ମାଧୁରୀଙ୍କ ପାଇଁ ପାଗଳ ଥିଲେ ଏହି ବିଶ୍ୱପ୍ରସିଦ୍ଧ ଚିତ୍ରକର, ଫିଲ୍ମ ଦେଖିବା ପାଇଁ ସମ୍ପୂର୍ଣ୍ଣ ହଲ୍‌ କରିଥିଲେ ବୁକ୍‌

ପ୍ରସିଦ୍ଧ ଚିତ୍ରକର ମକବୁଲ ଫିଦା ହୁସେନ ଓରଫ୍‌ ଏମ.ଏଫ ହୁସେନଙ୍କୁ ଭାରତର ‘ପିକାସୋ’ କୁହାଯାଏ। ସେ ୧୯୧୫, ୧୭ ସେପ୍ଟେମ୍ବରରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ହୁସେନ ତାଙ୍କ ଚିତ୍ରକୁ ନେଇ ଅନେକ ବିବାଦରେ ଛନ୍ଦି ହୋଇପଡିଥିଲେ। ହୁସେନ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ପାଇଁ ପାଗଳ ଥିଲେ। ୮୫ ବର୍ଷ ବୟସରେ ସେ ମାଧୁରୀଙ୍କ ବିଷୟରେ ଏକ ଫିଲ୍ମ ମଧ୍ୟ କରିଥିଲେ। ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ହମ ଆପକେ ହେନ କୌନ (୧୯୯୪) କୁ ହୁସେନ ୬୭ ଥର ଦେଖିଥିଲେ ଏବଂ ତାଙ୍କ ଉପରେ ସମ୍ପୂର୍ଣ୍ଣ ଚିତ୍ର ଆଙ୍କିଥିଲେ। ୨୦୦୦ ମସିହାରେ ମାଧୁରୀଙ୍କ ସହ ସେ ଫିଲ୍ମ ‘ଗଜଗାମିନୀ’ କରିଥିଲେ। ବିବାହ ପରେ ମାଧୁରୀ କିଛି ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ଥିଲେ। ୨୦୦୭ରେ ଆଜା ନାଚଲେ ଫିଲ୍ମ ଜରିଆରେ ବଲିଉଡକୁ ଫେରିଥିଲେ। ହୁସେନ ଏହା ଜାଣି ଅତ୍ୟଧିକ ଆନନ୍ଦିତ ହୋଇଥିଲେ। ସେହି ସମୟରେ ସେ ଦୁବାଇରେ ଥିଲେ ଏବଂ ମାଧୁରୀଙ୍କ ଫିଲ୍ମ ଦେଖିବା ପାଇଁ ଦୁବାଇର ଲାମ୍‌ସି ସିନେମା ହଲ୍‌ ସମ୍ପୂର୍ଣ୍ଣ ବୁକ୍‌ କରିଥିଲେ। ସେହିଭଳି ହୁସେନ ମଧ୍ୟ ଅଭିନେତ୍ରୀ ତବୁଙ୍କୁ ଭଲ ପାଉଥିଲେ ଏବଂ ତାଙ୍କ ପାଇଁ ମୀନାକ୍ଷୀ: ଏ ଟେଲ ଅଫ ଥ୍ରୀ ସିଟିଜ୍‌ (୨୦୦୪) ଫିଲ୍ମ ନିର୍ମାଣ କରିଥିଲେ। ହିନ୍ଦୁ ଦେବୀ ଦୁର୍ଗା, ଲକ୍ଷ୍ମୀ ଏବଂ ସରସ୍ବତୀଙ୍କ ନଗ୍ନ ଫଟୋ ତିଆରି କରି ଏମ.ଏଫ ହୁସେନ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ଅଶ୍ଳୀଳ ଚିତ୍ର ଆଙ୍କିବା ବିରୋଧରେ ଦେଶର ବିଭିନ୍ନ ପ୍ରାନ୍ତରୁ ହୁସେନଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ମଧ୍ୟ ରୁଜୁ ହୋଇଥିଲା। ସେ ୨୦୧୧ ଜୁନ୍‌ ୯ରେ ଲଣ୍ଡନରେ ମୃତ୍ୟୁବରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri