ଅସହାୟଙ୍କ ସାହା ପାଲଟିଛନ୍ତି ଜଳନ୍ଧର

ନିରାକାରପୁର,୧୬।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ପ୍ରତିହତ କରିବା ପାଇଁ ସରକାର ଲକଡାଉନ ଓ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏଥିଯୋଗୁ ବିଭିନ୍ନ ଜାଗାରେ ନିରାଶ୍ରୟ, ଅସହାୟ, ଭିକ୍ଷୁକ, ମାନସିକ ବିକାରଗ୍ରସ୍ତମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଏମାନଙ୍କ ପାଇଁ ଗୋଟିଏ ଓଳି ଖାଇବା ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏଭଳି ବିପତ୍ତି ସମୟରେ ଜଣେ ବ୍ୟକ୍ତି ଅସହାୟମାନଙ୍କୁ ଖାଦ୍ୟ, ଔଷଧ ଦେବା ସହ ସ୍ବାସ୍ଥ୍ୟ ସେବା ଓ ମେଡିକାଲ ପହଞ୍ଚାଇ ମାନବିକତାର ପରିଚୟ ଦେଇଛନ୍ତି। ସେ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ନିଧିପୁର ଗ୍ରାମର ଜଳନ୍ଧର ପାଇକରାୟ। ସେ ପେସାରେ ଜଣେ କାର୍‌ ଡ୍ରାଇଭିଂ ଶିକ୍ଷକ ଥିବାବେଳେ ଅସହାୟ, ଦୁଃଖୀଙ୍କୁ ସେବା କରିବା ତାଙ୍କ ନିଶା ପାଲଟିଛି। ବାଟରେ ଘାଟରେ ଯେକେହି ବି ଅସହାୟ ଅବସ୍ଥାରେ ଥିବା ଦେଖିଲେ ଜଳନ୍ଧର ପାଖକୁ ଯାଇ ନିଜସ୍ବ ଚେଷ୍ଟାରେ ସହାୟତା କରୁଛନ୍ତି। ଜଳନ୍ଧରଙ୍କ ପରିବାର କହିଲେ ସ୍ତ୍ରୀ ସହ ଗୋଟିଏ ଝିଅ ଓ ପୁଅ। ଜଳନ୍ଧରଙ୍କ ଏହି ସେବା ମନୋବୃତ୍ତିକୁ ଦେଖି ପରିବାର ଲୋକେ ମଧ୍ୟ ସହଯୋଗ କରୁଛନ୍ତି। ସେ ପାରାଦୀପ ଅଞ୍ଚଳରେ ରହି କାର୍‌ ଡ୍ରାଇଭିଂ ଶିକ୍ଷାଦାନ କରୁଥିବାବେଳେ ଏବେ ଲକଡାଉନ ଯୋଗୁ ଘରକୁ ଚାଲିଆସିଛନ୍ତି। ଘରେ ରହିବା ସମୟରେ ଟିଭି, ଖବରକାଗଜରେ ଅସହାୟଙ୍କ ଅବସ୍ଥା ଦେଖି ସାହାଯ୍ୟ କରିବାକୁ ଚିନ୍ତା କରିଥିଲେ। ରବିବାର ନିରାକାରପୁର ବଜାର ଦେଇ ଯାଉଥିବା ବେଳେ ୨ଜଣ ମାନସିକ ବିକାର ଗ୍ରସ୍ତ ରୋଗୀଙ୍କୁ ଦେଖିଥିଲେ। ସେମାନଙ୍କ ଚୁଟି କାଟିବା ସହ ସଫା ସୁତରା କରି ଖାଇବାକୁ ଦେଇଥିଲେ। ଅସହାୟଙ୍କୁ ସେବା କରିବା ଦ୍ୱାରା ସେମାନେ ଆଗ ଅପେକ୍ଷା ୫୦ ଭାଗ ସୁସ୍ଥ ହେଇଯାଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଏପରିକି ସେ ଯୁବାବସ୍ଥାରୁ ଲୋକଙ୍କୁ ସେବା କରିବାର ଇଚ୍ଛା ରଖି କାର୍ଯ୍ୟ ସମୟ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯାଇଥିବାବେଳେ ସେଠାରେ ଅସହାୟ ଓ ନିରାଶ୍ରୟମାନଙ୍କୁ ଖାଦ୍ୟ, ଔଷଧ ଯୋଗାଇ ଦେଇଛନ୍ତି। ମାନସିକ ବିକାରଗ୍ରସ୍ତଙ୍କ ନଖ, ଚୁଟି କାଟି ସଫା କରିବା ସହ ନୂଆ ଜାମା ଦେଇଥାନ୍ତି। ଇତି ମଧ୍ୟରେ ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସେବା କରିଥିବାବେଳେ ସେବା, ସାହାଯ୍ୟ ଦ୍ୱାରା ଯେତିକି ଆନନ୍ଦ ମିଳେ, ତା’ଠାରୁ ଢେରଗୁଣ ଖୁସି ଲାଗେ। ମୋର ଏହି ସେବା ବଞ୍ଚତ୍ଥିବା ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଳନ୍ଧର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?