Posted inଭଦ୍ରକ

ଅନ୍‌ଲାଇନ ଯାନ୍ତ୍ରିକ ତ୍ରୁଟି: ସମ୍ପତ୍ତି ତାଲିକା ଦେଇପାରିଲେନି ଶିକ୍ଷକ

ବନ୍ତ,୬।୫ (ଡି.ଏନ.ଏ.):  ଭଦ୍ରକ ଜିଲା ବନ୍ତ ବ୍ଲକର ପ୍ରାୟ ୯୦ ପ୍ରତିଶତ ପ୍ରାଥମିକ ଶିକ୍ଷକ ନିଜର ସମ୍ପତ୍ତି ତାଲିକା ଦେଇପାରି ନ ଥିବା ଜଣାଯାଇଛି। ଅନ୍‌ଲାଇନ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଇଛି। ପ୍ରକାଶ ଯେ, ରାଜ୍ୟ ସରକାର ଉଭୟ ଶାସନ ଓ ପ୍ରଶାସନରେ ସ୍ବଚ୍ଛତା, ସଚ୍ଚୋଟତା, ଦୁର୍ନୀତିମୁକ୍ତ ଭାବମୂର୍ତ୍ତିକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ବର୍ଗର ସରକାରୀ କର୍ମଚାରୀ, ଲୋକପ୍ରତିନିଧିମାନଙ୍କୁ ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପ୍ରଥମେ ମାର୍ଚ୍ଚ ୩୧ ଓ ପରେ ଏପ୍ରିଲ ୩୦ ମଧ୍ୟରେ ଅନ୍‌ଲାଇନ ମାଧ୍ୟମରେ ଅପ୍‌ଲୋଡ୍‌ କରିବା ଲାଗି ନିର୍ଦ୍ଦେଶ ଥିଲା। ଏହି ବ୍ଲକରେ ୬୧୨ ଜଣ ପ୍ରାଥମିକ ଶିକ୍ଷକ ଥିବାବେଳେ ସେମାନଙ୍କୁ ମଧ୍ୟରୁ ୯୦ ଭାଗ ଶିକ୍ଷକ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପତ୍ତି ତାଲିକା ଦେଇପାରି ନାହାନ୍ତି। ଏଚ୍‌ଆର୍‌ଏମ୍‌୍‌ଏସ୍‌ ସାଇଟ୍‌ ନ ଖୋଲିବା, ସାଇଟ୍‌ ଖୋଲିବା ପରେ ଅନ୍‌ଲାଇନ ଯାନ୍ତ୍ରିକ ତ୍ରଟି ଯୋଗୁ ତାଲିକା ଅପ୍‌ଲୋଡ୍‌ ହୋଇପାରି ନ ଥିବା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୂଷୁରୀ ଅଞ୍ଚଳରେ ରହସ୍ୟମୟ ମୃତ୍ୟୁ: ନାଳରେ ଭାସୁଛି ଅଜଣା ମୃତଦେହ

ଧାମନଗର,୨୦ା୭(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ଅଧୀନ ବୟାଙ୍ଗଡିହି ପଞ୍ଚାୟତର ନୂଆଗାଁ ବଜାର ନିକଟସ୍ଥ ଏକ ନାଳରୁ ସୋମବାର ସକାଳେ ଜଣେ…

ଲଘୁଚାପ ବର୍ଷାରେ ବୁଡ଼ିଲା ବିଦ୍ୟାଳୟ, ଶ୍ରେଣୀ ଗୃହରେ ବିଷଧର ସାପ ପଶିବାରୁ ଆତଙ୍କ: ସାମ୍ନାକୁ ଆସିଲା ‘୫ଟି’ ରୂପାନ୍ତରୀକରଣର…

ଧାମନଗର, ୧୮।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri