ଚିକିତ୍ସା ବାବଦ ଅର୍ଥକୁ ଶିକ୍ଷାରେ ଖର୍ଚ୍ଚ କର

କେନ୍ଦ୍ରାପଡ଼ା ଅଫିସ, ୧୬।୧୨: କେନ୍ଦ୍ରାପଡ଼ା ଜିଲା ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ସେବାରେ ବୁଧବାର ଯୋଡି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ୧୧ଟାରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲାରେ ଏହି କାର୍ଡ ବଣ୍ଟନର ଆରମ୍ଭ କରିଛନ୍ତି। ଜିଲାର ୩,୦୮,୧୧୭ ପରିବାରର ୧୧,୫୬,୪୩୩ ଜଣ ଏଥିଯୋଗୁ ଉପକୃତ ହୋଇପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁବାବୁ କେନ୍ଦ୍ରାପଡ଼ାର ପାଣି ପବନ ସହିତ ଯୋଡି ହୋଇ ଏବେବି ଅଛନ୍ତି। ତାଙ୍କ କର୍ମଭୂମି ବିକାଶିତ ହୋଇଛି। ସ୍ମାର୍ଟ କାର୍ଡ ପ୍ରବର୍ତ୍ତନ ଦ୍ୱାରା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଥିବା ଅର୍ଥ ଅଭାବ ସମସ୍ୟା ଦୂର ହୋଇପାରିବ। ଏହି କାର୍ଡ ଦ୍ୱାରା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଦେଶର ୨୦୦ ବଡ ବେସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଉନ୍ନତ ଚିକିତ୍ସା ସେବା ମିଳିପାରିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥକୁ ପିଲାଙ୍କ ଶିକ୍ଷା ଗ୍ରହଣରେ ନିବେଶ ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୧୫୮୧ କୋଟି ୩୨ ଲକ୍ଷ ୫ ହଜାର ଟଙ୍କାର ୧୬୦ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।
ଜିଲାସ୍ତରର ଏହି କାର୍ଯ୍ୟକ୍ରମ ସହରର ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଓ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ୯ ଜଣଙ୍କୁ ସ୍ମାର୍ଟ କାର୍ଡ ବାଣ୍ଟିଥିଲେ। ସ୍ଥାନୀୟ ଲୋକପ୍ରତିନିଧି, ଜିଲାପାଳ ଅମୃତ ଋତୁରାଜଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ସଭା ମଞ୍ଚକୁ ସିନେତାରକା କୁନା ତ୍ରିପାଠୀ ଓ ବିଜେଡି ନେତ୍ରୀ ସୁଲତା ଦେଓ ପରିଚାଳନା କରିଥିଲେ।
ଜିଲାର ୫୪ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୧୦୬ଟି ଜରୁରୀ ପ୍ରକଳ୍ପର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ କରିଛନ୍ତି। ଏଥିମଧ୍ୟରେ ବ୍ରାହ୍ମଣୀ ନଦୀର ଅଳପୁଆ ଘାଟ ଓ ନୀଳକଣ୍ଠପୁର ଘାଟଠାରେ ଦୁଇଟି ହାଇ ଲେବୁଲ ବ୍ରିଜ ସ୍ଥାନିତ ହୋଇଛି। ସେହିପରି ରାଜ୍ୟର ସର୍ବପୁରାତନ ପୌରାଞ୍ଚଳର କାର୍ଯ୍ୟାଳୟ ଗୃହ ୫ କୋଟି ଟଙ୍କାରେ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ଉଦ୍‌ଘାଟନ ହୋଇଥିବା ପ୍ରକଳ୍ପ ମଧ୍ୟରୁ କେନ୍ଦ୍ରାପଡ଼ା ବ୍ଲକ ନାଗପୁର ରୋଡର ଗୋବରୀ ନଦୀ ପୋଲ ଅନ୍ୟତମ। ଦୀର୍ଘ ୧୧ ବର୍ଷ ଧରି କାର୍ଯ୍ୟାରମ୍ଭ ହୋଇଥିଲେ ମଧ୍ୟ ସଂଯୋଗ ରାସ୍ତା ପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରାୟ ୪ ବର୍ଷ ଅପେକ୍ଷା କରିବାକୁ ପଡିଛି। ସେହିପରି କେନ୍ଦ୍ରାପଡ଼ା ବ୍ଲକ ଶାମଗୁଡିଆଠାରେ ନୂତନ ଶିଶୁ ଓ ମାତୃମଙ୍ଗଳ କେନ୍ଦ୍ର ଉଦ୍‌ଘାଟନ ହୋଇଛି। ଲୁଣାନଦୀ ବାମ ପାର୍ଶ୍ୱର ୪ କିମି ଲମ୍ବର ନଦୀ ବନ୍ଧ ଉନ୍ନତୀକରଣ ପ୍ରକଳ୍ପ ସହ ଜଳସମ୍ପଦ ବିଭାଗର ୪ଟି ପ୍ରକଳ୍ପ, ୯ଟି କୋଠା ପ୍ରକଳ୍ପ, ୧୦ଟି ସ୍ବାସ୍ଥ୍ୟ ସେବା ପ୍ରକଳ୍ପ, ୮ଟି ଭିତ୍ତିଭୂମି ପ୍ରକଳ୍ପ, ୩ଟି ଶକ୍ତି ପ୍ରକଳ୍ପ, ୧୪ ଜଳ ଯୋଗାଣ ପ୍ରକଳ୍ପ ଓ ୬ଟି ବ୍ରିଜ୍‌ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଅପରପକ୍ଷରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୨୦ ପଞ୍ଚାୟତବାସୀଙ୍କ ପାନୀୟ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ ସମେତ ଜଳ ଯୋଗାଣ ବିଭାଗର ୧୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହିତ ଜଳସମ୍ପଦ ବିଭାଗର ୬ଟି ପ୍ରକଳ୍ପ, ଡ୍ରେନେଜ ବିଭାଗର ୫ ପ୍ରକଳ୍ପ, ତଟବନ୍ଧର ୩ ପ୍ରକଳ୍ପ, ଭିତ୍ତିଭୂମି ପାଇଁ ୯ଟି ପ୍ରକଳ୍ପ, ସ୍ବାସ୍ଥ୍ୟ ବିଭାଗର ୩ଟି ପ୍ରକଳ୍ପ, ଶିକ୍ଷା ବିଭାଗର ୨ ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗର ୨୪ଟି ରାସ୍ତା ପ୍ରକଳ୍ପ, ୫ଟି ହାଇଲେବଲ ବ୍ରିଜ୍‌ ପ୍ରକଳ୍ପ, ଶକ୍ତି ବିଭାଗର ୧ ପ୍ରକଳ୍ପ ଓ ୨୯ଟି କୋଠା ନିର୍ମାଣ ପ୍ରକଳ୍ପକୁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ସାହୁ, ଆଳି ବିଧାୟକ ପ୍ରତାପ କେଶରୀ ଦେବ ନିଜ ନିର୍ବାଚନ ମଣ୍ଡଳୀରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri