Posted inଫୁରସତ

ଦୁର୍ନୀତିଆଙ୍କ ସପକ୍ଷରେ…!!

ବକ୍ତାଙ୍କ ଗରମାଗରମ ଭାଷଣ ଶୁଣି ଭକ୍ତଗଣ ଉତ୍ତ୍ୟକ୍ତ ହୋଇଉଠିଲେ l ବକ୍ତା ଗର୍ଜନ କରି କହିଲେ, ମୋତେ ଦୁର୍ନୀତିଆ କହି ଯେଉଁମାନେ ଅପମାନିତ କରୁଛନ୍ତି.. ତାହା ମୋର ଖାଲି ଅପମାନ ନୁହଁ ବରଂ ଏ ରାଜ୍ୟର ଏ ଦେଶର ଅପମାନ l ଅସଂଖ୍ୟ ଜନସାଧାରଣଙ୍କ ଘୋର ଅପମାନ l ଏ କଥା ଶୁଣି ଭକ୍ତଗଣ ସମସ୍ବରରେ କହିଲେ… ”ହଁ ହଁ l ଦୁର୍ନୀତି ଯେବେ ନୀତି ନ ହୋଇବ ଆତ୍ମହତ୍ୟା କରିଦେବୁ /ଦୁର୍ନୀତିଆ ଯଦି ଜେଲ ଯାଏ ଶୁଣୁ ଶୁଣୁ ମରିଯିବୁ…l“

ଆଜ୍ଞା! ସେମାନେ କ’ଣ ଭୁଲ କହିଲେ କି? କଥାଟା ଥଣ୍ଡା ମଗଜରେ ପୂରେଇ ଟିକେ ଭଲରେ ହେଜନ୍ତୁ l ଯୋଉମାନେ ଲାଜସରମ ଛାଡି, ଡରଭୟ ପରିତ୍ୟାଗ କରି, ଯାବତୀୟ ଅପମାନ ସହ୍ୟକରି, ଜେଲରେ ରହିବା ଦଣ୍ଡ ଜାଣିବି ବଡ଼ ବଡ଼ ଦୁର୍ନୀତିରେ ନିଷ୍ଠାରଖି, ବହୁ କଷ୍ଟକରି, ମହଣ ମହଣ ସୁନା, କୋଟି କୋଟି ଟଙ୍କା, ଶହ ଶହ ଏକର ଜାଗା, ଅସଂଖ୍ୟ ଫ୍ଲାଟ, ଗୃହ ଉପଯୋଗୀ ପ୍ଲଟ, ଅନେକ ଶପିଙ୍ଗ୍‌ ମଲ୍‌, ଫିଲିମ୍‌ ହଲ, ଦେଶ ବିଦେଶରେ ମୁଣ୍ଡ ଖଟେଇ କିଣିପାରନ୍ତି.. ସେମାନଙ୍କୁ ଅପମାନସୂଚକ ଶବ୍ଦ.. ଠକ, ଚୋର, ଶୋଷକ, ଟାଉଟର ଭଳି ଅଣଅଭିଧାନିକ କଥା କହି ତାଙ୍କ ମାନହନି କରି ତାଙ୍କଠି କଳା ବୋଳିବା କ’ଣ ଠିକ୍‌? ବରଂ ଏମାନେ ଦୁଃସାହସୀ, ଆମ ହିତାକାଂକ୍ଷୀ, ପରୋପକାରୀ ସର୍ବଗୁଣସମ୍ପନ୍ନ, ସର୍ବସଂହା ଅତି ଭଦ୍ର ମହାମାନବ ଭଳି ଉଚ୍ଚ ବିଶେଷଣଯୁକ୍ତ ଶବ୍ଦରେ ସମ୍ବୋଧିତ ହେବା ଆବଶ୍ୟକ। ଏଇଭଳି ବ୍ୟକ୍ତି ହିଁ ଆମ ଦେଶର ନୂତନ ଇତିହାସ ସୃଷ୍ଟିକାରୀ l ମାନ୍ୟଗଣ୍ୟର ଅସଲି ହକ୍‌ଦାର। ଏଁ.. ପଚାରୁଛନ୍ତି କେମିତି? ଆଜ୍ଞା ଶୁଣୁନାହାନ୍ତି l

ଏମାନଙ୍କର ମୁଣ୍ଡ ଏଡ଼େ ଦୁର୍ବଳିଆ କି? ଜନତାଙ୍କ ସେବା ପାଇଁ ସଂକଳ୍ପ ନେଇଥିବା ଏମାନେ ମୁଣ୍ଡିଆଳ। ସେଇଭଳି ସାହସୀ ଉନ୍ନତମୁଣ୍ଡ ତୁଣ୍ଡ ହୋଇ ନ ଥିଲେ, କ’ଣ ଏସବୁ କରିବା ଏଡ଼େ ସହଜ ? ତା’ ଛଡ଼ା ଆମ ଦେଶର ଆଦର୍ଶ, ଉନ୍ନତିର ମୂଳମନ୍ତ୍ର କ’ଣ, ତାହା ଭଲରେ ଜାଣିଛନ୍ତି l ଆମ ଭାରତବର୍ଷ ତ୍ୟାଗ ବୈରାଗୀ ମୁନିଋଷିଙ୍କର ଦେଶ l ଏଠି ଭୋଗଠାରୁ ତ୍ୟାଗର ମହତ୍ୱ ବେଶି ବୋଲି ପ୍ରଚାରିତ। ଆସକ୍ତ ନୁହଁ ଅନାସକ୍ତ ନିର୍ଲିପ୍ତ ଜୀବନରେ ବଞ୍ଚିବାର ଶିକ୍ଷା ଦିଆଯାଏ। ନେବାଠୁ ଦେବାର ଆନନ୍ଦ ଅଧିକ ବୁଝାଯାଏ l ନିଜଠୁ ଅନ୍ୟର ଉନ୍ନତି ଦେଖି ଆନନ୍ଦିତ ହେବାର ଆଦର୍ଶ ଉଦାହରଣ ଅଛି l ମୋଟାମୋଟି ବୁଝିଲେ.. ଯଦି ଜନସାଧାରଣ ଅଧିକ ଧନୀ ହୁଅନ୍ତି ତାହା କ୍ଷତିକାରକ l ଘରୁ ଚୋରି ଡକେଇତି ହେବାର ଭୟଥାଏ। ରାତିରେ ଆଖିରୁ ନିଦ ହଜିଯାଏ l ଧନ ଚିନ୍ତାରେ ରୋଗ ମାଡ଼ିବସେ l ଏ ସବୁ ବିଷୟରେ ଚିନ୍ତାକରି ଲୋକେ ନିରାପଦରେ ନିର୍ଭୟରେ ରୁହନ୍ତୁ ବୋଲି ଯିଏ ନିଜ ଉପରେ ରିକ୍ସନେଇ ବିପଦ ଜାଣିବି ସାଧାରଣ ଜନତାଙ୍କ ଧନକୁ ନିଜ ଦାୟିତ୍ୱରେ ନେଲେ, ପଡୋଶୀ ସମ୍ପର୍କୀୟଙ୍କ ଘରେ ଅଥବା ପାଇଖାନା ଘରେ ସାଇତିପାରିଲେ… ସେମିତିଆ ହିତ ଚିନ୍ତକ ବନ୍ଧୁ ମୁରବିଙ୍କୁ ଆପଣ ଶୋଷକ ଦୁର୍ନୀତିଆ କହୁଛନ୍ତି କେମିତି! ବରଂ ଏମାନେ ସଚ୍ଚା ସେବକ l
ଆପଣ ଦେଖିଥିବେ.. ଏମିତିକା ଅତି ଭଦ୍ର ସେବକମାନଙ୍କ ମଧ୍ୟରୁ ଅଧିକାଂଶ ଯାବତୀୟ ବେମାରଗ୍ରସ୍ତ l ମୁଖ୍ୟତଃ ଏମାନଙ୍କୁ ଅନେଶ୍ୱତ ବେମାରି, ମାନେ ଯେତେଧନ ପ୍ରାପ୍ତି ହେଲେବି ତୃପ୍ତ ନ ହୋଇ ସର୍ବଦା କ୍ଷୁଧାର୍ତ୍ତ ଥାନ୍ତି l ହାର୍ଟ ଦୁର୍ବଳ, ଡାଇବେଟିସ ପ୍ରବଳ, କିଡ୍‌ନୀ ଫେଲ ହେଉଥିଲେ ବି -ମନୋବଳ ଦୃଢ଼ l କାମରେ ସଫଳ ହୋଇଥାନ୍ତି l ଏମାନେ ଅନ୍ୟମାନଙ୍କ ପରି ଭଲମନ୍ଦ ସ୍ବାଦିଷ୍ଟ ଖାଦ୍ୟ ନ ଖାଇ ରୁଟି କଲରା ସିଝା ଖାଇ, ବଟିକା ଗିଳି ବିଡ଼ା ବିଡ଼ା ଟଙ୍କା.. ସରକାରୀ ଧନ ଜନତାଙ୍କ ସମ୍ପତ୍ତିକୁ ବେଶ୍‌ ଆରାମରେ ହଜମ କରିବାର କ୍ଷମତା ରଖିଥାନ୍ତି l ଶରୀର ଦୁର୍ବଳ, ଚର୍ମ ଶିଥିଳ, ଦନ୍ତ ଗଳିତ, କେଶ ପକ୍ୱଯୁକ୍ତ ହୋଇ କାଳର ପାଟିରେ ପଶିଥିଲେବି ନିଜ ଡିଉଟିରେ ଖିଲାପ ନ କରି ଅଧିକରୁ ଅଧିକ ଗିଳୁ ଗିଳୁ ବେଳେବେଳେ ପେଟରେ ବଦହଜମି କାରଣରୁ ଦୁର୍ଗନ୍ଧ ବାୟୁର ବିସ୍ଫୋରଣ ହୁଏ l ସେଇ ମନ୍ଦବାୟୁ ଗନ୍ଧର ଆଭାସ ପାଇ, କେହି କେହି ସିବିଆଇ ନହେଲେ ଇଡି ଭଳି ବିଶେଷଜ୍ଞଙ୍କୁ ଆରୋଗ୍ୟକାମନାରେ ଡକେଇଥାନ୍ତି l ତାଙ୍କ ଚିକିତ୍ସାରେ ଭୟଭୀତ ହୋଇ ଛପିଥିବା ପୁରୁଣାରୋଗ .. ହାର୍ଟ କିଡ୍‌ନି ବ୍ରେନ୍‌ ଭଳି ବେମାରି ହଠାତ ଉଠିବାରୁ ତୁରନ୍ତ ମେଡିକାଲ ଖଟିଆରେ ରହି ଅନିର୍ଦ୍ଦିଷ୍ଟ ବିଶ୍ରାମ ନିମନ୍ତେ ସତ୍ୟ ସାର୍ଟିଫିକେଟ ଡାକ୍ତରଙ୍କ ଦ୍ୱାରା ଦିଆଯାଏ l

ହଠାତ ଏ ରୋଗ ବାହାରିବାର ଅସଲ କାରଣ ହେଲା ସେ ଜେଲରେ ରହିଲେ.. ଆଉ କିଏ ଦେଶର ଜନସାଧାରଣଙ୍କ ଧନକୁ ନେଇ ନିରାପଦରେ କୋଉଠି ରଖିବ l ତାଙ୍କୁ ଶାନ୍ତିନିଦ୍ରା ପ୍ରଦାନ କରିବ l
ଏମାନଙ୍କର ଆଉ ଗୋଟେ ସଦ୍‌ଗୁଣ ହେଲା ଇଡି ଧରିବା ପରେ ଏମାନେ ତ୍ୟାଗୀ ବୈରାଗୀ ଆସକ୍ତିଶୂନ୍ୟ ହୋଇଯାନ୍ତି l ଏତେ ଧନ କୋଉଠୁ ଆସିଲା କିଏ କେମିତି ରଖିଲା ସବୁ ଭୁଲି ସଫେଇ ଦିଅନ୍ତି.. ବୋଧହୁଏ ଭଗବାନ ତାଙ୍କପରି ସଚ୍ଚୋଟ ସଚ୍ଚାମଣିଷ ଦେଖି ଦେଇଛନ୍ତି l ତାଙ୍କପରି ବିଶୁଦ୍ଧ ଜନସେବକ ପରୋପକାରୀଙ୍କ ସଦ୍‌ଗୁଣ ଦେଶ ରାଜ୍ୟ ମୁଖ୍ୟ ଜାଣନ୍ତି ନାହିଁ। ଯଦି ଏତେ ଭଲଗୁଣ ଜାଣିଥାନ୍ତେ.. ତେବେ କ’ଣ ଜାତୀୟ ପୁରସ୍କାର ନ ଦେଇ ରହିପାରିଥାନ୍ତେ ! ଏମିତିକା ଅତି ଭଦ୍ରଙ୍କୁ କାରାମୁକ୍ତ କରାଯାଇ ରାଜ୍ୟ ଦେଶର ସମ୍ପୂର୍ଣ୍ଣ ଶାସନଭାର ଦେବାକଥା l ତା ହେଲେ ବହୁଦିନର ପ୍ରତୀକ୍ଷା.. ଦୁର୍ନୀତିକୁ ନୀତିରେ ବଦଳାଯାଇ ନୂଆଯୁଗର ସୁରୁୱାତ୍‌ ହୁଅନ୍ତା l ଜେଲରେ ସେଇମାନେ ରୁହନ୍ତେ. ଯେଉଁମାନେ ଦୁର୍ନୀତି ଦୁର୍ନୀତି ରଡି କରୁଛନ୍ତି l ତାଙ୍କଭଳି ଭଲ ଲୋକଙ୍କ ନିନ୍ଦା କରୁଛନ୍ତି l ସେତେବେଳେ ଆମ ଦେଶ ସାରା ପୃଥିବୀରେ ଉଦାହରଣ ସୃଷ୍ଟି କରନ୍ତା l ଆକାଶରେ ଲକ୍ଷ ଲକ୍ଷ ତାରାମଧ୍ୟରେ ଏମାନେ ଚନ୍ଦ୍ର ପରି ଚମକନ୍ତେ l ଦେଶ ପୂରା ଉପରକୁ ଉଠିଯାଇ ଦୁର୍ନୀତିର ଜୟ ଜୟକାର ଶୁଭନ୍ତା… l

-ମଙ୍ଗରାଜପୁର, ପୁରୀ
ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri