ମସ୍ତିଷ୍କ ସକ୍ରିୟକାରୀ କ୍ରିୟା

ମସ୍ତିଷ୍କ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବା ସହ ଖୁସିରେ ରହେ। କାରଣ ମଣିଷର ସବୁ ଗତିବିଧିକୁ ମସ୍ତିଷ୍କ ହିଁ ନିୟନ୍ତ୍ରଣ କରିଥାଏ। ସେଥିପାଇଁ ଏହାକୁ କିଭଳି ସକ୍ରିୟ ଓ ସୁସ୍ଥ ରଖିହେବ ସେ ସମ୍ପର୍କରେ ଜାଣିବା ନିହାତି ଜରୁରୀ। ନିମ୍ନରେ ପ୍ରଦତ୍ତ ଟିପ୍ସଗୁଡିକ ମସ୍ତିଷ୍କକୁ ସକ୍ରିୟ ରଖିବାରେ ବେଶ୍‌ ଫଳପ୍ରଦ ବୋଲି ବିଭିନ୍ନ ଗବେଷଣାରେ ପ୍ରମାଣିତ ହୋଇଛି…

ଧ୍ୟାନ:ମସ୍ତିଷ୍କକୁ ସକ୍ରିୟ ଓ ତୀକ୍ଷ୍ଣ ରଖିବାର ବହୁ ପୁରାତନ ଉପାୟ ହେଉଛି ଧ୍ୟାନ। ବହୁ ପୂର୍ବେ ମୁନି ଋଷି ଓ ଜ୍ଞାନୀ ଲୋକମାନେ ଧ୍ୟାନ କରୁଥିଲେ। ଯେଉଁଥିପାଇଁ ସେମାନେ ବହୁ ଜ୍ଞାନର ଅଧିକାରୀ ହେବା ସହ ଅନେକ ଗଣନା କରିପାରୁଥିଲେ। ଆଉ ସେମାନେ ମୁହଁରେ ମୁହଁରେ ଅନେକ ଗ୍ରନ୍ଥ ବି ମନେ ରଖିପାରୁଥିଲେ। ବିଜ୍ଞାନ ଅନୁସାରେ ଧ୍ୟାନ କଲେ ମସ୍ତିଷ୍କ ଭଲ ମାତ୍ରାରେ ନ୍ୟୁରନ୍ସ ତିଆରି କରିବାରେ ସକ୍ଷମ ହୋଇଥାଏ। ତେଣୁ ମସ୍ତିଷ୍କ ତୀକ୍ଷ୍ଣ ହୁଏ।

ଜଗିଂ: ଜଗିଂ ଶରୀର ଉପରେ ନାନା ପ୍ରକାରରେ ପ୍ରଭାବ ପକାଇଥାଏ। ଏହା ପୁରା ଶରୀରକୁ ସକ୍ରିୟ କରିବା ସହ ମସ୍ତିଷ୍କକୁ ମଧ୍ୟ ସକ୍ରିୟ କରେ। ଖାଲି ଜଗିଂ ନୁହେଁ ଚାହିଁଲେ ବ୍ରିସ୍କ ଓ୍ବାକ୍‌ ଓ ସ୍କିପିଂ ବି କରିପାରିବେ। ଏହାଦ୍ୱାରା ଶରୀର ମଜଭୁତ ହେବା ସହ ମସ୍ତିଷ୍କ ତୀକ୍ଷ୍ଣ ହୁଏ।

ଡାଏଟ୍‌: ମସ୍ତିଷ୍କକୁ ସକ୍ରିୟ କରିବା ପାଇଁ ଖାଦ୍ୟରେ ପ୍ରୋଟିନ୍‌, ଓମେଗା ୩ ଓ ଫ୍ୟାଟି ଏସିଡ୍‌ ସଠିକ୍‌ ମାତ୍ରା ରହିବା ଜରୁରୀ। ତାସହ ଭିଟାମିନ ଡି ଓ କ୍ୟାଲସିୟମ ବି ଜରୁରୀ।

ବାମ ହାତର ଉପଯୋଗ: କାମ କରିବା ପାଇଁ ପ୍ରାୟତଃ ସମସ୍ତେ ଡାହାଣ ହାତର ବ୍ୟବହାର କରନ୍ତି। କିନ୍ତୁ ଅନେକ ଗବେଷଣାରୁ ଜଣାପଡିଛି ଯେଉଁମାନେ ନିଜର ଡାହାଣ ହାତ ସହ ବାମ ହାତର ଉପଯୋଗ ସମାନଭାବେ କରନ୍ତି ସେମାନଙ୍କ ମସ୍ତିଷ୍କ ଅନ୍ୟମାନଙ୍କ ଅପେକ୍ଷା ଅଧିକ ତୀକ୍ଷ୍ଣ ହୋଇଥାଏ। ଆଉ ସେମାନେ ସ୍ମାର୍ଟ ଡିସିସନ୍‌ ନେଇପାରନ୍ତି। ତେଣୁ ବାମ ହାତର ବି କିଛି କିଛି ଉପଯୋଗ କରିବା ଭଲ।

ଟେଟ୍ରିସ୍‌ ଖେଳ: ଟେଟ୍ରିସ୍‌ ଅବା ବ୍ଲକ ଯୋଡିବା ଖେଳ ଖେଳିଲେ ମସ୍ତିଷ୍କର ଗ୍ରେ ମିଟରରେ ବୃଦ୍ଧି ଘଟେ। ସାଧାରଣତଃ ଗ୍ରେ ମିଟର ମନେ ରଖିବାରେ ସାହାଯ୍ୟ କରିଥାଏ। ଆଉ ବ୍ଲକ ଖେଳିଲେ ଗ୍ରେ ମିଟରର ବୃଦ୍ଧି ଘଟେ। ଫଳରେ ସ୍ମରଣ ଶକ୍ତି ବଢିଥାଏ। ତାସହ ଏହା ଠିକ୍‌ ନିଷ୍ପତ୍ତି ନେବାରେ ବି ସାହାଯ୍ୟ କରେ।

କିଛି ସମୟର ନିଦ୍ରା: ଦିନରେ ଯେତେବେଳେ ବି ଥକ୍କା ଲାଗୁଛି ୧୫-୨୦ ମିନିଟ ପର୍ଯ୍ୟନ୍ତ ଟିକେ ଶୋଇପଡନ୍ତୁ। ଏଭଳି କଲେ ମଧ୍ୟ ସ୍ମରଣ ଶକ୍ତି ବଢିଥାଏ। ଯଦି କେବେ କୌଣସି ବଡ ନିଷ୍ପତ୍ତି ନେବାକୁ ପଡେ, କେଉଁଟି ଠିକ୍‌ ଓ କେଉଁଟି ଭୁଲ ଜାଣିବା ପାଇଁ ପ୍ରଥମେ ପରିସ୍ଥିତିକୁ ଭଲଭାବେ ତର୍ଜମା କରିବାକୁ ପଡେ। ଆଉ ଏଇ ନିଷ୍ପତ୍ତି ନେବା କ୍ଷମତା କିଛି ସମୟର ବିଶ୍ରାମଦ୍ୱାରା ବଢିଥାଏ।

ସକାଳେ ଶୀଘ୍ର ଉଠିବା : ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ଅଭ୍ୟାସ ଦ୍ୱାରା ଦିନ ଭଲରେ କଟିଥାଏ। ଏହି ସମୟରେ ଉଠିଲେ ମସ୍ତିଷ୍କର ହାପି ହର୍ମୋନ ଓ ଇଣ୍ଟେଲିଜେନ୍ସ ହର୍ମୋନ୍‌ର କ୍ଷରଣ ପ୍ରାକୃତିକ ରୂପରେ ବଢିଥାଏ। ତେଣୁ ଶୀଘ୍ର ଉଠିବା ଆପଣଙ୍କୁ ଶାନ୍ତ, ବିଚାରବନ୍ତ ଓ ଖୁସ୍‌ ମିଜାଜ୍‌ର କରିଥାଏ। ତା’ସହ ଅବସାଦରୁ ବି ଦୂରେଇ ରଖେ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟମୁଡ଼ି ହ୍ରଦ

କେରଳର କୋଲାମ୍‌ ଜିଲାରେ ଥିବା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଏହି ଅଷ୍ଟମୁଡ଼ି ହ୍ରଦ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଠାକାର ପରିବେଶ ପର୍ଯ୍ୟଟକଙ୍କୁ ଖୁବ୍‌...

ଓଜନକୁ ନେଇ ଚିନ୍ତିତ କି, ପିଅନ୍ତୁ ଏହି ସୁପ୍‌

ଆଧୁନିକ ଜୀବନଶୈଳୀରେ ମେଦବହୁଳତା ଏକ ଏପରି ସମସ୍ୟା ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଚିନ୍ତା ବଢ଼ାଇଥାଏ। ଏଥିରୁ ମୁକ୍ତି ପାଇବାକୁ ଅଧିକ ସମୟ ଲାଗିଥାଏ। ଏହା ମଧୁମେହ,...

ସକାଳୁ କ’ଣ କରିବା ଶୁଭ

କୁହାଯାଏ, ଯେଉଁଠାରେ ନକାରାତ୍ମକ ଊର୍ଜ୍ଜା ରହିଥାଏ, ସେଠାରେ କେବେ ବି ମା’ ଲକ୍ଷ୍ମୀ ବାସ କରନ୍ତି ନାହିଁ କି ସେଠି କୌଣସି ଉନ୍ନତି ହୋଇ ନଥାଏ।...

ରାତିରେ କଦଳୀ ଖାଉଛନ୍ତି କି?

କଦଳୀ ଏକ ସ୍ବାସ୍ଥୋପଯୋଗୀ ଫଳ। ଏଥିରେ ୨୫ ପ୍ରତିଶତ ସୁଗାର ରହିଥାଏ, ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଦିନ ତମାମ ପରିଶ୍ରମ...

ମାନସିକତାକୁ ସକାରାତ୍ମକ କରେ ଭିଡିଓଗେମ୍‌

ଆଜିକାଲି ପିଲାମାନେ ଇଲେକ୍‌ଟ୍ରୋନିକ୍‌ ଗ୍ୟାଜେଟ୍‌ ପ୍ରତି କେତେ ଆକର୍ଷିତ ହେଉଛନ୍ତି ତାହା କହିବା ବାହୁଲ୍ୟ। କେତେଜଣ ପିଲା ଅଧିକାଂଶ ସମୟ ଭିଡିଓଗେମ୍‌ ଖେଳିବାରେ ବ୍ୟସ୍ତ ରହୁଛନ୍ତି।...

ଗର୍ଭାବସ୍ଥାରେ କେଶର ଯତ୍ନ

ଗର୍ଭାବସ୍ଥା ସମୟରେ ଅଧିକାଂଶ ମହିଳାଙ୍କର କେଶ ଝଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ ଏ ସମୟରେ କିପରି ଭାବରେ କେଶର ଉପଯୁକ୍ତ ଯତ୍ନ ନେବେ...

ଅର୍ଶ ଭଲ କରେ ପିଜୁଳି

ପିଜୁଳିକୁ ହିନ୍ଦୀରେ ଅମୃଦ୍‌ ବୋଲି କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଦରଜ, ଗ୍ୟାସ, ଏସିଡିଟି...

ଏପରି ସ୍ତ୍ରୀଙ୍କୁ ବିବାହ କଲେ ପୁରୁଷ ଜୀବନ ହୁଏ ଧନ୍ୟ; ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି...

Advertisement
Archives

Model This Week