ଏହି ୪ଟି ଜିନିଷରେ ଖର୍ଚ୍ଚ କଲେ ବଢ଼େ ଧନ: ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ନିଜର ‘ଚାଣକ୍ୟ ନୀତି’ରେ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର ଜ୍ଞାନ ଚାଣକ୍ୟଙ୍କ ନିକଟରେ ଥିଲା। ଏଥିପାଇଁ ଜୀବନକାଳ ମଧ୍ୟରେ ସେ ଯାହା ସହିତ ଥିଲେ, ସଠିକ୍‌ ମାର୍ଗଦର୍ଶନ ଯୋଗୁ ସେ ବିଜେତା ପାଲଟୁଥିଲେ। କେଉଁ କାର୍ଯ୍ୟ କରିବା ଦ୍ୱାରା ପରିଣାମ କ’ଣ ହେବ ସେ ଜାଣିଥିଲେ।

ଏହି କ୍ରମରେ ଧନବୃଦ୍ଧି ପାଇଁ କେଉଁ ଜିନିଷରେ ବ୍ୟକ୍ତିକୁ ଖର୍ଚ୍ଚ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ଜାଣନ୍ତୁ ସେହି ୪ଟି ଜିନିଷ ଯାହା ଉପରେ ଖର୍ଚ୍ଚ କରିବା ଦ୍ୱାରା ଧନ ବଢ଼ିଥାଏ।

-ପ୍ରଥମତଃ ଲୋକମାନେ ପଇସା ଦେବା ପୂର୍ବରୁ ଲାଭକ୍ଷତି ଦେଖିଥାନ୍ତି। ହେଲେ କୌଣସି ମନ୍ଦିରକୁ ଦାନ କରୁଥିଲେ ଏଭଳି କଥା ବିଲ୍‌କୁଲ ଭାବିବା ଉଚିତ ନୁହେଁ। ଏହାଦ୍ୱାରା ଈଶ୍ୱରଙ୍କ କୃପା ଲାଭ ହୋଇଥାଏ। ଧନ ଦେଉଥିବା ବ୍ୟକ୍ତିର ଧନ ଆହୁରି ବୃଦ୍ଧି ପାଇଥାଏ। ଏପରିକି କିଛି ସମୟ ବ୍ୟବଧାନରେ ମନ୍ଦିରକୁ ଦାନ ଦେଉଥିବା ବ୍ୟକ୍ତିର ଘରେ ଦରିଦ୍ରତା ଆସି ନ ଥାଏ ବୋଲି ଚାଣକ୍ୟ କହିଛନ୍ତି।

– ଯେଉଁ ବ୍ୟକ୍ତି କୁଷ୍ଠ ରୋଗୀର ସହାୟତା କରିଥାଏ, ସେ କେବେ ବି ଦରିଦ୍ର ହୋଇ ନ ଥାଏ। ତାଙ୍କର ଧନ ଦିନ-ପ୍ରତିଦିନ ବଢ଼ିଥାଏ। କାରଣ କୁଷ୍ଠ ରୋଗୀ ଅଧିକ କଷ୍ଟ ସହିଥାନ୍ତି। ଏଣୁ ତାଙ୍କର ଆର୍ଥିକ ସହାୟତା କରିବା ଦ୍ୱାରା ସେମାନଙ୍କ ମନ ପ୍ରସନ୍ନ ହୋଇଥାଏ। ଫଳରେ  ଅର୍ଥ ଦେଉଥିବା ବ୍ୟକ୍ତିଙ୍କ ଧନ ବୃଦ୍ଧି ହୋଇଥାଏ। ଏହା ପୂଣ୍ୟ ସହ ଧନ ବୃଦ୍ଧି କରିଥାଏ ବୋଲି ଚାଣକ୍ୟ କହିଛନ୍ତି।

-ଯଦି ଆପଣ ସମର୍ଥ ତେବେ ଅସୁବିଧା ଯୋଗୁ ପଢ଼ିପାରୁ ନ ଥିବା କୌଣସି ବ୍ୟକ୍ତିକୁ ଶିକ୍ଷିତ କରିବାକୁ ପଇସା ଲଗାନ୍ତୁ। ଏହାଦ୍ୱାରା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୁଅନ୍ତି। ସର୍ବଦା ତାଙ୍କର ଧନ ଲାଭ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି।

-ଡାକ୍ତରଖାନା, କୂଅ, ଧର୍ମଶାଳା ଏବଂ ସ୍କୁଲ ଆଦି ନିର୍ମାଣରେ ଆର୍ଥିକ ସହଯୋଗ କରୁଥିବା ବ୍ୟକ୍ତି ନିଜ ଧନକୁ ଶୁଦ୍ଧ କରି ନିଅନ୍ତି। ଏଭଳି ଲୋକଙ୍କ ପାଖରେ କେବେ ବି ଟଙ୍କା ପଇସାର ଅସୁବିଧା ହୋଇ ନ ଥାଏ। ଏହା ପଛର କାରଣଟି ହେଲା ଏସବୁ କ୍ଷେତ୍ରରେ ଲଗାଯାଇଥିବା ଟଙ୍କାକୁ ବର୍ଷ ବର୍ଷ ଧରି ଲୋକ ଭୋଗି ପାରନ୍ତି। ଫଳରେ ଆର୍ଶିବାଦ ମିଳିଥାଏ, ଯାହାକି ସହାୟତା କରିଥିବା ବ୍ୟକ୍ତିଙ୍କ ସହ ସବୁବେଳେ ରହିଥାଏ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri