ଭୁବନେଶ୍ୱର, ୧।୧(ବ୍ୟୁରୋ): ସିକିଲ୍ ସେଲ୍ ରୋଗର ନିରାକରଣ ପାଇଁ ରାଜ୍ୟରୁ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ଆନୁଷ୍ଠାନିକ ବ୍ୟବସ୍ଥା କରିବା ପାଇଁ ସରକାର ନିଷ୍ପତ୍ତି କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସବ୍-କମିଟି ଗଠନ କରାଯାଇଛି। ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ନିର୍ଦ୍ଦେଶକ ଏଥିରେ ସହ-ଅଧ୍ୟକ୍ଷ ଥିବାବେଳେ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକଙ୍କୁ ସଦସ୍ୟ ରହିଛନ୍ତି। ଭେଲୋରସ୍ଥିତ ଖ୍ରୀଷ୍ଟିଆନ୍ ମେଡିକାଲ କଲେଜ ଏବଂ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକଙ୍କୁ ବୈଷୟିକ ସହଯୋଗୀ ଭାବେ କମିଟିରେ ଗ୍ରହଣ କରାଯାଇଛି। ସେହିପରି ଜିଲାସ୍ତରୀୟ କମିଟି ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି। ସମ୍ପୃକ୍ତ ଏମ୍ପି କମିଟିର ସ୍ବତନ୍ତ୍ର ଅତିଥି ସଦସ୍ୟ ରହିବେ। ବ୍ଲକସ୍ତରୀୟ କମିଟି ବ୍ଲକ ମେଡିକାଲ ଅଫିସରଙ୍କ ଅଧ୍ୟକ୍ଷତାରେ କାମ କରିବ। ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏହାର ସହ-ଅଧ୍ୟକ୍ଷ ରହିବେ। ଗଠନ ହୋଇଥିବା ସମସ୍ତ କମିଟି ସିକିଲ୍ ସେଲ୍ ବିଷୟରେ ସଚେତନତା, ଚିହ୍ନଟ ଏବଂ ଚିକିତ୍ସା ଆଦି କାର୍ଯ୍ୟକ୍ରମର ପରିଚାଳନା କରିବେ। ଏ ନେଇ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

CORONAVIRUS UPDATE: ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା
ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୋମବାର ଅପରାହ୍ନରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଯାଜପୁରରେ...

ଓଡ଼ିଆ ଫିଲ୍ମର ହିନ୍ଦୀ, ଇଂଲିଶ ନାମକରଣ : ବିବାଦ ଉଠୁଥିଲେ ବି ମିଳୁଛି ସ୍ବୀକୃତି
ଭୁବନେଶ୍ୱର,୯ା୯ : ଓଡ଼ିଆ ଫିଲ୍ମର ନାମ ଓ ଗୀତରେ ହିନ୍ଦୀ, ଇଂଲିଶ ବ୍ୟବହାରକୁ ନେଇ ବିବାଦ ନୂଆ କଥା ନୁହେଁ। ବିଗତ କିଛିବର୍ଷ ମଧ୍ୟରେ ନକଲ...

ଗେଷ୍ଟ ହାଉସରେ ସେକ୍ସ ର଼୍ୟାକେଟ, ୨ ଗିରଫ
ଭୁବନେଶ୍ୱର,୨୨ା୮(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ନିକଟ ଏକ ଗେଷ୍ଟ ହାଉସରେ ସେକ୍ସ କାରବାର ଚାଲିଥିଲା। ଏ ସମ୍ପର୍କରେ ସୂଚନା ମିଳିବା ପରେ ମଙ୍ଗଳବାର ଖଣ୍ଡଗିରି...

ରାଜ୍ୟରେ ସୁସ୍ଥ ହେଲେ ୩୯୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୫ା୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୩୯୨ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସୁନ୍ଦରଗଡରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୭୧ ଜଣ। ଖୋର୍ଦ୍ଧାରୁ ୪୬, ଅନୁଗୋଳରୁ...

ବୃନ୍ଦାବନରେ ଫସି ରହିଛନ୍ତି ୬୦ ଓଡ଼ିଆ ତୀର୍ଥଯାତ୍ରୀ
ଅମରପାଲି, ୨୬ା୩(ଡି.ଏନ.ଏ.): ତୀର୍ଥ କରିବାକୁ ଯାଇଥିବା ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲାର ୬୦ ଜଣ ତୀର୍ଥଯାତ୍ରୀ ଏବେ ଉତ୍ତରପ୍ରଦେଶର ବୃନ୍ଦାବନରେ ଫସି ରହିଛନ୍ତି। ସେମାନଙ୍କ...

ବାହାର ରାଜ୍ୟରୁ ଆସିଲେ ଆର୍ଟିପିସିଆର୍ ବାଧ୍ୟତାମୂଳକ
ଭୁବନେଶ୍ୱର, ୮।୪(ବ୍ୟୁରୋ): ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ ଏଣିକି ଆର୍ଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ। ଯେଉଁମାନେ ଟେଷ୍ଟ ନ କରିବେ ସେମାନଙ୍କୁ ୭ ଦିନ...

କରୋନା ପ୍ରୋଟୋକଲ୍ ମାନୁନାହାନ୍ତି ଭୁବନେଶ୍ୱରର ହସ୍ପିଟାଲ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜଧାନୀର ଅନେକ ହସ୍ପିଟାଲ କରୋନା ପ୍ରୋଟୋକଲ୍ ପାଳନ କରୁନାହାନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇ ନୋଟିସ କରଯାଇଛି ବୋଲି ଗୁରୁବାର ଖବରଦାତା ସମ୍ମିଳନୀରେ ଭୁବନେଶ୍ୱର ମହାନଗର...

ଆଉ ୬ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୮ କୁ ବୃଦ୍ଧି ପାଇଛି।...