ଏସବୁ ସ୍ଥାନରେ ମନଖୋଲି ଖର୍ଚ୍ଚ କରନ୍ତୁ ଟଙ୍କା; ସୌଭାଗ୍ୟ ବଢ଼ିବ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆଜି ବି ପ୍ରାସଙ୍ଗିକ। ଏଥିରେ ଜୀବନକୁ ସରଳ କରିବା ଲାଗି ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିରୁ ଗୋଟିଏ ହେଲା ଧନ ଖର୍ଚ୍ଚ କରିବା। ଚାଣକ୍ୟ କୁହନ୍ତି, କେଉଁଠି ଖର୍ଚ୍ଚ କରିବେ, ନ କରିବେ ତାହା ଜାଣି ରଖିବା ଉଚିତ। ନଚେତ ପଶ୍ଚାତାପ କରିବା ସାର ହେବ।

ରୋଗୀଙ୍କୁ ସହାୟତା: ଚାଣକ୍ୟ କୁହନ୍ତି ଗରିବ ରୋଗଗ୍ରସ୍ଥ ଲୋକଙ୍କ ସହାୟତା କରିବା ଲାଗି ଯେତିକି ହୋଇପାରିବ କରନ୍ତୁ। ଏଭଳି କରିଲେ ଭଗବାନ ପ୍ରସନ୍ନ ହେବା ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇଥାଏ।

ଦରିଦ୍ରଙ୍କୁ ସହାୟତା: ସର୍ବଦା ଗରିବ ଏବଂ ଆବଶ୍ୟକତା ଲୋକଙ୍କ ସହାୟତା କରିବା ଉଚିତ। ଚାଣକ୍ୟ କୁହନ୍ତି, ଏପରି କଲେ ପୂଣ୍ୟ ମିଳେ। ଏଥିପାଇଁ ଆପଣ ଗରିବ ଶିଶୁଙ୍କ ଶିକ୍ଷାରେ ଧନ ଖର୍ଚ୍ଚ କରିପାରିବେ। ଏପରି କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି।

ସାମାଜିକ କାର୍ଯ୍ୟ: ଚାଣକ୍ୟ କୁହନ୍ତି, ଯାହା ବି ରୋଜଗାର କର ତାର କିଛି ଅଂଶ ସାମାଜିକ କାର୍ଯ୍ୟରେ ଲଗାଇବା ଉଚିତ। ଏହାଛଡ଼ା ଡାକ୍ତରଖାନା ଏବଂ ସ୍କୁଲ ଆଦିକୁ ଦାନ କରିପାରିବେ। ଏହାଦ୍ୱାରା ସୌଭାଗ୍ୟ ବୃଦ୍ଧି ପାଇଥାଏ। ଏଥିସହ ସମାଜରେ ପ୍ରତିଷ୍ଠା ବଢ଼ିଥାଏ।

ଧର୍ମସ୍ଥଳ ପାଇଁ ଦାନ: ଚାଣକ୍ୟ କୁହନ୍ତି ଧର୍ମ ସ୍ଥଳରେ ଦାନ କରିବା ଦ୍ୱାରା ଜୀବନରେ ସକରାତ୍ମକତା ବୃଦ୍ଧି ପାଇଥାଏ। ଫଳରେ ନିଜ ସହ ପରିବାରରେ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

୨୯ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଏହି ରାଶିରେ ହେବ ଧନ ବର୍ଷା, ମିଳିବ ସଫଳତା

ଶ୍ରାବଣ ମାସ ଜୁଲାଇ ୩୦ରେ ଆରମ୍ଭ ହେବ । ଏହି ମାସ ଭଗବାନ ଶିବଙ୍କ ପ୍ରତି ଭକ୍ତି ପାଇଁ ଉତ୍ସର୍ଗୀକୃତ । ଏହି ସମୟ ମଧ୍ୟରେ ଭକ୍ତମାନେ…

ଓଜନ ବଢ଼ିବାର କାରଣ କହିଲେ ବିଶେଷଜ୍ଞ, ଆବଶ୍ୟକତାଠାରୁ ଅଧିକ…

ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ସାଧାରଣତଃ ଅଧିକ ଖାଇବା ଓ କୌଣସି କାମ ନ କରିବା ଦ୍ୱାରା ଆମ ଶରୀରର ଓଜନ ବଢ଼ିଯାଏ।…

ଅଧିକ ଶୋଉଥିଲେ ହୋଇପାରେ ଏହି ରୋଗ, ବିଶେଷଜ୍ଞ କୁହନ୍ତି…

ଜଣେ ବ୍ୟକ୍ତି ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ନିହାତି ଦରକାର। କେତେକ ବ୍ୟକ୍ତି ବିଳମ୍ବିତ ରାତିରେ ଶୋଇବାକୁ ଯାଆନ୍ତି ଆଉ ଡେରିରେ ବିଛଣା ତ୍ୟାଗ କରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri