ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୩୧ା୩(ଅନିଲ ଦାସ)ମତଦାତା ତାଲିକାରେ ଭିନ୍ନକ୍ଷମ ମତଦାତାଙ୍କୁ ସାମିଲ କରିବାରେ ଓଡ଼ିଶାର ହାର ଜାତୀୟ ହାରଠୁ ଉପରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫.୪୭ ଲକ୍ଷ ଭିନ୍ନକ୍ଷମ ଭୋଟର ମତଦାନ ପାଇଁ ମାର୍କିଂ ହୋଇଛନ୍ତି। ସେମାନଙ୍କୁ ଘରୁ ମତଦାନ କେନ୍ଦ୍ରକୁ ଆଣିବା ଓ ମତଦାନ କେନ୍ଦ୍ରରୁ ନେଇ ଘରେ ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି। ମତଦାନ କେନ୍ଦ୍ରରେ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ହ୍ବିଲ୍‌ଚେୟାରର ବନ୍ଦୋବସ୍ତ କରାଯାଇଛି। ସମସ୍ତ ମତଦାନ କେନ୍ଦ୍ରରେ ହ୍ବିଲ୍‌ଚେୟାର ନେବା ପାଇଁ ସ୍ବତନ୍ତ୍ର ର଼୍ୟାମ୍ପର ବ୍ୟବସ୍ଥା ରହିବ। ସମସ୍ତ ବୁଥ୍‌ରେ ଭିନ୍ନକ୍ଷମ ମତଦାତାମାନେ ଅଗ୍ରାଧିକାର ଭିତ୍ତିରେ ମତଦାନ କରିବେ। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୧୪ରୁ ୧୮ ବର୍ଷ ବୟସର ସ୍ବେଚ୍ଛାସେବୀମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ରାଜ୍ୟ ଷ୍ଟିୟରିଂ କମିଟି (ସୁଗମ ନିର୍ବାଚନ)’ ବୈଠକରେ ‘ଭିନ୍ନକ୍ଷମ ମତଦାତା’ଙ୍କ ପାଇଁ ମତଦାନ ପ୍ରକ୍ରିୟାକୁ ସୁଗମ କରିବା ବିଷୟରେ ଆଲୋଚନା ହୋଇଥିଲା। ଜିଲାସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ସମୟରେ ମଧ୍ୟ ଭିନ୍ନକ୍ଷମ ମତଦାତାଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁଗମ ମତଦାନର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇବା ପାଇଁ ସେକ୍ଟର ଅଫିସର, ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଓ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷିତ କରାଯାଇଛି। ଦୃଷ୍ଟିବାଧିତ ମତଦାତାଙ୍କ ପାଇଁ ବ୍ରେଲି ଅକ୍ଷରରେ ମୁଦ୍ରିତ ବାଲଟ ପେପର ସମସ୍ତ ବୁଥ୍‌ରେ ରଖାଯିବ। ମତଦାନ ପାଇଁ ରାଜ୍ୟର ସମସ୍ତ ବୁଥ୍‌କୁ ତଳମହଲାରେ କରାଯାଇଛି। ଯେଉଁ ଭିନ୍ନକ୍ଷମ ମତଦାତାଙ୍କର ୪୦%ରୁ ଊର୍ଦ୍ଧ୍ୱ ବେଞ୍ଚମାର୍କ ଭିନ୍ନକ୍ଷମତା ରହିଥିବ ଏବଂ ତତ୍‌ସଂକ୍ରାନ୍ତୀୟ ପ୍ରମାଣପତ୍ର ଥିବ ସେମାନେ ଫର୍ମ ୧୨ (ଡି) ମାଧ୍ୟମରେ ଆବେଦନ କରି ନିଜ ଘରେ ଥାଇ ପୋଷ୍ଟାଲ ବାଲଟ୍‌ ଜରିଆରେ ମତଦାନ କରିପାରିବେ। ଏହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଦ୍ୱାରା ସମସ୍ତ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସୁଗମ ମତଦାନର ପରିବେଶ ସୃଷ୍ଟି କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସମସ୍ତ ବିଭାଗ ରାଜ୍ୟସ୍ତରରୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମନ୍ବୟ ରଖି ଭିନ୍ନକ୍ଷମ ମତଦାତାଙ୍କ ପାଇଁ ସୁଗମ ଓ ସ୍ମରଣୀୟ ମତଦାନର ବ୍ୟବସ୍ଥା କରିବା ପାଇଁ ଧଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍‌. ତିରୁମାଲା ନାଏକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି, ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଓସେପା ଆଦିର ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?