ମସ୍ତିଷ୍କ ସକ୍ରିୟକାରୀ କ୍ରିୟା

ମସ୍ତିଷ୍କ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବା ସହ ଖୁସିରେ ରହେ। କାରଣ ମଣିଷର ସବୁ ଗତିବିଧିକୁ ମସ୍ତିଷ୍କ ହିଁ ନିୟନ୍ତ୍ରଣ କରିଥାଏ। ସେଥିପାଇଁ ଏହାକୁ କିଭଳି ସକ୍ରିୟ ଓ ସୁସ୍ଥ ରଖିହେବ ସେ ସମ୍ପର୍କରେ ଜାଣିବା ନିହାତି ଜରୁରୀ। ନିମ୍ନରେ ପ୍ରଦତ୍ତ ଟିପ୍ସଗୁଡିକ ମସ୍ତିଷ୍କକୁ ସକ୍ରିୟ ରଖିବାରେ ବେଶ୍‌ ଫଳପ୍ରଦ ବୋଲି ବିଭିନ୍ନ ଗବେଷଣାରେ ପ୍ରମାଣିତ ହୋଇଛି…

ଧ୍ୟାନ:ମସ୍ତିଷ୍କକୁ ସକ୍ରିୟ ଓ ତୀକ୍ଷ୍ଣ ରଖିବାର ବହୁ ପୁରାତନ ଉପାୟ ହେଉଛି ଧ୍ୟାନ। ବହୁ ପୂର୍ବେ ମୁନି ଋଷି ଓ ଜ୍ଞାନୀ ଲୋକମାନେ ଧ୍ୟାନ କରୁଥିଲେ। ଯେଉଁଥିପାଇଁ ସେମାନେ ବହୁ ଜ୍ଞାନର ଅଧିକାରୀ ହେବା ସହ ଅନେକ ଗଣନା କରିପାରୁଥିଲେ। ଆଉ ସେମାନେ ମୁହଁରେ ମୁହଁରେ ଅନେକ ଗ୍ରନ୍ଥ ବି ମନେ ରଖିପାରୁଥିଲେ। ବିଜ୍ଞାନ ଅନୁସାରେ ଧ୍ୟାନ କଲେ ମସ୍ତିଷ୍କ ଭଲ ମାତ୍ରାରେ ନ୍ୟୁରନ୍ସ ତିଆରି କରିବାରେ ସକ୍ଷମ ହୋଇଥାଏ। ତେଣୁ ମସ୍ତିଷ୍କ ତୀକ୍ଷ୍ଣ ହୁଏ।

ଜଗିଂ: ଜଗିଂ ଶରୀର ଉପରେ ନାନା ପ୍ରକାରରେ ପ୍ରଭାବ ପକାଇଥାଏ। ଏହା ପୁରା ଶରୀରକୁ ସକ୍ରିୟ କରିବା ସହ ମସ୍ତିଷ୍କକୁ ମଧ୍ୟ ସକ୍ରିୟ କରେ। ଖାଲି ଜଗିଂ ନୁହେଁ ଚାହିଁଲେ ବ୍ରିସ୍କ ଓ୍ବାକ୍‌ ଓ ସ୍କିପିଂ ବି କରିପାରିବେ। ଏହାଦ୍ୱାରା ଶରୀର ମଜଭୁତ ହେବା ସହ ମସ୍ତିଷ୍କ ତୀକ୍ଷ୍ଣ ହୁଏ।

ଡାଏଟ୍‌: ମସ୍ତିଷ୍କକୁ ସକ୍ରିୟ କରିବା ପାଇଁ ଖାଦ୍ୟରେ ପ୍ରୋଟିନ୍‌, ଓମେଗା ୩ ଓ ଫ୍ୟାଟି ଏସିଡ୍‌ ସଠିକ୍‌ ମାତ୍ରା ରହିବା ଜରୁରୀ। ତାସହ ଭିଟାମିନ ଡି ଓ କ୍ୟାଲସିୟମ ବି ଜରୁରୀ।

ବାମ ହାତର ଉପଯୋଗ: କାମ କରିବା ପାଇଁ ପ୍ରାୟତଃ ସମସ୍ତେ ଡାହାଣ ହାତର ବ୍ୟବହାର କରନ୍ତି। କିନ୍ତୁ ଅନେକ ଗବେଷଣାରୁ ଜଣାପଡିଛି ଯେଉଁମାନେ ନିଜର ଡାହାଣ ହାତ ସହ ବାମ ହାତର ଉପଯୋଗ ସମାନଭାବେ କରନ୍ତି ସେମାନଙ୍କ ମସ୍ତିଷ୍କ ଅନ୍ୟମାନଙ୍କ ଅପେକ୍ଷା ଅଧିକ ତୀକ୍ଷ୍ଣ ହୋଇଥାଏ। ଆଉ ସେମାନେ ସ୍ମାର୍ଟ ଡିସିସନ୍‌ ନେଇପାରନ୍ତି। ତେଣୁ ବାମ ହାତର ବି କିଛି କିଛି ଉପଯୋଗ କରିବା ଭଲ।

ଟେଟ୍ରିସ୍‌ ଖେଳ: ଟେଟ୍ରିସ୍‌ ଅବା ବ୍ଲକ ଯୋଡିବା ଖେଳ ଖେଳିଲେ ମସ୍ତିଷ୍କର ଗ୍ରେ ମିଟରରେ ବୃଦ୍ଧି ଘଟେ। ସାଧାରଣତଃ ଗ୍ରେ ମିଟର ମନେ ରଖିବାରେ ସାହାଯ୍ୟ କରିଥାଏ। ଆଉ ବ୍ଲକ ଖେଳିଲେ ଗ୍ରେ ମିଟରର ବୃଦ୍ଧି ଘଟେ। ଫଳରେ ସ୍ମରଣ ଶକ୍ତି ବଢିଥାଏ। ତାସହ ଏହା ଠିକ୍‌ ନିଷ୍ପତ୍ତି ନେବାରେ ବି ସାହାଯ୍ୟ କରେ।

କିଛି ସମୟର ନିଦ୍ରା: ଦିନରେ ଯେତେବେଳେ ବି ଥକ୍କା ଲାଗୁଛି ୧୫-୨୦ ମିନିଟ ପର୍ଯ୍ୟନ୍ତ ଟିକେ ଶୋଇପଡନ୍ତୁ। ଏଭଳି କଲେ ମଧ୍ୟ ସ୍ମରଣ ଶକ୍ତି ବଢିଥାଏ। ଯଦି କେବେ କୌଣସି ବଡ ନିଷ୍ପତ୍ତି ନେବାକୁ ପଡେ, କେଉଁଟି ଠିକ୍‌ ଓ କେଉଁଟି ଭୁଲ ଜାଣିବା ପାଇଁ ପ୍ରଥମେ ପରିସ୍ଥିତିକୁ ଭଲଭାବେ ତର୍ଜମା କରିବାକୁ ପଡେ। ଆଉ ଏଇ ନିଷ୍ପତ୍ତି ନେବା କ୍ଷମତା କିଛି ସମୟର ବିଶ୍ରାମଦ୍ୱାରା ବଢିଥାଏ।

ସକାଳେ ଶୀଘ୍ର ଉଠିବା : ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ଅଭ୍ୟାସ ଦ୍ୱାରା ଦିନ ଭଲରେ କଟିଥାଏ। ଏହି ସମୟରେ ଉଠିଲେ ମସ୍ତିଷ୍କର ହାପି ହର୍ମୋନ ଓ ଇଣ୍ଟେଲିଜେନ୍ସ ହର୍ମୋନ୍‌ର କ୍ଷରଣ ପ୍ରାକୃତିକ ରୂପରେ ବଢିଥାଏ। ତେଣୁ ଶୀଘ୍ର ଉଠିବା ଆପଣଙ୍କୁ ଶାନ୍ତ, ବିଚାରବନ୍ତ ଓ ଖୁସ୍‌ ମିଜାଜ୍‌ର କରିଥାଏ। ତା’ସହ ଅବସାଦରୁ ବି ଦୂରେଇ ରଖେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?