ଏହି ୪ଟି ଜିନିଷରେ ଖର୍ଚ୍ଚ କଲେ ବଢ଼େ ଧନ: ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ନିଜର ‘ଚାଣକ୍ୟ ନୀତି’ରେ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର ଜ୍ଞାନ ଚାଣକ୍ୟଙ୍କ ନିକଟରେ ଥିଲା। ଏଥିପାଇଁ ଜୀବନକାଳ ମଧ୍ୟରେ ସେ ଯାହା ସହିତ ଥିଲେ, ସଠିକ୍‌ ମାର୍ଗଦର୍ଶନ ଯୋଗୁ ସେ ବିଜେତା ପାଲଟୁଥିଲେ। କେଉଁ କାର୍ଯ୍ୟ କରିବା ଦ୍ୱାରା ପରିଣାମ କ’ଣ ହେବ ସେ ଜାଣିଥିଲେ।

ଏହି କ୍ରମରେ ଧନବୃଦ୍ଧି ପାଇଁ କେଉଁ ଜିନିଷରେ ବ୍ୟକ୍ତିକୁ ଖର୍ଚ୍ଚ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ଜାଣନ୍ତୁ ସେହି ୪ଟି ଜିନିଷ ଯାହା ଉପରେ ଖର୍ଚ୍ଚ କରିବା ଦ୍ୱାରା ଧନ ବଢ଼ିଥାଏ।

-ପ୍ରଥମତଃ ଲୋକମାନେ ପଇସା ଦେବା ପୂର୍ବରୁ ଲାଭକ୍ଷତି ଦେଖିଥାନ୍ତି। ହେଲେ କୌଣସି ମନ୍ଦିରକୁ ଦାନ କରୁଥିଲେ ଏଭଳି କଥା ବିଲ୍‌କୁଲ ଭାବିବା ଉଚିତ ନୁହେଁ। ଏହାଦ୍ୱାରା ଈଶ୍ୱରଙ୍କ କୃପା ଲାଭ ହୋଇଥାଏ। ଧନ ଦେଉଥିବା ବ୍ୟକ୍ତିର ଧନ ଆହୁରି ବୃଦ୍ଧି ପାଇଥାଏ। ଏପରିକି କିଛି ସମୟ ବ୍ୟବଧାନରେ ମନ୍ଦିରକୁ ଦାନ ଦେଉଥିବା ବ୍ୟକ୍ତିର ଘରେ ଦରିଦ୍ରତା ଆସି ନ ଥାଏ ବୋଲି ଚାଣକ୍ୟ କହିଛନ୍ତି।

– ଯେଉଁ ବ୍ୟକ୍ତି କୁଷ୍ଠ ରୋଗୀର ସହାୟତା କରିଥାଏ, ସେ କେବେ ବି ଦରିଦ୍ର ହୋଇ ନ ଥାଏ। ତାଙ୍କର ଧନ ଦିନ-ପ୍ରତିଦିନ ବଢ଼ିଥାଏ। କାରଣ କୁଷ୍ଠ ରୋଗୀ ଅଧିକ କଷ୍ଟ ସହିଥାନ୍ତି। ଏଣୁ ତାଙ୍କର ଆର୍ଥିକ ସହାୟତା କରିବା ଦ୍ୱାରା ସେମାନଙ୍କ ମନ ପ୍ରସନ୍ନ ହୋଇଥାଏ। ଫଳରେ  ଅର୍ଥ ଦେଉଥିବା ବ୍ୟକ୍ତିଙ୍କ ଧନ ବୃଦ୍ଧି ହୋଇଥାଏ। ଏହା ପୂଣ୍ୟ ସହ ଧନ ବୃଦ୍ଧି କରିଥାଏ ବୋଲି ଚାଣକ୍ୟ କହିଛନ୍ତି।

-ଯଦି ଆପଣ ସମର୍ଥ ତେବେ ଅସୁବିଧା ଯୋଗୁ ପଢ଼ିପାରୁ ନ ଥିବା କୌଣସି ବ୍ୟକ୍ତିକୁ ଶିକ୍ଷିତ କରିବାକୁ ପଇସା ଲଗାନ୍ତୁ। ଏହାଦ୍ୱାରା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୁଅନ୍ତି। ସର୍ବଦା ତାଙ୍କର ଧନ ଲାଭ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି।

-ଡାକ୍ତରଖାନା, କୂଅ, ଧର୍ମଶାଳା ଏବଂ ସ୍କୁଲ ଆଦି ନିର୍ମାଣରେ ଆର୍ଥିକ ସହଯୋଗ କରୁଥିବା ବ୍ୟକ୍ତି ନିଜ ଧନକୁ ଶୁଦ୍ଧ କରି ନିଅନ୍ତି। ଏଭଳି ଲୋକଙ୍କ ପାଖରେ କେବେ ବି ଟଙ୍କା ପଇସାର ଅସୁବିଧା ହୋଇ ନ ଥାଏ। ଏହା ପଛର କାରଣଟି ହେଲା ଏସବୁ କ୍ଷେତ୍ରରେ ଲଗାଯାଇଥିବା ଟଙ୍କାକୁ ବର୍ଷ ବର୍ଷ ଧରି ଲୋକ ଭୋଗି ପାରନ୍ତି। ଫଳରେ ଆର୍ଶିବାଦ ମିଳିଥାଏ, ଯାହାକି ସହାୟତା କରିଥିବା ବ୍ୟକ୍ତିଙ୍କ ସହ ସବୁବେଳେ ରହିଥାଏ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କଦଳୀ ଖାଉଛନ୍ତି କି?

କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ...

ଏସବୁ ଭୟଙ୍କର ରୋଗରୁ ମୁକ୍ତି ଚାହୁଁଥିଲେ …

ଅଖ୍‌ରୋଟ୍‌ ମସ୍ତିଷ୍କ ଲାଗି ଉପକାରୀ ହୋଇଥାଏ ବୋଲି ଆପଣ ଜାଣିଥିବେ। ମାତ୍ର ଏହା ଖାଲି ମସ୍ତିଷ୍କ ପାଇଁ ନୁହେଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।...

ମଧୁମେହ ସହ ଅନେକ ରୋଗରୁ ମୁକ୍ତିଦିଏ ବ୍ରୋକଲି

ବଜାରରେ ଅନ୍ୟ ଏକ କୋବି ମିଳିଥାଏ। ଯାହା ଫୁଲକୋବି ପରି ଦେଖାଯାଏ। ଏହା ସବୁଜ ରଙ୍ଗର ହୋଇଥାଏ। ଏହାକୁ ବ୍ରୋକୋଲି କୁହାଯାଏ। ବୈଜ୍ଞାନିକଙ୍କ ଅନୁଯାୟୀ ବ୍ରୋକୋଲି...

ଅନିଦ୍ରା ଦୂର କରେ ମହୁ

ଶରୀର ପକ୍ଷେ ଅତ୍ୟନ୍ତ ଲାଭଦାୟକ ହୋଇଥିବାରୁ ବିଭିନ୍ନ ଘରୋଇ ଉପଚାରରେ ମହୁ ବ୍ୟବହାର ହୋଇଥାଏ। ତଣ୍ଟି ଖରାପ, ଗଳାବ୍ୟଥାକୁ ଦୂର କରିବା ସହ ଏହା ତ୍ୱଚା...

ଏଭଳି ନାରୀ ଜୀବନସାଥୀଙ୍କ ପାଇଁ ହୋଇଥାନ୍ତି ବେଶ୍‌ ଭାଗ୍ୟବାନ; ବିବାହ ପରେ ଚମକିଥାଏ ଭାଗ୍ୟ

ବିବାହ ପୂର୍ବରୁ ବରବଧୂଙ୍କର ଜାତକ ମିଶାଯାଇଥାଏ। ଏହାଦ୍ୱାରା ଜଣେ ଅନ୍ୟଜଣଙ୍କ ପାଇଁ ଠିକ୍‌ କି ନାହିଁ ତାହା ଦେଖାଯାଏ। ତେବେ ବିବାହ ପରେ ହଠାତ୍‌ ଅନେକଙ୍କ...

ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି?

ଛୋଟବେଳେ ଆପଣ ସାଇକେଲ ଶିଖିଲା ବେଳେ ହେଉ ବା ଖେଳିଲା ବେଳେ ପଡ଼ିଯାଇ ଖଣ୍ଡିଆଖାବରା ହୋଇଥିବେ ନିଶ୍ଚୟ। କିମ୍ବା ଗାଡ଼ି ଦୁର୍ଘଟଣାରେ ଖଣ୍ଡିଆ ହୋଇଥିଲେ ଘା’...

ଏସିଡିଟି ସମସ୍ୟା ବି ଦୂରକରେ ଗୁପ୍‌ଚୁପ ପାଣି…

ଗୁପ୍‌ଚୁପ୍‌ ସ୍ବାସ୍ଥ୍ୟ ଲାଗି ଖରାପ ନୁହେଁ। ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାଠାରୁ ଦୂରେଇ ରଖେ। ଗୁପ୍‌ଚୁପ୍‌ ପାଣିରେ ତେନ୍ତୁଳି ପାଣି, ପୋଦିନା, କଳାଲୁଣ, ଜିରା, ଗୋଲମରିଚ...

ଆଜି ପବିତ୍ର ପଣା ସଂକ୍ରାନ୍ତି; ଜାଣନ୍ତୁ ଦିନର ବୈଶିଷ୍ଟ୍ୟ, ଓଡ଼ିଆ ପରମ୍ପରା…

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଆଜିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି...

Advertisement
Archives

Model This Week