ନୂଆ ବର୍ଷରୁ ଦକ୍ଷିଣ ଭାରତକୁ ସ୍ବତନ୍ତ୍ର ଟୁରିଷ୍ଟ ଟ୍ରେନ୍‌

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ଭାରତୀୟ ରେଳପଥ ପକ୍ଷରୁ ‘ଭାରତ ଦର୍ଶନ’ ପ୍ୟାକେଜରେ ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ତୀର୍ଥସ୍ଥଳ ଅଞ୍ଚଳକୁ ସୁଲଭ ମୂଲ୍ୟରେ ‘ଟୁରିଷ୍ଟ ସ୍ପେଶାଲ ଟ୍ରେନ୍‌’ ଚଳାଚଳ କରୁଛି। ନୂଆବର୍ଷରୁ ଦକ୍ଷିଣ ଭାରତକୁ ଅନ୍ୟ ଏକ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଆସନ୍ତା ଜାନୁଆରୀ ୨ରେ ଟ୍ରେନ୍‌ଟି ତୀର୍ଥଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ରାତ୍ର ୧୦ଟାରେ ରାମେଶ୍ୱରମ, ମଦୁରାଇ ଓ ତିରୁପତି ଅଭିମୁଖେ ଯାତ୍ରାରମ୍ଭ କରିବ। ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ୍‌, ବିଜୟନଗରମ, ବିଶାଖାପାଟଣା ଓ ବିଜୟୱାଡାରୁ ଯାତ୍ରୀମାନେ ଏହି ତୀର୍ଥଯାତ୍ରୀ ଟ୍ରେନ୍‌ରେ ଯାଇପାରିବେ ବୋଲି ଶୁକ୍ରବାର ପୂର୍ବତଟ ରେଳପଥ ପକ୍ଷରୁ ପ୍ରକାଶ ପାଇଛି। ଏହି ପ୍ୟାକେଜର ମୂଲ୍ୟ ୮,୦୮୫ ଟଙ୍କା ରହିଥିବାବେଳେ ୭ ରାତି ଓ ୮ ଦିନଧରି ତୀର୍ଥଯାତ୍ରୀମାନେ ଗସ୍ତ କରିବେ। ଏହି ଦେୟ ମଧ୍ୟରେ ସ୍ଲିପର କ୍ଲାସ୍‌ ଟ୍ରେନ୍‌ ଯାତ୍ରା, ରହିବା, ଶାକାହାରୀ ଭୋଜନ, ପର୍ଯ୍ୟଟନ ବସ୍‌, ଏସ୍‌କର୍ଟ, ସିକ୍ୟୁରିଟି ଗାର୍ଡ, ଭ୍ରମଣ ବୀମା ସହ ଯାତ୍ରୀମାନେ ଉପରୋକ୍ତ ଗନ୍ତବ୍ୟସ୍ଥଳକୁ ପରିଦର୍ଶନ କରିପାରିବେ। ଏଥିପାଇଁ ଆଇଆର୍‌ସିଟିସି ୱେବସାଇଟ୍‌ http://www.irctc.com ଓ ଆଇଆର୍‌ସିଟିସି ପର୍ଯ୍ୟଟନ ସୁବିଧା କେନ୍ଦ୍ରରୁ ବୁକିଂ କରିପାରିବେ। ଏହି ଯାତ୍ରାରେ ୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ କୌଣସି ଦେୟ ଦେବାକୁ ପଡ଼ିବନି। ସବୁଠି ସାନିଟାଇଜେଶନ, ଥର୍ମାଲ୍‌ ସ୍କ୍ରିନିଂ ବ୍ୟବସ୍ଥା ରହିବ। ସାନିଟାଇଜର ଓ ମାସ୍କ ସହିତ କୋଭିଡ୍‌ କିଟ୍‌ ଯୋଗାଇ ଦିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିଚୟପତ୍ର ନ ଥିଲେ ବି ଟିକାକରଣରୁ କେହି ବଞ୍ଚିତ ହେବେ ନାହିଁ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ପରିଚୟ ପତ୍ର ନ ଥିଲେ ବି ଟିକାକରଣରୁ କେହି ବଞ୍ଚିତ ହେବେ ନାହିଁ। ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପରିଚୟପତ୍ର ନ ଥିବା...

ରାଜଧାନୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ଏବେ ଧୀରେ ଧୀରେ ବଢୁଛି କରୋନା ସଂକ୍ରମଣ। ଯାହାକୁ ନେଇ ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି...

୨୧ରୁ ସ୍କୁଲପିଲାଙ୍କୁ ୟୁଟ୍ୟୁବ୍‌ ଲାଇଭ୍‌ କ୍ଲାସ୍‌

ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୟୁଟ୍ୟୁବ୍‌ ଲାଇଭ୍‌ କ୍ଲାସ୍‌ ଆରମ୍ଭ ହେବ। ଖୋର୍ଦ୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ,...

ବାରିପଦାରୁ ଭୁବନେଶ୍ୱର ଗଡ଼ିଲା ବସ୍‌

ବାରିପଦା ଅଫିସ,୩୦ା୫- ଦୀର୍ଘ ୨ ମାସ ପରେ ବାରିପଦାରୁ ଭୁବନେଶ୍ୱରକୁ ଗଡ଼ିଛି ବସ୍‌। ଶୁକ୍ରବାର ୩ଟି ବସ୍‌ରେ ୨୬ ଯାତ୍ରୀ ଭୁବନେଶ୍ୱର ଯାଇଛନ୍ତି। ପ୍ରଥମ ବସ୍‌ଟି...

ବରଗଡ଼ରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ: ପଦ୍ମପୁର ପୌରାଞ୍ଚଳକୁ ବୁଧବାର ଯାଏ ସଟ୍‌ଡାଉନ୍‌ ଘୋଷଣା

ବରଗଡ଼ ଅଫିସ,୨୧।୬- ବରଗଡ଼ ଜିଲାରେ ଘାତକ କରୋନା (କୋଭିଡ-୧୯) ସଂକ୍ରମଣ ବଢିବାରେ ଲାଗିଛି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ଜିଲାର ପଦ୍ମପୁର...

ଦଳେଇଘାଇଠାରେ ବିପଦ ସଙ୍କେତଠାରୁ ୪ ଫୁଟ୍‌ ୯ ଇଞ୍ଚ୍‌ ତଳେ ବନ୍ୟାଜଳ ପ୍ରବାହିତ

ବିରିଡ଼ି,୧୪ା୮(ଡି.ଏନ.ଏ.): ଦଳେଇଘାଇଠାରେ ବୁଧବାର ବନ୍ୟାଜଳ ବିପଦ ସଙ୍କେତଠାରୁ ୪ଫୁଟ୍‌ ୯ଇଞ୍ଚ୍‌ ତଳେ ପ୍ରବାହିତ ହେଉଛି। ଅର୍ଥାତ୍‌ ସନ୍ଧ୍ୟାରେ ୫୨ ଫୁଟ୍‌ ୩ ଇଞ୍ଚ ରହିଛି। ଏଣୁ...

ଶିଶୁପୁତ୍ରକୁ ୧୦ହଜାର ଟଙ୍କାରେ ବିକ୍ରି କରିବା ଘଟଣା: ବାପାଙ୍କ ସହ ୪ ଗିରଫ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ବସ୍ତିରେ ଅଭାବ ଅନଟନରେ ଦିନ କାଟୁଥିବା ଜଣେ ମା’ ନିଜର ୧୯ ଦିନର ଶିଶୁପୁତ୍ରକୁୁ ବିକ୍ରି କରିଥିବା ଅଭିଯୋଗ...

ଯାଜପୁରରେ କରୋନା କଟକଣା: ବାରୁଣୀ ମହାସ୍ନାନ ବାତିଲ, ସହରରେ ୧୪୪ ଧାରା ଜାରି

ଯାଜପୁର ଅଫିସ,୧୬।୩: ପ୍ରସିଦ୍ଧ ବାରୁଣୀ ମେଳାକୁ ବାତିଲ କରାଯିବା ସହ ଯାଜପୁର ସହରରେ ୧୪୪ ଧାରା ଜାରି କରାଯାଇଛି।  ଯାଜପୁର ଜିଲା ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି...

Advertisement
Archives

Model This Week