ଚାକିରି ନାଁରେ ବଡ଼ ଠକେଇ

ଭୁବନେଶ୍ୱର,୧ା୧(ବ୍ୟୁରୋ): ସାରା ଦେଶକୁ ବ୍ୟାପିଛି ଠକେଇ ର଼୍ୟାକେଟ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ଜାଲ ବିଛାଇ ଚାକିରି ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକିନେଇଥିବା ମାଷ୍ଟରମାଇଣ୍ଡ୍‌ଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଉତ୍ତରପ୍ରଦେଶ ଆଲିଗଡରୁ ଗିରଫ କରିଛି। ସେ ହେଲେ ବି.ଟେକ ପଢୁଆ ଯୁବକ ଜାଫର ଅହମ୍ମଦ (୨୫)। ଇଓଡବ୍ଲ୍ୟୁ ଏକ ମାମଲା (ନଂ.୧୭/୨୦୨୨) ରୁଜୁ କରି ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ପରେ ତାଙ୍କୁ ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଆଣି ପଚରାଉଚରା କରୁଛି ଇଓଡବ୍ଲ୍ୟୁ। ଅନ୍ୟ ୨ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରାଯାଉଛି। ଜାଫର ନକଲି ସରକାରୀ ୱେବ୍‌ସାଇଟ୍‌ ଖୋଲି ଜୀବନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା, ଗ୍ରାମୀଣ ସମାଜ ମାନବ ସ୍ବାସ୍ଥ୍ୟ ସେବା, ଭାରତୀୟ ଜନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଜରିଆରେ ପାଖାପାଖି ୫୦ ହଜାର ଚାକିରି ଆଶାୟୀଙ୍କଠାରୁ ଟଙ୍କା ଠକିନେଇଥିବା ଜଣାପଡିଛି। ଦେଶରେ ଏହା ସବୁଠୁ ବଡ ନିଯୁକ୍ତି ଠକେଇ ର଼୍ୟାକେଟ ବୋଲି ଇଓଡବ୍ଲ୍ୟୁ ଡିଆଇଜି ଜୟନାରାଣୟ ପଙ୍କଜ ସୂଚନା ଦେଇଛନ୍ତି। ଏଥିସହ ଅନ୍ୟ ରାଜ୍ୟର ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ଆଲର୍ଟ କରାଯାଇଛି।
ଡିଆଇଜିଙ୍କ ସୂଚନାନୁଯାୟୀ, ବି.ଟେକ୍‌ ପାସ୍‌ କରିଥିବା ପ୍ରାୟ ୩ଜଣ ବ୍ୟକ୍ତି ଓ ଜଣେ ୱେବ୍‌ସାଇଟ୍‌ ଏକ୍ସପର୍ଟଙ୍କୁ ନେଇ ଠକ ଜାଫର ଟିମ୍‌ କରିଥିଲେ। ଏଥିସହ ଏକ ଗ୍ରୁପ୍‌ ତିଆରି କରି କିଛି ପ୍ରଫେଶନାଲ ଇଞ୍ଜିନିୟର ଓ ୱେବ୍‌ସାଇଟ୍‌ ଡେଭଲପରଙ୍କ ସହାୟତାରେ ଠକେଇ ର଼୍ୟାକେଟ ଚଳାଇଥିଲେ। ଉତ୍ତରପ୍ରଦେଶ ଆଲିଗଡରୁ ହିଁ ଏହି ର଼୍ୟାକେଟ ଅପରେଶନ ହେଉଥିଲା। ପୋଲିସ ଗତିବିଧି ଟ୍ରାକ୍‌ କରିବା ପାଇଁ କଲ୍‌ ସେଣ୍ଟରରେ ଚାକାରୀ କରୁଥିବା ୫୦ ଜଣଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏ ଦରମା ଦେଇ ରଖିଥିଲେ। ୨୦୨୦ରୁ ଖବରକାଗଜ ଜରିଆରେ ନିଯୁକ୍ତି ବିଜ୍ଞାପନ ଦେଇ ଯୁବତୀଯୁବକଙ୍କୁ ଫସାଉଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ୱେବ୍‌ସାଇଟକୁ ପୂରା ସରକାରୀ ଢାଞ୍ଚାରେ ପ୍ରସ୍ତୁତ କରିଥିଲେ। ପ୍ରତି ଆଶାୟୀଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ଟ୍ରେନିଂ ବାବଦକୁ ୩ ହଜାରରୁ ୫୦ ହଜାର ଟଙ୍କା ନେଉଥିଲେ। ଏଥିପାଇଁ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ନାମରେ ଫେକ୍‌ ବ୍ୟାଙ୍କ ଆକାଉଣ୍ଟ ଖୋଲି ନିର୍ଦ୍ଦିଷ୍ଟ ଜନସେବା କେନ୍ଦ୍ରକୁ ଯାଇ ୧୦ ପ୍ରତିଶତ କମିଶନି ଦେଇ ଟଙ୍କା ଉଠାଉଥିଲେ। ୧oହଜାର ନକଲି ମୋବାଇଲ୍‌ ସିମ୍‌ ଓ ୫ ଶହରୁ ଅଧିକ ମୋବାଇଲ ବ୍ୟବହାର କରୁଥିଲେ। ଟ୍ରୁ କଲରରେ ନାମରେ ପରିବର୍ତ୍ତନ କରୁଥିଲେ। ଠକେଇ କରି ସାରିବାପରେ ମୋବାଇଲ ଓ ସିମ୍‌ଗୁଡିକୁ ଆଲିଗଡର ଏକ ନଦୀକୁ ଫିଙ୍ଗି ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri