Posted inଖେଳ

ସାନିଆ-ଶୋଏବଙ୍କୁ ନେଇ ପୁଣି କଳ୍ପନାଜଳ୍ପନା

ମୁମ୍ବାଇ, ୫ା୮: ସେଲିବ୍ରିଟି ଦମ୍ପତି ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ନେଇ ପୁଣି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଉଭୟଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଯାହା ଦେଖିବାକୁ ମିଳୁଛି ସେମାନଙ୍କ ଦାମ୍ପତ୍ୟ ଜୀବନରେ ଫାଟ ଦେଖାଦେଇଥିବା ଅନୁମାନ କରାଯାଉଛି। ଦୁଇ ଜଣାଶୁଣା ଆଥ୍‌ଲେଟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିବା ଗତବର୍ଷ ଗୁଜବ ଉଠିଥିଲା। ସୋସିଆଲ ମିଡିଆରେ ଏହା ଆଲୋଚନାର ବିଷୟ ପାଲଟିଯାଇଥିଲା। କିନ୍ତୁ ଦୁଇ ଆଥ୍‌ଲେଟ ଏହି ପ୍ରସଙ୍ଗରେ କିଛି ହେଲେ ସାର୍ବଜନୀନ କରି ନ ଥିଲେ। ସାନିଆ ଓ ଶୋଏବ ୨୦୧୦ରେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଦୁଇ ଦେଶରେ ରହିଥିବା ସମର୍ଥକଙ୍କ ସେମାନଙ୍କ ଉପରେ ନଜର ରହିଥିଲା। ସେମାନଙ୍କ ବୈବାହିକ ଜୀବନ ବେଶିଦିନ ତିଷ୍ଠି ରହିବ କି ନା ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଛାଡ଼ପତ୍ର ନେଇ ହଲ୍ଲଗୁଲ୍ଲା ଚାଲିଥିବା ବେଳେ ଦୁଇ ଆଥ୍‌ଲେଟଙ୍କୁ ଏକତ୍ରିତ ପାକିସ୍ତାନୀ ରିୟାଲିଟି ଟିଭି ଶୋ’ ‘ଦି ମିର୍ଜା ମଲିକ ଶୋ’ ରେ ଦେଖିବାକୁ ମିଳିଥିଲା। ଏଥିରେ ସେମାନେ ଉପସ୍ଥାପକ ଭାବେ ପାକିସ୍ତାନୀ ସେଲିବ୍ରଟିଙ୍କ ସାକ୍ଷାତକାର ନେଉଥିଲେ। ସାନିଆ-ଶୋଏବଙ୍କର ଇଜ୍‌ହାନ ମଲିକ ନାମକ ପୁତ୍ର ସନ୍ତାନ ରହିଛି, ଯିଏକି ୨୦୧୮ରେ ଜନ୍ମଗ୍ରହଣ କରିଥିଲେ। ୪୧ ବର୍ଷୀୟ ପାକିସ୍ତାନୀ ଅଲରାଉଣ୍ଡର ତାଙ୍କ ଇନ୍‌ଷ୍ଟାଗ୍ରାମ ବାୟୋ ସନ୍ଦର୍ଭରୁ ‘ହଜ୍‌ବ୍ୟାଣ୍ଡ ଟୁ ଏ ସୁପର ଓମ୍ୟାନ ସାନିଆ ମିର୍ଜା’ ଶୀର୍ଷକକୁ ହଟାଇ ଦେଇଛନ୍ତି। ଏହା ବଦଳରେ ‘ଫାଦର ଟୁ ଓ୍ବାନ ଟ୍ରୁ ବ୍ଲେଶିଂ’ ସ୍ଥାନ ପାଇଛି। ୩୬ ବର୍ଷୀୟା ସାନିଆ ଗତ ମାର୍ଚ୍ଚରେ ହାଇଦ୍ରାବାଦରେ ଏକ ପ୍ରଦର୍ଶନୀ ମ୍ୟାଚ ସହ ଟେନିସ୍‌ରୁ ଅବସର ନେଇଛନ୍ତି। ସେ ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ମଲିକଙ୍କ ଫଟୋକୁ ଡିଲିଟ୍‌ କରିଦେଇଛନ୍ତି। ଏହା ବ୍ୟକ୍ତିଗତ ହୋଇଥିବାରୁ ସେମାନେ ପୃଥକ କିମ୍ବା ମିଳିତ ଭାବେ କୌଣସି ବିବୃତି ଦେବା ଉଚିତ ହେବ ନାହିଁ ବୋଲି ମନେକରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

ବଡ଼ ଧରଣର ଚଢ଼ାଉ: ୧୯ ଦୋକାନୀ ନାଁରେ ମାମଲା ରୁଜୁ, ଜରିମାନା ଆଦାୟ

ରିଷିଡ଼ା ୨୩।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲାରେ ତମାଖୁ ନିୟନ୍ତ୍ରଣ ଆଇନକୁ କଡ଼ାକଡ଼ି କରିବା ପାଇଁ ଏକ ସ୍ପେଶାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri