କମାଲ ଦେଖାଉଛନ୍ତି ନବୀନଙ୍କ ଡୁପ୍ଲିକେଟ୍‌: ପେସା ମେକାନିକ, ନିଶା କିନ୍ତୁ…

ଭବାନୀପାଟଣା,୨।୧୧(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ବେଶ ଓ ତାଙ୍କ ଭଳି କଥା। ହଠାତ୍‌ ଦେଖିଲେ ଚମକି ଯିବେ। ମୁଖ୍ୟମନ୍ତ୍ରୀଙ୍କ କଥାକୁ ଫଲୋ କରି ଉପସ୍ଥାପନା କରିବା ତାଙ୍କର ମୁଖ୍ୟ ପରିଚୟ। ଜିଲାରେ କୌଣସି ଯାନିଯାତ୍ରା ହେଉ କିମ୍ବା ପର୍ବ ପର୍ବାଣୀ ସୋସିଆଲ ମିଡିଆରେ ଆସିଥାଏ ତାଙ୍କର ମଜାକିଆ ଶୁଭେଚ୍ଛା ବାର୍ତ୍ତା। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଫ୍ୟାନ ବୋଲି ନିଜକୁ କହନ୍ତି। ଆଉ ଜିଲାବାସୀ ତାଙ୍କୁ ଶ୍ରଦ୍ଧାରେ ଡାକିଥାନ୍ତି ଡୁପ୍ଲିକେଟ ସିଏମ୍‌। ପେଶାରେ ଜଣେ ମୋଟର ସାଇକେଲ ମେକାନିକ। ଆଉ ନିସା କିନ୍ତୁ ଭିନ୍ନ। ଜଣେ ଦୁଖୀ ମଣିଷର ମୁହଁରେ ସର୍ବଦା ହସ ଟିକେ ଆଣୁଥିବା ବ୍ୟକ୍ତି ହେଉଛନ୍ତି ସେ କୈଳାସ ସାହୁ। ଘର ତାଙ୍କର କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ। ସହରର ଘୋଡାଘାଟ ଛକ ଜାତୀୟ ରାଜପଥ ୨୬ କଡରେ ରହିଛି ତାଙ୍କର ମୋଟର ସାଇକେଲ ମରାମତି ଥାପା ଗ୍ୟାରେଜ। ସେ ଆଜିକୁ ୧୫ ବର୍ଷ ହେବ ସହରରେ ଜଣେ ପ୍ରତିଷ୍ଠିତ ମେକାନିକ ଭାବେ ପରିଚିତ୍‌। ତାଙ୍କର ରହିଛି ଆଉ ଏକ ଭିନ୍ନ ପରିଚୟ। ସେ ଜଣେ ହାସ୍ୟ କଳାକାର ଭାବେ ଜିଲାରେ ବେଶ୍‌ ପରିଚିତ। ହାଇସ୍କୁଲ ପଢିବା ବେଳେ ସେ ଅନେକ କଳାକାରଙ୍କୁ ସ୍ବର ମିମିକ୍ରି କରୁଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ବର ଶୁଣି ତାଙ୍କ ମଧ୍ୟ ସେ ମିମିକ୍ରି କରିବା ଆରମ୍ଭ କରିଥିଲେ। ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଭଳି ବେଶ କରି ତାଙ୍କ ମିମିକ୍ରି କରି ବିଭିନ୍ନ ପର୍ବ ପର୍ବପାଣୀରେ ବୁଲି ମଜାକିଆ ଶୁଭେଚ୍ଛା ଲୋକଙ୍କୁ ଜଣାଇଥିଲେ। ଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ଦର୍ଶନ ସମୟରେ କୈଳାସ ତାଙ୍କୁ ଦେଖା କରିଥିଲେ। ମୁଖ୍ୟମନ୍ତ୍ରୀ ଖୁସି ହୋଇ କୈଳାସଙ୍କୁ ଥ୍ୟାଙ୍କୟୁ କହିଥିଲେ। ବୁଧବାର ମୁଖ୍ୟମନ୍ତ୍ରୀ ଭବାନୀପାଟଣାସ୍ଥିତ ବିଶ୍ୱବିଦ୍ୟାଳୟ ଖେଳ ପଡିଆକୁ ଆସୁଥିବା ଜାଣି କୈଳାସ ମୁ୍ଯଯମନ୍ତ୍ରୀ ଭଳି ବେଶ ହୋଇ ସେଠାରେ ପହଞ୍ଚତ୍ ଲୋକଙ୍କୁ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ) – ସିନେ ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri