ଅସହାୟଙ୍କ ସାହା ପାଲଟିଛନ୍ତି ଜଳନ୍ଧର

ନିରାକାରପୁର,୧୬।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ପ୍ରତିହତ କରିବା ପାଇଁ ସରକାର ଲକଡାଉନ ଓ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏଥିଯୋଗୁ ବିଭିନ୍ନ ଜାଗାରେ ନିରାଶ୍ରୟ, ଅସହାୟ, ଭିକ୍ଷୁକ, ମାନସିକ ବିକାରଗ୍ରସ୍ତମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଏମାନଙ୍କ ପାଇଁ ଗୋଟିଏ ଓଳି ଖାଇବା ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏଭଳି ବିପତ୍ତି ସମୟରେ ଜଣେ ବ୍ୟକ୍ତି ଅସହାୟମାନଙ୍କୁ ଖାଦ୍ୟ, ଔଷଧ ଦେବା ସହ ସ୍ବାସ୍ଥ୍ୟ ସେବା ଓ ମେଡିକାଲ ପହଞ୍ଚାଇ ମାନବିକତାର ପରିଚୟ ଦେଇଛନ୍ତି। ସେ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ନିଧିପୁର ଗ୍ରାମର ଜଳନ୍ଧର ପାଇକରାୟ। ସେ ପେସାରେ ଜଣେ କାର୍‌ ଡ୍ରାଇଭିଂ ଶିକ୍ଷକ ଥିବାବେଳେ ଅସହାୟ, ଦୁଃଖୀଙ୍କୁ ସେବା କରିବା ତାଙ୍କ ନିଶା ପାଲଟିଛି। ବାଟରେ ଘାଟରେ ଯେକେହି ବି ଅସହାୟ ଅବସ୍ଥାରେ ଥିବା ଦେଖିଲେ ଜଳନ୍ଧର ପାଖକୁ ଯାଇ ନିଜସ୍ବ ଚେଷ୍ଟାରେ ସହାୟତା କରୁଛନ୍ତି। ଜଳନ୍ଧରଙ୍କ ପରିବାର କହିଲେ ସ୍ତ୍ରୀ ସହ ଗୋଟିଏ ଝିଅ ଓ ପୁଅ। ଜଳନ୍ଧରଙ୍କ ଏହି ସେବା ମନୋବୃତ୍ତିକୁ ଦେଖି ପରିବାର ଲୋକେ ମଧ୍ୟ ସହଯୋଗ କରୁଛନ୍ତି। ସେ ପାରାଦୀପ ଅଞ୍ଚଳରେ ରହି କାର୍‌ ଡ୍ରାଇଭିଂ ଶିକ୍ଷାଦାନ କରୁଥିବାବେଳେ ଏବେ ଲକଡାଉନ ଯୋଗୁ ଘରକୁ ଚାଲିଆସିଛନ୍ତି। ଘରେ ରହିବା ସମୟରେ ଟିଭି, ଖବରକାଗଜରେ ଅସହାୟଙ୍କ ଅବସ୍ଥା ଦେଖି ସାହାଯ୍ୟ କରିବାକୁ ଚିନ୍ତା କରିଥିଲେ। ରବିବାର ନିରାକାରପୁର ବଜାର ଦେଇ ଯାଉଥିବା ବେଳେ ୨ଜଣ ମାନସିକ ବିକାର ଗ୍ରସ୍ତ ରୋଗୀଙ୍କୁ ଦେଖିଥିଲେ। ସେମାନଙ୍କ ଚୁଟି କାଟିବା ସହ ସଫା ସୁତରା କରି ଖାଇବାକୁ ଦେଇଥିଲେ। ଅସହାୟଙ୍କୁ ସେବା କରିବା ଦ୍ୱାରା ସେମାନେ ଆଗ ଅପେକ୍ଷା ୫୦ ଭାଗ ସୁସ୍ଥ ହେଇଯାଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଏପରିକି ସେ ଯୁବାବସ୍ଥାରୁ ଲୋକଙ୍କୁ ସେବା କରିବାର ଇଚ୍ଛା ରଖି କାର୍ଯ୍ୟ ସମୟ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯାଇଥିବାବେଳେ ସେଠାରେ ଅସହାୟ ଓ ନିରାଶ୍ରୟମାନଙ୍କୁ ଖାଦ୍ୟ, ଔଷଧ ଯୋଗାଇ ଦେଇଛନ୍ତି। ମାନସିକ ବିକାରଗ୍ରସ୍ତଙ୍କ ନଖ, ଚୁଟି କାଟି ସଫା କରିବା ସହ ନୂଆ ଜାମା ଦେଇଥାନ୍ତି। ଇତି ମଧ୍ୟରେ ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସେବା କରିଥିବାବେଳେ ସେବା, ସାହାଯ୍ୟ ଦ୍ୱାରା ଯେତିକି ଆନନ୍ଦ ମିଳେ, ତା’ଠାରୁ ଢେରଗୁଣ ଖୁସି ଲାଗେ। ମୋର ଏହି ସେବା ବଞ୍ଚତ୍ଥିବା ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଳନ୍ଧର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri