୭୭,୮୧୫ କୋଟି ଟଙ୍କାର ସ୍ପେକ୍ଟ୍ରମ୍‌ ନିଲାମ

ଭୁବନେଶ୍ୱର,୩।୩:ଟେଲିକମ୍‌ କମ୍ପାନୀଗୁଡ଼ିକ ଲାଗି ସୋମବାର ଆରମ୍ଭ ହୋଇଥିବା ସ୍ପେକ୍ଟ୍ରମ୍‌ ନିଲାମ ମଙ୍ଗଳବାର ଶେଷ ହୋଇଛି। ୨ ଦିନରେ ମୋଟ ୭୭,୮୧୫ କୋଟି ଟଙ୍କାର ନିଲାମ ଡକାଯାଇଛି। ଟେଲିକମ୍‌ ସଚିବ ଅଂଶୁ ପ୍ରକାଶ ଏ ସମ୍ପର୍କରେ ବିସ୍ତୁତ ସୂଚନା ଦେଇଛନ୍ତି। ମଙ୍ଗଳବାର ୧୨ଟା ୪୫ରେ ନିଲାମ ପ୍ରକ୍ରିୟା ଶେଷ ହୋଇଥିଲା। ୮୦୦ ମେଗାହର୍ଜ (ଏମ୍‌ଏଚ୍‌ଜେଡ୍‌), ୯୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୨୧୦୦ ମେଗାହର୍ଜ ଏବଂ ୨୩୦୦ ମେଗାହର୍ଜ ନିଲାମ ହୋଇଥିଲା। ହେଲେ ୭୦୦ ଏବଂ ୨୫୦୦ ମେଗାହର୍ଜ ପ୍ରିମିୟମ ଏୟାରଓ୍ବେଭକୁ କିଣିବାକୁ କେହି ଆଗ୍ରହ ପ୍ରକାଶ କରି ନ ଥିଲେ।
ଭାରତୀୟ ଟେଲିକମ୍‌ ବଜାରରେ ନିଜର ସ୍ଥିତି ଜାହିର କରିଥିବା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସ୍ପେକ୍ଟ୍ରମର ଅଧିକାଂଶ ଅଂଶ କିଣିଛି। ଜିଓ ୫୭,୧୨୨.୬୫ କୋଟି ଟଙ୍କାର ଏୟାର ୱେଭ୍‌ କିଣିଥିବାବେଳେ ଏୟାରଟେଲ ୧୮,୬୯୯ କୋଟି ଟଙ୍କା ଏବଂ ଭୋଡାଫୋନ୍‌-ଆଇଡିଆ ଲିମିଟେଡ୍‌ ୧,୯୯୩.୪୦ କୋଟି ଟଙ୍କାର ଏୟାର ୱେଭ୍‌ କିଣିଥିବା ଜଣାପଡ଼ିଛି। ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍‌ ଓ ଭୋଡାଫୋନ୍‌ ଆଇଡିଆ ଭଳି ଅଗ୍ରଣୀ ଟେଲିକମ କମ୍ପାନୀଗୁଡ଼ିକ ମଧ୍ୟରେ ସ୍ପେକ୍ଟ୍ରମ୍‌ କିଣିବା ଲାଗି ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ୪ଜି ସେବା ପ୍ରଦାନ କରୁଥିବା କମ୍ପାନୀଗୁଡ଼ିକ ପାଖରେ ଯେଉଁ ସ୍ପେକ୍ଟ୍ରମ ଥିଲା, ତାହାର ଅବଧି ଶେଷ ହୋଇଯାଉଥିବାରୁ ନୂଆ ସ୍ପେକ୍ଟ୍ରମ୍‌ ନିଲାମ କରାଯାଇଛି। କେନ୍ଦ୍ର ସରକାର ଟେଲିକମ୍‌ କମ୍ପାନୀଗୁଡ଼ିକ ଲାଗି ୩.୯୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୨୫୧.୨୫ ମେଗାହର୍ଜ ସ୍ପେକ୍ଟ୍ରମ୍‌ ନିଲାମ କରିଛନ୍ତି। ଟେଲିକମ୍‌ ସିଗ୍ନନାଲକୁ ୭ଟି ବ୍ୟାଣ୍ଡ୍‌ରେ ବହନ କରୁଥିବା ୨,୨୫୦ ମେଗାହର୍ଜ ସ୍ପେକ୍ଟ୍ରମ୍‌ର ରିଜର୍ଭ ମୂଲ୍ୟ ବା ଷ୍ଟାର୍ଟ ପ୍ରାଇସ୍‌ ୪ ଲକ୍ଷ କୋଟି ରହିଥିଲା। ସୋମବାର ପ୍ରଥମ ଦିନରେ ୭୭,୧୪୬ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri