ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୋଲିସର ଅତ୍ୟାଚାରକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମାଲକାନଗିରି,୨୫ା୭(ଡି.ଏନ୍‌.ଏ.): ଗଣମାଧ୍ୟମକୁ ସମ୍ବିଧାନରେ ଚତୁର୍ଥ ସ୍ତମ୍ଭ ବୋଲି ବିବେଚନା କରାଯାଇଥିବା ବେଳେ ଏହି ଗଣମାଧ୍ୟମ ପ୍ରତିନିଧିମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ ବିଫଳତା, ଲୋକଙ୍କ ସମସ୍ୟା ସମ୍ବନ୍ଧରେ ରାତିଦିନ କଷ୍ଟ କରି କୋଟି କୋଟି ଲୋକଙ୍କୁ ଦେଶ ବିଦେଶରେ ବିଭିନ୍ନ ସୂଚନା ଦେଇଥାନ୍ତି। ଏଥିସହ ଅନେକ ଘଟଣାର ସମାଧାନ ମଧ୍ୟ ହୋଇ ପାରୁଛି ା ଯେଉଁଠି କିଛି ଘଟଣା ସରକାର କିମ୍ବା ପ୍ରଶାସନ ଜାଣି ପାରୁନାହାନ୍ତ ସେଠି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଘଟଣା ସମ୍ବନ୍ଧରେ ସରକାର ଏବଂ ଜିଲା ପ୍ରଶାସନକୁ ଅବଗତ କରି ଅନେକ ବଡ଼ବଡ଼ ଘଟଣାର ସମାଧାନ ଏବଂ ସଂଶୋଧନ କରି ପାରୁଛି। ଚତୁର୍ଥସ୍ତମ୍ଭ ଗଣତନ୍ତ୍ରର ରକ୍ଷାକବଚ। କିନ୍ତୁ କେତେକ ବିଶୃଙ୍ଖୁଳିତ ପୋଲିସ ଅଧିକାରୀ ରାଜ୍ୟରେ ଅନେକ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରି ଆସୁଥିବା ନଜିର ରହିଛି।

ମାଲକାନଗିରି ଜିଲାରେ ୧୫୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ନିକଟରେ କେନ୍ଦ୍ରାପଡ଼ାଠାରେ ଜଣେ ମହିଳା ପୋଲିସ ସର୍ବସାଧାରଣରେ ଜଣେ ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାକୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେହିପରି ପୁରୀ ଜିଲା ଗୋପ୍‌ ଥାନା ଅଧିକାରୀ ଜଣେ ସାମ୍ବାଦିକଙ୍କୁ ଗୁଳିକରି ମାରିଦେବା ଧମକ,ଫୁଲବାଣୀରେ ଜଣେ ମହିଳା ଆର.ଆଇ ସମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ମୋବାଇଲ୍‌ ଛଡ଼ାଇ ନେବା ଘଟଣା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ରବିବାର ମାଲକାନଗିରି ଭାରପ୍ରାପ୍ତ ଜିଲାପାଳ ବୀରସେନ୍‌ ପ୍ରଧାନଙ୍କ ଜରିଆରେ ଏକ ଦାବିପତ୍ର ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବିପତ୍ର ଦେବା ସମୟରେ ଦେବ ପ୍ରସାଦ ଦାସ, ରତ୍ନାକର ଦାସ, ଦୁର୍ଯ୍ୟୋଧନ ପାତ୍ର, ମିଲୁ ପଟ୍ଟନାୟକ, ସତ୍ୟନାରାୟଣ ଦାସ, ମନୋଜ କୁମାର ମହାନ୍ତି, ଶ୍ରୀନିବାସ ପାତ୍ର, ଅଶୋକ ମିଶ୍ର, ପଞ୍ଚାନନ ଦାସ, ତ୍ରିଲୋଚନ ଦାସ, ସୀମାଞ୍ଚଳ ପାଣିଗ୍ରାହୀ, ଅଶିମ୍‌ ବିଶ୍ୱାସ, ଅପୂର୍ବ ଥଣ୍ଡର, ଚନ୍ଦ୍ରକାନ୍ତ ପଣ୍ଡାଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?