Posted inଫୁରସତ

ଗୀତ ହେଉଛି ବିନ୍ଦୁ ଭିତରେ ସିନ୍ଧୁର ଦର୍ଶନ

‘ପୀରତି ତୋର ଦୂରୁ ଜୁହାର, ଅଠାକାଠି ପରି ଲାଗୁଛି। କହନା ମତେ ଆଉ ସେକଥା ଗୋଡ଼ହାତ ତୋର ଧରୁଛି।’ ପୁଣି ‘ଏମିତି ରାତି ଏ ଯେ ଅଭୁଲା ସ୍ମୃତି, ତୁନିତୁନି କଥା କହି ଯାଓଗୋ ବିତି।’ ସେହିପରି ‘ଗେଲବସରର ଦିନ ସରିଗଲା , ଭୁଲି ଯା ବାପର ଘର।’ ଆଉ ‘କାଉ ଧାନ ଖାଇଲା ବୋଲି ..।’ ଏମିତି ଏକାଧିକ ଚଳଚ୍ଚିତ୍ର ସଙ୍ଗୀତର ଲେଖକ ସେ। ପ୍ରାୟ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସାହିତ୍ୟ, ସଙ୍ଗୀତ, ବେତାର ନାଟକ, ମଞ୍ଚନାଟକ, ଚଳଚ୍ଚିିତ୍ର ଆଦିି କ୍ଷେତ୍ରରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଆକାଶବାଣୀର ସେ ଜଣେ ସ୍ବୀକୃତିପ୍ରାପ୍ତ ଗୀତିକବି ଓ ନାଟ୍ୟକାର ।

ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସମେତ ବହୁ ଅନୁଷ୍ଠାନରୁ ତାଙ୍କୁ ମିଳିଛି ପୁରସ୍କାର ଓ ସମ୍ମାନ । ସେ ହେଲେ ବୃନ୍ଦାବନ ଜେନା, ଡାକନାମ (ବୁନୁ) । ଜନ୍ମ-୧୪ ଜାନୁୟାରୀ ୧୯୪୪ମସିହାରେ। ଘର କେନ୍ଦ୍ରାପଡ଼ା ଜିଲା ପାଟକୁରା ବ୍ଲକର ଚାନ୍ଦୋଳରେ। କିନ୍ତୁ ରହୁଛନ୍ତି କଟକରେ । ସେ କୁହନ୍ତି, ଆମ ଗାଁକୁ ଘେରିଛି ଲୁଣା, ପାଇକା, ବାଘୁଣୀ ଓ ମହାନଦୀ। ଏମିତି ପରିବେଶ ଯୋଗୁ ପଢ଼ା ପାଇଁ ସମୟକ୍ରମେ ଧନୀରାମପୁର ମାମୁଘରକୁ ଆସିଲି । ମାମୁଘର ଗାଁରେ ଖଡ଼ିବଂଶ ଅବଧାନଙ୍କ ପାଖରେ ମୋ ପାଠପଢ଼ା ଆରମ୍ଭ ହୋଇଥିଲା । ଅଜା ପରମାନନ୍ଦ ଜେନା ଥିଲେ ଜଣେ ସଙ୍ଗୀତ ଗୁରୁ ଓ ପାଲାକାର। ତାଙ୍କ ସଂକୀର୍ତ୍ତନ ମଣ୍ଡଳୀରେ ଓଡ଼ିଶୀ, ଚମ୍ପୂ, ଛାନ୍ଦ, ଭଜନ ଓ ଆଧୁନିକ ଗୀତ ଶିଖେ ଓ ଗାଏ । ପରେ କୋରୁଆ ହାଇସ୍କୁଲରେ ପଢ଼ାବେଳେ ନଟ ସାର୍‌ ଗାଁର ପ୍ରାକୃତିକ ପରିବେଶ ଦେଖାଇବାକୁ ବୁଲାଇ ନିଅନ୍ତି। ସେସବୁ ଦେଖି ଗୀତ ଲେଖୁଥିଲୁ। ୭ମରେ ପଢୁଥାଏ । ମୋର ପ୍ରଥମ କବିତା – ‘ଧୀରେଧୀରେ ବହିଯାଏ ଚିତ୍ରୋତ୍ପଳା ନଈ, ତୀରେ ତା’ର ବାଲି ସୁନ୍ଦର ଦିଶଇ’ ଲେଖିଥିଲି। ସ୍କୁଲ ପଢ଼ା ସରିଲା ପରେ କେନ୍ଦ୍ରାପଡ଼ା କଲେଜରେ ନଁା ଲେଖିଥିଲି, ମାତ୍ର ଆର୍ଥିକ ଅଭାବ ଯୋଗୁ ଅଧାରେ କଲେଜପଢ଼ା ରହିଲା। ସେତେବେଳେ ଶିକ୍ଷକତା କରିଲି। ସେହି ସମୟରେ ମାମୁ ମତେ ତାଙ୍କର ଜଣେ ସାଙ୍ଗଙ୍କ ପାଖକୁ ଯିବାକୁ କହିଲେ। ଏଥିଯୋଗୁ ରାଉରକେଲା ଯିବାକୁ କହିଲେ। ଆଉ ମୁଁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ଚାକିରି କରିଲି । ଏଠାରେ କିଛି ମାସ ରହିବାପରେ ଗଭର୍ନମେଣ୍ଟ ଅଫ ଇଣ୍ଡିଆ ଟେଲିକମରେ ଜଏନ କଲି। ସେତେବେଳେ ରାଉର କେଲାରେ ଏକ ସାନ୍ଧ୍ୟ କଲେଜ ପ୍ରତିଷ୍ଠା ପାଇଁ ଆମେ କେତେଜଣ ଉଦ୍ୟମ କରିଥିଲୁ। ଏଠାରେ ଷ୍ଟୁଡ଼େଣ୍ଟ ହୋଇ ପଢ଼ିଲି। ଗ୍ରାଜୁଏଶନ ସରିଲାପରେ ସମ୍ବଲପୁରକୁ ଯାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଏମ୍‌ଏ ସାରିଲି। ଓଡ଼ିଆ ଭାଷା ସାହିତ୍ୟରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ସ୍ବର୍ଣ୍ଣପଦ ହାସଲ କରିଥିଲି। ଏମିତିରେ ଦିନବେଳେ କଲେଜପଢ଼ା ରାତିରେ ଚାକିରି କାମ ପୁଣି ରେଡ଼ିଓ ପାଇଁ ଗୀତ ଲେଖିବାକୁ ପଡ଼େ। ରେଡ଼ିଓ ଗୀତିକାର ଭାବେ ମୋର ପରିଚୟ ହୋଇଥାଏ। ତୋଫାନ ତ୍ରିପାଠୀଙ୍କ ସମ୍ବଲପୁରୀ ବସ୍ତ୍ରାଳୟରେ ଖଟି ଚାଲିଥାଏ। ଏଠାକୁ ବହୁ କଳାକାର ଓ ଲେଖକ ଆସନ୍ତି। ସେମାନଙ୍କ ସହିତ ମୋର ପରିଚୟ ହୁଏ। ନିର୍ଦ୍ଦେଶକ ଗୋବିନ୍ଦ ତେଜ ଓ ଧୀର ବିଶ୍ୱାଳଙ୍କ କଥାରେ ପ୍ରଥମେ ‘ଧରିତ୍ରୀ’ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଲି । ସେହି ସମୟରେ ଫୁଲବାଣୀର ଏକ କଲେଜରେ ଅଧ୍ୟାପକ ଭାବେ ଯୋଗଦେବାର ସୁଯୋଗ ମିଳିଲା, ମାତ୍ର ମୋ ପାଇଁ ଉପଯୁକ୍ତ ବାତାବରଣ ନଥିବାରୁ ସେହି ପଦବୀ ପାଇଁ ମନାକରିଦେଇଥିଲି। ପରେ ଓଡ଼ିଆ ଚଳଚ୍ଚିତ୍ର ‘ଅମରପ୍ରେମ’ ନିର୍ମାଣରେ ଆସିଷ୍ଟାଣ୍ଟ ଡାରେକ୍ଟରଭାବେ କଲିକତାରେ କାଳିଗଞ୍ଜ ଇନ୍ଦ୍ରପୁରୀ ଷ୍ଟୁଡ଼ିଓରେ କାର୍ଯ୍ୟ କରୁଥାଏ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମକରୁଥିବା ଜଣେ ବନ୍ଧୁ ସଙ୍ଗୀତ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ମୋ ପାଖକୁ ଫୋନ୍‌କରି କହିଲେ, ତମେ ମାଡ଼୍ରାସ ଆସ । ଏଠାରେ ଏକ ଓଡ଼ିଆ ସିନେମା ପାଇଁ ନିର୍ଦ୍ଦେଶକ ଭାବେ କାମ ମିଳିବ। କିନ୍ତୁ ସେତେବେଳେ ମାଡ଼୍ରାସ ଯିବା ପାଇଁ ମୋ ପାଖରେ ବିଶେଷ କିଛି ଟଙ୍କା ନଥାଏ। ଏଥିରେ ମୋତେ ନିର୍ଦ୍ଦେଶକ ଗୋପାଳ ଘୋଷ ଉତ୍ସାହିତ କରି ୧ହଜାର ଟଙ୍କା ଦେଇଥିଲେ। ତା’ ପରେ ଉପେନ୍ଦ୍ର କୁମାର ତାଙ୍କର କଲିକତାରେ ଥିବା ସିନେମା ଡିଷ୍ଟ୍ରିବୁଟରଙ୍କ ଜରିଆରେ ଏକ ଖାମ୍‌ରେ ୧ହଜାର ଟଙ୍କା ପଠେଇବା ସହିତ ଫ୍ଲାଇଟ ଟିକେଟ କାଟି ମାଡ଼୍ରାସ ଯିବାର ବ୍ୟବସ୍ଥା କରାଇଥିଲେ। ମାଡ଼୍ରାସରେ ପହଞ୍ଚିଲା ପରେ ରାଜକୀୟ ସମ୍ମାନ ଓ ଆତିଥ୍ୟ ମିଳିଥିଲା। ଏଠାରେ ଚଳଚ୍ଚିତ୍ର ନିର୍ମାଣ ପୂର୍ବରୁ ଲେଖକଭାବେ ମତେ ଏକ ଶୁଭାରମ୍ଭ ପୂଜାରେ ବସିବାକୁ ପଡ଼ିଥିଲା। ତାପରେ କୁଳଚନ୍ଦ୍ରମା ଚଳଚ୍ଚିତ୍ର ତିଆରି କରାଯାଇଥିଲା। ସମୟକ୍ରମେ କୁଳଚନ୍ଦ୍ରମା, ପତିପତ୍ନୀ ଶାସ୍ତି, ବାଟଅବାଟ, ଜନ୍ମଦାତ୍ରୀ, ପତିପତ୍ନୀ, ପରିବାର, ଘରସଂସାର ଆଦି ଏକାଧିକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ସଂଳାପ ଓ ଚିତ୍ରନାଟ୍ୟ ଦେବାର ସୁଯୋଗ ମିଳିଥିଲା। ୨୦୧୦ରୁ ନିଜସ୍ବ ଉଦ୍ୟମରେ ପ୍ରଜ୍ଞା ଏକାଡ଼େମୀ ଏଣ୍ଡ କଲଚରାଲ ଟ୍ରଷ୍ଟ ଗଠନକରି କଳାସଂସ୍କୃତିର ବିକାଶ ଦିଗରେ ସମୟ ଦେଉଛି। ତା’ ସହ ‘ମୁକ୍ତକ’ ନାମକ ଗୀତିକବିତା ପତ୍ରିକାର ସମ୍ପାଦନା କାମ ମଧ୍ୟ ଚାଲିଛି। ସେହିପରି ୧୪ଖଣ୍ଡ ନାଟକ ମଧ୍ୟରେ -ରାଜସାକ୍ଷୀ, ପୋଷା ବାଘ, ବତୀଖୁଣ୍ଟ,ଏକବିଂଶ ଶତାବ୍ଦୀର ଗବେଷଣା କେନ୍ଦ୍ର, ଶାହାଜାହାନ, ଆଲୋକ ଏବଂ ୧୨ଖଣ୍ଡ ରେଡ଼ିଓ ନାଟକ, ପ୍ରାୟ ୩୦ଟି ସିନେମା ପାଇଁ ଗୀତ ଲେଖିବା, ପୁଣି କେତୋଟିରେ ସଂଳାପ ଓ ଚିତ୍ରନାଟ୍ୟ କାର୍ଯ୍ୟ ତୁଲାଇଛି । ୧୯୭୧ରେ ପ୍ରଥମେ ‘ଧରିତ୍ରୀ’ ଚଳଚ୍ଚିତ୍ରରେ ଗୀତ ଲେଖିଥିଲି । ତା’ ପରେ ଅଲିଭାଦାଗ, ବନ୍ଧୁ ମହାନ୍ତି, ସିନ୍ଦୂରବିନ୍ଦୁ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛି। କାହ୍ନୁଚରଣଙ୍କ ‘ଶାସ୍ତି’ଉପନ୍ୟାସକୁ ଚଳଚ୍ଚିତ୍ର ଭାବେ ନିର୍ମାଣ କରିବାରେ ସ୍ବତନ୍ତ୍ର ଅନୁଭୂତି ରହିଛି। କିନ୍ତୁ ଶାସ୍ତି ସିନେମା ପରେ ଚାକିରି କ୍ଷେତ୍ରରେ ମତେ ଆଉ ଏହି କାର୍ଯ୍ୟ ପ୍ରତି ସମୟ ଦେଲେନାହିଁ। ମୋର କଳାକ୍ଷେତ୍ରରେ ସାମଗ୍ରିକ ଅବଦାନ ପାଇଁ ୨୦୦୫ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଗୀତିକବିତା ‘ପ୍ରୀତିସ୍ମୃତି ହୋଇ ଫେରିଆସେ ଯେବେ’ ପୁସ୍ତକ ପାଇଁ ୨୦୦୮ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ପୁରସ୍କୃତ ଓ ସମ୍ମାନିତ ହୋଇଛି। ଓଡ଼ିଆ ଗୀତିସାହିତ୍ୟରେ ସଙ୍ଗୀତର ସ୍ବରୂପ ନିମନ୍ତେ କେନ୍ଦ୍ରରୁ ସିନେମା ଫେଲୋଶିପ ପାଇଛି। ସେମିତି ଉତ୍କଳ ସାହିତ୍ୟସମାଜ, ଓଡ଼ିଆ ଗୀତି କବିତା ସମାଜ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସମ୍ମାନ, ନୀଳଚକ୍ର, ନୀଳଶୈଳ, ପ୍ରବାସୀ ଉତ୍କଳ ସମାଜ ଆଦି ଶତାଧିକ ସଂସ୍ଥାରୁ ପୁରସ୍କୃତ ହୋଇଛି। ୨୦୦୪ରେ ଚାକିରିରୁ ଅବସର ନେଇ ସାରିଛିି। ଘରେ ପତ୍ନୀଙ୍କ ସହିତ ରହୁଛିି । ମୋର ଏକମାତ୍ର ଝିଅର ବିବାହ କାର୍ଯ୍ୟ ସାରିଛିି। ହଁ , ପ୍ରେମ ବିନା ଗୀତିକବିତା ଲେଖାଯାଇ ପାରେନା, ହୃଦୟର ଅନୁଭୂତିରୁ ହିଁ ଲେଖିହୁଏ।କବିତା ଯାହା ପଢ଼ାଯାଏ ମାତ୍ର ଗୀତିକବିତା ସ୍ବର, ଲୟ, ତାଳ ଓ ଛାନ୍ଦରେ ଗାନ କରାଯାଇଥାଏ। ଏହି ଗୀତ ହେଉଛି ବିନ୍ଦୁ ଭିତରେ ସିନ୍ଧୁର ଦର୍ଶନ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri