୍ତି ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ, କଟକ,
ମୋ :୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri