Posted inଖେଳ

ଶୁଟ୍‌ଆଉଟରେ ସ୍ପେନ୍‌କୁ ହରାଇଲା ଭାରତ

ଭୁବନେଶ୍ୱର, ୭।୧୧, (କ୍ରୀଡ଼ା ପ୍ରତିନିଧି): ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ପେନାଲ୍ଟି ଶୁଟ୍‌ଆଉଟରେ ସ୍ପେନ୍‌କୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୨-୨ ଗୋଲରେ ବରାବର ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏହି ପର୍ଯ୍ୟାୟରେ ଭାରତ ୩ଟି ଗୋଲ ଦେଇଥିବାବେଳେ ସ୍ପେନ୍‌ ଗୋଟିଏ ଗୋଲ ସ୍କୋର କରି ପାରିଥିଲା। ଭାରତ ବିଜୟରେ ହିରୋ ବିବେଚିତ ହୋଇଥିଲେ ଗୋଲ କିପର କ୍ରିଷ୍ଣନ ବାହାଦୂର ପାଠକ। ସେ ପୂରା ମ୍ୟାଚରେ ଏବଂ ଶୁୁଟ୍‌ଆଉଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଉଭୟ ଦଳ ମଧ୍ୟରେ ପ୍ରଥମ ମୁୁକାବିଲାରେ ସ୍ପେନ୍‌ ୩-୨ ଗୋଲରେ ବିଜୟୀ ହୋଇଥିଲା। ଏଥିରେ ବିଜୟୀ ହୋଇ ଭାରତ ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେଇଛି। କଳିଙ୍ଗରେ ଭାରତ ମୋଟ ୪ ମ୍ୟାଚ ଖେଳିଥିବାବେଳେ ୩ଟି ଜିତିଛି ଓ ଗୋଟିଏ ହାରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨ଟି ଯାକ ମ୍ୟାଚ ଜିତିଥିଲା। ଅନ୍ୟପକ୍ଷରେ ସ୍ପେନ୍‌ ସମାନ ସଂଖ୍ୟକ ମ୍ୟାଚଖେଳି ୨ଟି ଲେଖାଏ ବିଜୟ ଓ ପରାଜୟ ସ୍ବାଦ ଚାଖିଛି।

ଅଗ୍ରଣୀ ଦେଲା ହରମନପ୍ରୀତ୍‌ଙ୍କ ଡ୍ର୍ରାଗ୍‌ଫ୍ଲିକ୍‌

ପ୍ରୋ ଲିଗ୍‌ର ଚଳିତ ସିଜନରେ କଳିଙ୍ଗରେ ଏହାଥିଲା ଶେଷ ମ୍ୟାଚ। ତେଣୁ ଓଡ଼ିଶା ଦର୍ଶକ ଭରପୂର ଷ୍ଟାଡିୟମରେ ଉପସ୍ଥିତ ରହି ମ୍ୟାଚକୁ ଉପଭୋଗ କରିଥିଲେ। ପ୍ରଥମ କ୍ୱାର୍ଟରରେ ମଧ୍ୟ ଭାରତ ଉତ୍ସାହୀ ପ୍ରଦର୍ଶନ କରିଥିଲା। ସ୍ପେନ୍‌ ଯଦିଓ ମ୍ୟାଚର ପ୍ରଥମ ୩ ମିନିଟରେ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା ତେବେ ଭାରତୀୟ ରକ୍ଷଣଭାଗ ଏହାକୁ ସଫଳତାର ସହ ପ୍ରତିହତ କରିଥିଲେ। ଭାରତ ୯ମ ମିନିଟରେ ପେନାଲ୍ଟି କର୍ନର ମିସ୍‌ କରିଥିଲେ ହେଁ ୧୨ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂଙ୍କ ଡ୍ରାଗ୍‌ଫ୍ଲିକ୍‌ ଗୋଲ ଜରିଆରେ ଅଗ୍ରଣୀ ହାସଲ କରିଥିଲା। ପ୍ରଥମ କ୍ୱାର୍ଟର ଶେଷସୁଦ୍ଧା ଭାରତ ୧-୦ ଗୋଲରେ ଅଗଣୀ ରହିଥିଲା।

ସ୍ପେନ୍‌ର ଜୋରଦାର ଉଦ୍ୟମ

ଦ୍ୱିତୀୟ କ୍ୱାର୍ଟରରେ ଗୋଲ ପରିଶୋଧ ପାଇଁ ସ୍ପେନ୍‌ ଜୋରଦାର ଉଦ୍ୟମ କରିଥିଲା। ୧୭ତମ ମିନିଟରେ ପେନାଲ୍ଟି କର୍ନର ଜରିଆରେ ଦଳ ସୁଯୋଗ ମଧ୍ୟ ପାଇଥିଲା। ମାତ୍ର ଶଟ୍‌ ଅତି ଦୁର୍ବଳ ଥିଲା। ୨୨ତମ ମିନିଟରେ ମନପ୍ରୀତ ସିଂଙ୍କ ଫାଉଲ ଯୋଗୁ ସ୍ପେନ୍‌କୁ ଆଉ ଏକ ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ପୂର୍ବପରି ଏଥର ମଧ୍ୟ ଭାରତୀୟ ରକ୍ଷଣଭାଗ ଏହାକୁ ମଧ୍ୟ ସଫଳତାର ସହ ପ୍ରତିହତ କରିଥିଲେ। ପ୍ରଭାବୀ ପ୍ରଦର୍ଶନ ଅବ୍ୟାହତ ରଖି ଭାରତ ପ୍ରତିପକ୍ଷ ସ୍ପେନ୍‌କୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇ ନ ଥିଲା।

ପାଠକଙ୍କ ଚମତ୍କାର ସେଭ୍‌

ପଟ ପରିବର୍ତ୍ତନ ସହ ଭାରତ ଆକର୍ଷଣୀୟ ଖେଳ ଅବ୍ୟାହତ ରଖିଥିଲା। ତୃତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୩୨ତମ ମିନିଟରେ ଦଳ ପେନାଲ୍ଟି କର୍ନର ହାସଲ କରିଥିଲା। ସିଧାସଳଖ ଗୋଲ ହୋଇପାରି ନ ଥିଲେ ହେଁ ଭଲ ଭେରିଏଶନ ମଧ୍ୟରେ ହରମନପ୍ରୀତ୍‌ ସିଂଙ୍କ ଡ୍ରାଗ୍‌ଫ୍ଲିକ୍‌ ସ୍ପେନ୍‌ ଗୋଲକିପର ମାରିଓ ଗାନିନଙ୍କୁ ଚକ୍‌ମା ଦେଇ ଗୋଲପୋଷ୍ଟର ଲେଫ୍ଟ କର୍ନରରେ ନେଟ୍‌ ସ୍ପର୍ଶ କରିଥିଲା। ଫଳରେ ଭାରତର ଅଗ୍ରଣୀ ବ୍ୟବଧାନ ୨-୦ରେ ପହଞ୍ଚତ୍ଥିଲା। ସ୍ପେନ୍‌ ୩୩ ଓ ୩୭ତମ ମିନିଟରେ ୨ଟିି ପେନାଲ୍ଟିି କର୍ନର ପାଇଥିଲେ ହେଁ ଭାରତୀୟ ଗୋଲକିିପର କ୍ରିଷ୍ଣନ ବାହାଦୂର ପାଠକ ୨ ଥରଯାକ ଚମତ୍କାର ସେଭ୍‌ କରିଥିଲେ। ୪୩ତମ ମିନିଟରେ ପ୍ରଥମେ ଦଳ ବିଫଳ ହୋଇଥିଲେ ହେଁ ଦ୍ୱିତୀୟ ଉଦ୍ୟମରେ ଅଧିନାୟକ ମାର୍କ ମିରାଲେସଙ୍କଦ୍ୱାରା ଗୋଟିଏ ଗୋଲ ପରିଶୋଧ କରିଥିଲା।

ଭାରତୀୟ ରକ୍ଷଣଭାଗରେ ତ୍ରୁଟି

ଅନ୍ତିମ କ୍ୱାର୍ଟରରେ ଆକ୍ରମଣ ପ୍ରତିଆକ୍ରମଣ ତୀବ୍ର ହୋଇଥିଲା। ଭାରତୀୟ ରକ୍ଷଣଭାଗରେ ଏକାଧିକଥର ତ୍ରୁଟିରୁ ଫାଇଦା ନେଇଥିଲା ସ୍ପେନ୍‌। ୭ ମିନିଟ ମଧ୍ୟରେ ୩ଟି ପେନାଲ୍ଟି କର୍ନର ପାଇଥିଲା। ଏଥିରୁ ଗୋଲ ହୋଇପାରି ନ ଥିଲେ ହେଁ ୫୫ତମ ମିନିଟରେ ପେରେ ଅମତଙ୍କ ଫିଲ୍ଡ ଗୋଲ ବଳରେ ସ୍ପେନ୍‌ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ୫୮ତମ ମିନିଟରେ ଗୋଟିଏ ଏବଂ ୫୯ତମ ମିନିଟରେ ଦଳ ୨ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ଏହାର ସଦୁପଯୋଗ କରିପାରି ନ ଥିଲା। ଏହି କ୍ୱାର୍ଟରରେ ଭାରତ ୬ଟି ପେନାଲ୍ଟି କର୍ନର ବରଣ କରିଥିଲା। ମ୍ୟାଚରେ ଭାରତ ମାତ୍ର ୩ଟି ତୁଳନାରେ ସ୍ପେନ୍‌ ୧୪ଟି ପେନାାଲ୍ଟି କର୍ନର ପାଇଥିଲା।

 

ଶୁଟ୍‌ଆଉଟ ରୋମାଞ୍ଚ

ଭାରତ-ସ୍ପେନ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ ନିର୍ଦ୍ଧାରିତ ସମୟରେ ୨-୨ ଗୋଲରେ ବରାବର ରହିବାରୁ ଫଳାଫଳ ପାଇଁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏଥିରେ ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ, ଅଭିଷେକ ଓ ରାଜ କୁମାର ପାଲ ଗୋଲ ଦେଇଥିଲେ। ସମଶେର ସିଂଙ୍କ ପାଦରେ ବଲ୍‌ ବାଜିଥିବାରୁ ସ୍କୋର କରିଥିବା ଗୋଲଟି ରେଫରାଲରେ ନାକଚ ହୋଇ ଯାଇଥିଲା। ଅମ୍ପାୟର ଗୋଲ ଦେଇଥିଲେ ହେଁ ସ୍ପେନ୍‌ ଗୋଲକିପର ରେଫରାଲ ମାଗିଥିଲେ। ସ୍ପେନ୍‌ ପକ୍ଷରୁ କେବଳ ଗେରାର୍ଡ କ୍ଲାପେସ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ରାଫେଲ ଭିଲାଲୋଙ୍ଗା ଓ ଅଧିନାୟକ ମାର୍କ ମିରାଲେସ ମିସ୍‌ କରିଥିଲେ। ଭାରତ ଗୋଲକିପର କ୍ରି୍‌ଷ୍ଣନ ବାହାଦୂର ପାଠକ ସ୍ପେନ୍‌ ଖେଳାଳିଙ୍କୁ ଚକ୍‌ମା ଦେବାରେ ସକ୍ଷମ ହୋଇଥିଲେ। ଚଳିତ ଲିଗ୍‌ରେ ସ୍ପେନ୍‌ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଶୁଟ୍‌ଆଉଟ ପରାଜୟ ବରଣ କରିଛି। ଶନିବାର ଦଳ ସମାନ ପରିସ୍ଥିତିରେ ନ୍ୟୁଜିଲାଣ୍ଡଠାରୁ ହାରିଥିଲା।

କଳିଙ୍ଗରେ ଶେଷ ମ୍ୟାଚକୁ ଉପଭୋଗ କଲେ ଭରପୂର ଦର୍ଶକ

ଚଳିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ସିଜନରେ କଳିଙ୍ଗ ଷ୍ଟାଡିିୟମରେ ରବିବାର ଥିଲା ଶେଷ ମ୍ୟାଚ। ଏଥିରେ ସ୍ପେନ୍‌କୁ ଭେଟିଥିଲା ଭାରତ। ହକିପ୍ରେମୀ ଭାରତୀୟ ଦର୍ଶକ ଷ୍ଟାଡିୟମରେ ଭରପୂର ସଂଖ୍ୟାରେ ଉପସ୍ଥିତ ଥିଲେ। ଭାରତୀୟ ଦଳର ବିଭିନ୍ନ ମୁଭ୍‌ ସମୟରେ ସେମାନେ ଖେଳାଳିଙ୍କୁ କୋଳାହଳ ମାଧ୍ୟମରେ ଉତ୍ସାହିତ ମଧ୍ୟ କରିଥିଲେ। ଏଥିରେ ପ୍ରଥମାର୍ଦ୍ଧରେ ଭାରତୀୟ ଦଳର ପ୍ରଦର୍ଶନ ମଧ୍ୟ ବେଶ୍‌ ଉତ୍ସାହପ୍ରଦ ରହିଥିଲା। ୨ କ୍ୱାର୍ଟର ଶେଷରେ ଅର୍ଥାତ୍‌ ପ୍ରଥମାର୍ଦ୍ଧରେ ଦର୍ଶକମାନେ ନିଜ ମୋବାଇଲ ଲାଇଟ୍‌ ଅନ୍‌କରି ପରିବେଶକୁ ଅଧିକ ରଙ୍ଗୀନ କରିଥିଲେ। ବଲିଉଡ୍‌ ଏବଂ ଓଲିଉଡ୍‌ ସଙ୍ଗୀତର ତାଳେତାଳେ ଦର୍ଶକମାନେ ଝୁମିଥିଲେ। ଅନ୍ୟ ମ୍ୟାଚ ଗୁଡ଼ିକ ଭଳି ଏଥିରେ ମଧ୍ୟ ସ୍କୁଲ ପିଲାଙ୍କୁ ଖେଳ ଦେଖିବାର ସୁଯୋଗ ଦିଆ ଯାଇଥିଲା। ଭାରତ ଓ ସ୍ପେନ୍‌ ଦୁଇ ଶକ୍ତିଶାଳୀ ଦଳ ହୋଇଥିବାରୁ ସେମାନେ ଅନେକ କିଛି ଶିଖିବାର ସୁଯୋଗ ପାଇଥିଲେ। ବିଶେଷ କରି ହକିକୁ କ୍ୟାରିୟର କରୁଥିବା କିମ୍ବା କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ମ୍ୟାଚ ଉପାଦେୟ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଟ୍ରମ୍ପଙ୍କ ବଡ଼ ଘୋଷଣା: ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ରଖିଲେ ଏହି ନାଁ, ସାରା ବିଶ୍ୱ ଆଶ୍ଚର୍ଯ୍ୟ!

ଓ୍‌ବାଶିଂଟନ୍‌,୨୬।୯: ଇରାନ ଆମେରିକା ସମ୍ମୁଖରେ ଷ୍ଟ୍ରେଟ ଅଫ ହର୍ମୁଜକୁ ପୁଣିଥରେ ଖୋଲିବା ପାଇଁ ପ୍ରସ୍ତାବ ରଖିଛି। ଏହି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?